Advertisment

ମୁମ୍ବାଇ ଫେରିଲେ ଦୀପ୍‌ଭୀର୍‌, ଦେଖନ୍ତୁ ସେମାନଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ର ବାଜିରାଓ-ମସ୍ତାନୀ ଦୀପିକା ଓ ରଣଭୀର ରବିବାର ସକାଳେ ମୁମ୍ବାଇ ଫେରିଛନ୍ତି। ତାଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା। କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହୀ ହୋଇ ସକାଳ ୬ଟାରୁ ଭିଡ଼ ଜମେଇ ବସିଥିଲେ। ଉଭୟେ ଏୟାରପୋର୍ଟ୍‌ରୁ ବାହାରକୁ ବାହାରିବା କ୍ଷଣି ତାଙ୍କୁ ଦେଖିବାକୁ ଫ୍ୟାନ୍‌ଙ୍କ କ୍ରେଜ୍‌ କହିଲେ ନସରେ। ଉତ୍କଣ୍ଠା ଦେଖି ଦୀପ୍‌ଭୀର୍‌ ବି ଖୁବ୍‌ ଖୁସି […]

author-image
Mihir Pattnayak
ଅଦ୍ୟତନ ହୋଇଛି
ମୁମ୍ବାଇ ଫେରିଲେ ଦୀପ୍‌ଭୀର୍‌, ଦେଖନ୍ତୁ ସେମାନଙ୍କ ଫଟୋ

OK1

ମୁମ୍ବାଇ: ବଲିଉଡ୍‌ର ବାଜିରାଓ-ମସ୍ତାନୀ ଦୀପିକା ଓ ରଣଭୀର ରବିବାର ସକାଳେ ମୁମ୍ବାଇ ଫେରିଛନ୍ତି। ତାଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା। କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହୀ ହୋଇ ସକାଳ ୬ଟାରୁ ଭିଡ଼ ଜମେଇ ବସିଥିଲେ।

Advertisment

ଉଭୟେ ଏୟାରପୋର୍ଟ୍‌ରୁ ବାହାରକୁ ବାହାରିବା କ୍ଷଣି ତାଙ୍କୁ ଦେଖିବାକୁ ଫ୍ୟାନ୍‌ଙ୍କ କ୍ରେଜ୍‌ କହିଲେ ନସରେ। ଉତ୍କଣ୍ଠା ଦେଖି ଦୀପ୍‌ଭୀର୍‌ ବି ଖୁବ୍‌ ଖୁସି ହୋଇଥିଲେ। ଫ୍ୟାନ୍‌ମାନଙ୍କ ସହ ହାତ ମିଳେଇବା ସହ ସେମାନଙ୍କ ସହ ଫଟୋ ବି ଉଠାଇଥିଲେ।

publive-image

ଏୟାରପୋର୍ଟ ଭିତରେ ଏକ ସିଲ୍କ୍‌ କୁର୍ତ୍ତାରେ ଦୀପିକା ଖୁବ୍‌ ସାଧାରଣ ଦଶୁଥିଲେ। ମଥାରେ ସିନ୍ଦୁର, ହାତରେ ଚୁଡ଼ି, ବେକରେ ମଙ୍ଗଳସୂତ୍ର ତାଙ୍କ ସୌନ୍ଦର୍ଯ୍ୟର ଶୋଭାକୁ ଆହୁରି ଦ୍ୱିଗୁଣିତ କରୁଥିଲା। କିନ୍ତୁ ସେ ବାହାରକୁ ବାହାରିବା ପରେ ସିଲ୍କ୍‌ କୁର୍ତ୍ତା ସହ ନାଲି ଓଢଣୀଟିଏ ମୁଣ୍ଡରେ ଢାଙ୍କିବା ପରେ ଫ୍ୟାନ୍‌ମାନେ ଖୁବ୍ ଖୁସି ହୋଇଯାଇଥିଲେ।

Advertisment

ଏବେ ସେମାନଙ୍କ ରିସେପ୍‌ସନ୍‌ ପାର୍ଟିକୁ ଅପେକ୍ଷା...

publive-image