Advertisment

ଭିନ୍‌ ଡିଜେଲ୍‌ଙ୍କ ସହ ପୁଣି ହଲିଉଡ୍‌ ଫିଲ୍ମରେ କାମ କରିବେ ଦୀପିକା!

ନ୍ୟୁୟର୍କ: ଦୀପିକା ପାଦୁକୋନ୍‌ ଗତବର୍ଷ ଭିନ୍‌ ଡିଜେଲ୍‌ଙ୍କ ଫିଲ୍ମ ‘‘xXx:Return of Xander Cage’’ ଜରିଆରେ ହଲିଉଡ୍‌ରେ ପାଦ ରଖିଥିଲେ। ସେ ‘‘xXx:Return of Xander Cage’’ର ତୃତୀୟ ସଂସ୍କରଣରେ ଅଭିନୟ କରିଥିଲେ ଓ ଏହା ହିଟ୍ ହୋଇଥିଲା। ଏବେ ଏହି ଫିଲ୍ମର ଚତୁର୍ଥ ସଂସ୍କରଣ ନିର୍ମାଣ ହେବାକୁ ଯାଉଛି। ଏଥିରେ ବି ଦୀପିକା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ନିର୍ଦ୍ଦେଶକ ଡିଜେ କାରୁସୋ ଏନେଇ ସଙ୍କେତ ଦେଇଛନ୍ତି। କିନ୍ତୁ ସେ ଏନେଇ କିଛି […]

author-image
Sangita Sahoo
ଭିନ୍‌ ଡିଜେଲ୍‌ଙ୍କ ସହ ପୁଣି ହଲିଉଡ୍‌ ଫିଲ୍ମରେ କାମ କରିବେ ଦୀପିକା!

dipika

ନ୍ୟୁୟର୍କ: ଦୀପିକା ପାଦୁକୋନ୍‌ ଗତବର୍ଷ ଭିନ୍‌ ଡିଜେଲ୍‌ଙ୍କ ଫିଲ୍ମ ‘‘xXx:Return of Xander Cage’’ ଜରିଆରେ ହଲିଉଡ୍‌ରେ ପାଦ ରଖିଥିଲେ। ସେ ‘‘xXx:Return of Xander Cage’’ର ତୃତୀୟ ସଂସ୍କରଣରେ ଅଭିନୟ କରିଥିଲେ ଓ ଏହା ହିଟ୍ ହୋଇଥିଲା।

Advertisment

ଏବେ ଏହି ଫିଲ୍ମର ଚତୁର୍ଥ ସଂସ୍କରଣ ନିର୍ମାଣ ହେବାକୁ ଯାଉଛି। ଏଥିରେ ବି ଦୀପିକା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି।

ଫିଲ୍ମର ନିର୍ଦ୍ଦେଶକ ଡିଜେ କାରୁସୋ ଏନେଇ ସଙ୍କେତ ଦେଇଛନ୍ତି। କିନ୍ତୁ ସେ ଏନେଇ କିଛି ସ୍ପଷ୍ଟ କହି ନାହାନ୍ତି।

Advertisment

[caption id="attachment_272995" align="aligncenter" width="750"]deepika image credit-s3.india.com[/caption]

ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ‘‘xXx:Return of Xander Cage’’ର ଚତୁର୍ଥ ସଂସ୍କରଣରେ ଚୀନ୍‌ର ଲୋକପ୍ରିୟ ଅଭିନେତା ଓ କଣ୍ଠଶିଳ୍ପୀ ୱାଙ୍ଗ ୟୁଆନ୍‌ଙ୍କୁ ନିଆଯିବ। ଏହି ଅବସରରେ ତାଙ୍କୁ ଦୀପିକାଙ୍କ ସଂପର୍କରେ ପଚରା ଯାଇଥିଲା। ଉତ୍ତରରେ ସେ କେବଳ ‘ହଁ’ ବୋଲି କହିଥିଲେ।

ଏଥିରୁ ଅନୁମାନ କରାଯାଉଛି ଯେ ଦୀପିକା ଏହି ଫିଲ୍ମରେ ଅଭିନୟ କରିପାରନ୍ତି। ତେବେ ଏନେଇ ଦୀପିକା ଏଯାଏ କିଛି କହି ନାହାନ୍ତି।

‘‘xXx:Return of Xander Cage’’ର ପ୍ରଥମ ସଂସ୍କରଣ ୨୦୦୦ ମସିହାରେ ଓ ଦ୍ୱିତୀୟ ସଂସ୍କରଣ ୨୦୦୫ରେ ରିଲିଜ୍‌ ହୋଇଥିଲା।