Advertisment

ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ

ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?

ଅଦ୍ୟତନ ହୋଇଛି
Bobby Islam

Bobby Islam

Advertisment

ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ନିଜେ କଟକ ଦରଘାବଜାର ଥାନାରେ ଏତଲା ଦେଇଛନ୍ତି।

Advertisment

ବବି ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ୧୯ ତାରିଖ (ଗତକାଲି) ରାତି ୮ଟା ବେଳେ ହ୍ୱାଟ୍‌ସ ଆପ୍‌ରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଅଡିଓ କଲ୍ ଆସିଥିଲା। ତାଙ୍କ ପାଖକୁ ବାରମ୍ବାର ସେହି ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏମିତି ସେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। Truecaller ରେ ଫୋନ୍ କରିଥିବା ବ୍ୟକ୍ତିଙ୍କ ନାଁ ବାରିକ ସୌମ୍ୟ ରଞ୍ଜନ ୯୯୩ ଦେଖାଇଥିଲା ବୋଲି ସେ ଏତଲାରେ ଲେଖିଛନ୍ତି।

ଏହି ଘଟଣାରେ ନେଇ ଗଣମାଧ୍ୟମକୁ ସୂଚନା ଦେଇ ବବି ଇସଲାମ କହିଛନ୍ତି, ଗତକାଲି ରାତିରେ ଏକ ଟେଲିଭିଜନ ଚ୍ୟାନେଲାରେ ଲାଇଭ ଡିବେଟ୍ ଥିଲା। ମୋତେ କୁହାଯାଇଥିଲା ଯେ ସେଠାକୁ ମନୋଜ ମିଶ୍ର ଆସିବେ। କିନ୍ତୁ ମନୋଜ ମିଶ୍ର ଆସି ନଥିଲେ। ମୋତେ ଡାକି ସେମାନେ ଏକ ଅଲଗା ବିଷୟ ଉପରେ ଆଲୋଚନା କଲେ, ଯେଉଁଥିରେ ମୋର ଜ୍ଞାନ ନାହିଁ। ସେମାନେ ସାହିତ୍ୟ ଉପରେ ଆଲୋଚନା କରିବାରୁ ମୁଁ ସେଠାରୁ ଉଠିଯିବା ପାଇଁ ଚାହିଁଥିଲି। କିନ୍ତୁ ମୋତେ ଅନୁରୋଧ କରି ସେଠାରେ ବସାଗଲା। ସେହି ଆଲୋଚନାରେ ମୋତେ ରାଣ୍ଡୀପୁଅ ଅନନ୍ତାର ଅର୍ଥ ପଚରାଗଲା। ମୁଁ କହିଲି, ଯେଉଁମାନେ ଉଦ୍ଧତ ହେଉଛନ୍ତି, ସେମାନେ ରାଣ୍ଡୀପୁଅ ଅନନ୍ତା। ମୁଁ ଉଦ୍ଧତ ହେଲେ, ତାହା ମୋ ପାଇଁ ମଧ୍ୟ ଲାଗୁ ହେବ। ସେଥିରେ ମୁଁ ମନୋଜ ମିଶ୍ରଙ୍କ ନାଁ ନେଇ ତାଙ୍କୁ ରାଣ୍ଡୀପୁଅ ଅନନ୍ତା ବୋଲି କହିଥିଲି। ମୁଁ ଆହୁରି କହିଥିଲି ଯେ ସେ (ମନୋଜ ମିଶ୍ର) କିଛି କହି ଦେଇ କ୍ଷମା ମାଗୁଛନ୍ତି, କିନ୍ତୁ ମୁଁ କ୍ଷମା ମାଗିବି ନାହିଁ।

Advertisment

ସେ କହିଛନ୍ତି, ଉକ୍ତ ଲାଇଭ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ହ୍ୱାଟସ୍‌ ଆପ୍‌ରେ ମୋତେ ଏକ କଲ୍ ଆସିଥିଲା। ଟ୍ରୁ କଲରରେ କଲ୍‌ କରିଥିବା ବ୍ୟକ୍ତିଙ୍କ ନାଁ ବାରିକ ସୌମ୍ୟ ରଞ୍ଜନ ୯୯୩ ଆସିଥିଲା। ମନୋଜ ମିଶ୍ରଙ୍କ ନାଁ ନେଇ ସେ କହିଥିଲେ ଯେ ଯଦି ମନୋଜ ଦାଦାଙ୍କ ନାଁରେ କିଛି କହିବ, ତା’ହେଲେ ତୁମକୁ ହାଣିଦେବୁ। ଏହା ସହିତ ବହୁତ ଅଶ୍ଳୀଳ ଭାଷାରେ ମୋତେ ଗାଳିଗୁଲଜ କରିଥିଲେ। ସେହି ନମ୍ବରରେ ଭିଡିଓ କଲ୍ କରିବାରୁ ସେ ଉଠାଇଥିଲେ। କିନ୍ତୁ ତାଙ୍କ ମୁହଁରେ କପଡ଼ା ବାନ୍ଧିଥିଲେ। ସେ କହିଥିଲେ, ବବି ଇସଲାମ ତୁମର ସମୟ ଆସିଗଲା। ତୁମର ଆଉ ଗୋଟିଏ କି ଦୁଇ ଦିନ ବାକି ରହିଲା। ତେଣୁ ମୋର ଯଦି କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କହିଛନ୍ତି ବବି ଇସଲାମ। 

ଅନ୍ୟପକ୍ଷରେ ବବି ଇସଲାମଙ୍କ ଅଭିଯୋଗ ନେଇ ପୁଲିସ କିମ୍ବା ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, ନିକଟରେ ମନୋଜ ମିଶ୍ର ଓଡ଼ିଶାର ନିର୍ଦ୍ଦେଶକମାନଙ୍କୁ ଟାର୍ଗେଟ କରିଥିବା ବେଳେ ସେମାନେ ତାଙ୍କ ନାଁରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।  

Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe