Advertisment

ଶେହେନାଜ୍‌ଙ୍କୁ ଚାପୁଡ଼ା ମାରିଲେ ଦେବୋଲିନା

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଆରମ୍ଭରୁ ହିଁ କଳି ଝଗଡ଼ା ଦେଖିବାକୁ ମିଳୁଛି। ସବୁଥର ପରି ଏଥର ମଧ୍ୟ ବିଗ୍‌ ବସ୍‌ ଏପିସୋଡ୍‌କୁ ଟିକେ ମଜାଦାର କରିବା ପାଇଁ ଭିନ୍ନ ଭିନ୍ନ ଟାସ୍କ ସବୁ କରାଉଛନ୍ତି। ଆଉ ସେହି ଟାସ୍କ ଜିତିବା ପାଇଁ ଘରର ସସଦସ୍ୟମାନେ ସବୁ ସୀମା ପାର୍ କରିଯାଉଛନ୍ତି। ନିକଟରେ ଏକ ଟାସ୍କରେ କଥା ଏତେ ବଢ଼ିଗଲା ଯେ ଦେବୋଲିନା ଶେହେନାଜଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇଲେଣି। ଏହି ଘଟଣା ପରେ ସୋଶାଲ୍‌ ମିଡିଆରେ […]

author-image
Chinmayee Roy
ଶେହେନାଜ୍‌ଙ୍କୁ ଚାପୁଡ଼ା ମାରିଲେ ଦେବୋଲିନା

debolina

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଆରମ୍ଭରୁ ହିଁ କଳି ଝଗଡ଼ା ଦେଖିବାକୁ ମିଳୁଛି। ସବୁଥର ପରି ଏଥର ମଧ୍ୟ ବିଗ୍‌ ବସ୍‌ ଏପିସୋଡ୍‌କୁ ଟିକେ ମଜାଦାର କରିବା ପାଇଁ ଭିନ୍ନ ଭିନ୍ନ ଟାସ୍କ ସବୁ କରାଉଛନ୍ତି। ଆଉ ସେହି ଟାସ୍କ ଜିତିବା ପାଇଁ ଘରର ସସଦସ୍ୟମାନେ ସବୁ ସୀମା ପାର୍ କରିଯାଉଛନ୍ତି। ନିକଟରେ ଏକ ଟାସ୍କରେ କଥା ଏତେ ବଢ଼ିଗଲା ଯେ ଦେବୋଲିନା ଶେହେନାଜଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇଲେଣି। ଏହି ଘଟଣା ପରେ ସୋଶାଲ୍‌ ମିଡିଆରେ ଝଡ଼ ସୃଷ୍ଟି ହୋଇଯାଇଛି।

Advertisment

publive-imageଦେବୋଲିନାଙ୍କର ଏଭଳି କାରନାମା ଦର୍ଶକଙ୍କୁ ନିରାଶ କରିଛି। ସୋଶାଲ୍‌ ମିଡିଆରେ ଶେହେନାଜ୍‌ଙ୍କ ଫ୍ୟାନ୍ସ ଏ ନେଇ ଦେବୋଲିନାଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଅନେକ ୟୁଜର୍ ଦେବୋଲିନାଙ୍କୁ ଶୋ’ରୁ ବାହାର କରିବାକୁ ଚାହୁଁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଦେବୋଲିନାଙ୍କୁ ଶୋ’ରୁ ବାହାର କରିଦିଆଯାଉ’। ଆଉ ଜଣେ ୟୁଜର ଲେଖିଛନ୍ତି, ‘ଦେବୋଲିନା ପାଗଳ ହୋଇଯାଇଛନ୍ତି। ଟାସ୍କକୁ ଟାସ୍କ ଭଳି ଖେଳନ୍ତୁ। ଶେହେନାଜ୍‌ଙ୍କୁ କ’ଣ ପାଇଁ ମାରିଲେ।’ ସେହିପରି ଆଉ ଜଣେ ଲେଖିଛନ୍ତି ଯେ ଶେହେନାଜ୍‌ ମଧ୍ୟ ଦେବୋଲିନାଙ୍କୁ ଚାପୁଡ଼ା ମାରିବା ଉଚିତ୍।

ଗତ ମଙ୍ଗଳବାର ଏପିସୋଡ୍‌ରେ ନୋମିନେଶନ୍‌ ଟାସ୍କ ହୋଇଥିଲା ଯେଉଁଥିରେ ଅସୀମ ରିୟାଜ ଓ ଆରତୀ ସିଂହ ସୁରକ୍ଷିତ ହୋଇଯାଇଥିଲେ। ଘରର ଅନ୍ୟ ସଦସ୍ୟମାନଙ୍କୁ କିନ୍ତୁ ଏଥିରୁ ସୁରକ୍ଷିତ ହେବା ପାଇଁ ‘ସାପ ସିଡ଼ି’ର ଟାସ୍କ କରିବାକୁ ଦିଆଯାଇଥିଲା। ଯିଏ ଯେତେ ଶୀଘ୍ର ସିଡ଼ି ତିଆରି କରିବ ସେ ନୋମିନେଶନରେ ସୁରକ୍ଷିତ ହୋଇଯିବ। ଏହି ଟାସ୍କରେ ସିଦ୍ଧାର୍ଥ ଶୁକ୍ଲା, ଦେବୋଲିନା ଓ ଶେହେନାଜ୍‌ଙ୍କ ମଧ୍ୟରେ ଝଗଡ଼ ହୋଇଯାଇଥିଲା। ଝଗଡ଼ା ଏତେ ବଢ଼ିଗଲା ଯେ ଦେବୋଲିନା ରାଗରେ ଶେହେନାଜଙ୍କୁ ଚାପୁଡ଼ା ମାରିଦେଲେ।

Advertisment

https://www.instagram.com/tv/B39MB-oFgPv/?utm_source=ig_web_copy_link