deepika-ranveer-ndtv_
ଭୁବନେଶ୍ବର(ଓଡ଼ିଶା ରିପୋର୍ଟର୍): ବଲିଉଡ୍ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତା ରଣବୀର୍ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସେମାନଙ୍କ ବିବାହ ତାରିଖ ବିଧିବଦ୍ଧ ଘୋଷଣା କରିଛନ୍ତି।
ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଏହି ବିବାହ ତାରିଖ ଧାର୍ଯ୍ୟ ହୋଇଛି।
/odisha-reporter/media/post_attachments/wp-content/uploads/2018/10/u-2.jpg)
ରବିବାର ସୋଶାଲ୍ ମିଡିଆର ଆକାଉଣ୍ଟ୍ରେ ଉଭୟ ଦୀପିକା ଓ ରଣବୀର୍ ନିଜ ନିଜ ପୋଷ୍ଟ୍ରେ ଏହି ତାରିଖ ସମ୍ପର୍କରେ ସୂଚନା ଦେଇ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଠାରୁ ଶୁଭକାମନା ଓ ଆଶୀର୍ବାଦ ମନାସିଛନ୍ତି।
ଏହି ଯୋଡ଼ି ୨୦୧୩ ମସିହାରୁ ପରସ୍ପରକୁ ଡେଟ୍ କରି ଆସୁଛନ୍ତି। ପୂର୍ବରୁ ସେମାନେ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଘୋଷଣା କରିଥିଲେ। ଏବେ ବିବାହ ତାରିଖ ଘୋଷଣା କରି ଉଭୟେ ସେମାନଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଖୁସି ଖବର ଦେଇଛନ୍ତି।/odisha-reporter/media/post_attachments/wp-content/uploads/2018/10/DEEPIKA-WDDING-FINAL-2.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/deepika-ranveer-ndtv_.jpg)