Advertisment

ନୂଆ ଘର କିଣିଲେ ଦୀପିକା-ରଣଭୀର୍‌, ଜାଣନ୍ତୁ ଦାମ୍‌ କେତେ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଚର୍ଚ୍ଚିତ ନବବିବାହିତ ଯୋଡ଼ି ଦୀପିକା ପାଦୁକୋନ୍‌ ଓ ରଣଭୀର୍‌ କପୁର୍‌ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍‌ କିଣିଛନ୍ତି। ବିଶ୍ୱର ଅନ୍ୟତମ ରମଣୀୟ ସ୍ଥାନ ଇଟାଲୀର ଲେକ୍‌ କୋମୋରେ ଦୁଇ ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ‘ଦୀପ୍‌ଭୀର୍‌’ ସେଠାରୁ ଏଯାଏ ଫେରିନାହାନ୍ତି। ରିପୋର୍ଟ ମୁତାବକ, ସେମାନେ ନଭେମ୍ବର ୧୮ ଅର୍ଥାତ୍‌ ରବିବାର ଭାରତ ପହଞ୍ଚିବେ। ସୂଚନା ଅନୁସାରେ, ‘ଦୀପ୍‌ଭୀର୍‌’ଙ୍କ ନୂଆ ଘରର ଦାମ୍‌ ପାଖାପାଖି ୫୦ କୋଟି ଟଙ୍କା। ତେବେ ଭାରତ […]

author-image
Premananda Dash
ନୂଆ ଘର କିଣିଲେ ଦୀପିକା-ରଣଭୀର୍‌, ଜାଣନ୍ତୁ ଦାମ୍‌ କେତେ?

deepveer_1

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଚର୍ଚ୍ଚିତ ନବବିବାହିତ ଯୋଡ଼ି ଦୀପିକା ପାଦୁକୋନ୍‌ ଓ ରଣଭୀର୍‌ କପୁର୍‌ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍‌ କିଣିଛନ୍ତି।

ବିଶ୍ୱର ଅନ୍ୟତମ ରମଣୀୟ ସ୍ଥାନ ଇଟାଲୀର ଲେକ୍‌ କୋମୋରେ ଦୁଇ ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା 'ଦୀପ୍‌ଭୀର୍‌' ସେଠାରୁ ଏଯାଏ ଫେରିନାହାନ୍ତି। ରିପୋର୍ଟ ମୁତାବକ, ସେମାନେ ନଭେମ୍ବର ୧୮ ଅର୍ଥାତ୍‌ ରବିବାର ଭାରତ ପହଞ୍ଚିବେ।

ସୂଚନା ଅନୁସାରେ, 'ଦୀପ୍‌ଭୀର୍‌'ଙ୍କ ନୂଆ ଘରର ଦାମ୍‌ ପାଖାପାଖି ୫୦ କୋଟି ଟଙ୍କା।

ତେବେ ଭାରତ ପହଞ୍ଚିବା ମାତ୍ରେ ଏହି ନବଦମ୍ପତି ସେମାନଙ୍କ ନୂଆ ଘରେ ରହିବେ ନାହିଁ। ରିପୋର୍ଟ ଅନୁସାରେ, ଉଭୟେ ଏହି ଘରେ ସେମାନଙ୍କ ବ୍ୟକ୍ତିଗତ ପସନ୍ଦ ଅନୁସାରେ କିଛି  ଇଣ୍ଟରିଅର୍‌ ଡିଜାଇନ୍‌ ଚାହୁଁଛନ୍ତି ଏବଂ ଏହି ଇଣ୍ଟରିଅର୍‌ କାମ ଏବେ ଆରମ୍ଭ ହୋଇଛି। ତେଣୁ ନୂଆ ଘରର ସବୁ କାମ ଶେଷ ହେବା ଯାଏ ଉଭୟେ ରଣଭୀର୍‌ଙ୍କ ଘରେ ରହିବେ।

Advertisment