Advertisment

ସେହି ସମୟକୁ କେବେ ମନେ ରଖିବାକୁ ଚାହିଁବେନି ଦୀପିକା !

ମୁମ୍ବାଇ: ବଲିଉଡ୍‌ର ‘ମସ୍ତାନୀ’ ଦୀପିକା ପାଦୁକୋନ୍‌ ନିଜ ଅଭିନୟର ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ନିଜ ଫିଲ୍ମ ଓ ଚରିତ୍ରରେ କେବଳ ଦର୍ଶକଙ୍କ ହୃଦୟ ଜିଣିନାହାନ୍ତି, ଷ୍ଟାରଡମ୍‌ ବି ହାସଲ୍‌ କରିଛନ୍ତି। ଅଧିକ ଆୟ କରୁଥିବା ମହିଳା ହୁଅନ୍ତୁ କି ପାୱାରଫୁଲ୍‌ ଓମ୍ୟାନ୍‌- ସବୁ ତାଲିକାରେ ସେ ସାମିଲ୍‌ ହୋଇଛନ୍ତି। ଆଜି ହେଉଛି ତାଙ୍କର ଜନ୍ମଦିନ। ଆଜି ସେ ୩୪ ବର୍ଷ ବୟସରେ ପାଦ ଥାପିଛନ୍ତି। […]

ସେହି ସମୟକୁ କେବେ ମନେ ରଖିବାକୁ ଚାହିଁବେନି ଦୀପିକା !

ranbir-and-deepika

Advertisment

ମୁମ୍ବାଇ: ବଲିଉଡ୍‌ର ‘ମସ୍ତାନୀ’ ଦୀପିକା ପାଦୁକୋନ୍‌ ନିଜ ଅଭିନୟର ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ନିଜ ଫିଲ୍ମ ଓ ଚରିତ୍ରରେ କେବଳ ଦର୍ଶକଙ୍କ ହୃଦୟ ଜିଣିନାହାନ୍ତି, ଷ୍ଟାରଡମ୍‌ ବି ହାସଲ୍‌ କରିଛନ୍ତି। ଅଧିକ ଆୟ କରୁଥିବା ମହିଳା ହୁଅନ୍ତୁ କି ପାୱାରଫୁଲ୍‌ ଓମ୍ୟାନ୍‌- ସବୁ ତାଲିକାରେ ସେ ସାମିଲ୍‌ ହୋଇଛନ୍ତି। ଆଜି ହେଉଛି ତାଙ୍କର ଜନ୍ମଦିନ। ଆଜି ସେ ୩୪ ବର୍ଷ ବୟସରେ ପାଦ ଥାପିଛନ୍ତି। ତେବେ ତାଙ୍କ ଜନ୍ମ ଦିନରେ ଚାଲନ୍ତୁ ତାଙ୍କ ଅତୀତର କିଛି ପୃଷ୍ଠା ଉପରେ ନଜର ପକାଇବା।

Advertisment

publive-imageଦିନ ଥିଲା ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ କପଲ୍ ଥିଲେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌। ଏମାନଙ୍କୁ ମେକ୍‌ଅପ ଆର୍ଟିଷ୍ଟ ଭରତ ଓ ଡେରିସ୍‌ ଦେଖା କରେଇଥିଲେ। ପ୍ରଥମ ଦେଖାରେ ପରସ୍ପରର ଫୋନ୍‌ ନମ୍ବର ଦିଆ ନିଆ ହୋଇଥିଲେ ଓ ଏକାଠି ସମୟ ବିତାଇବା ଆରମ୍ଭ କରିଥିଲେ। ଏହାପରେ ଧୀରେ ଧୀରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଯାଇଥିଲେ। ଦୁହେଁ ସର୍ବସମ୍ମୁଖରେ ମଧ୍ୟ ନିଜ ରିଲେସନ୍‌ଶିପ୍‌କୁ ଗ୍ରହଣ କରିଥିଲେ। ଏପରିକି ଦୀପିକା ନିଜ ବେକ ପଛରେ ରଣବୀରଙ୍କ ନାଁରେ (ଆର୍‌କେ) ଟାଟୁ ମଧ୍ୟ ବନେଇଥିଲେ। ହେଲେ ଏମାନଙ୍କ ସମ୍ପର୍କ ବେଶିଦିନ ଆଗକୁ ଚାଲି ନଥିଲା। ରଣବୀରଙ୍କ ଜୀବନକୁ କ୍ୟାଟ୍ରିନାଙ୍କ ଏଣ୍ଟ୍ରି ପରେ ଏ ସମ୍ପର୍କ ଭାଙ୍ଗି ଯାଇଥିଲା। ଏହା ପରେ ଦୀପିକା ପୂରାପୂରି ଭାଙ୍ଗି ପଡ଼ିଥିଲେ।

publive-imageଏହା ଏଭଳି ଏକ ସମୟ ଥିଲା ଯେତେବେଳେ ଦୀପିକା ଖୁବ୍ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ସେଥିପାଇଁ ତାଙ୍କ କ୍ୟାରିଅର୍‌ ଉପରେ ଖୁବ୍‌ ପ୍ରଭାବ ପଡ଼ିଥିଲା। କିନ୍ତୁ ସେ ହାର୍‌ ମାନି ନ ଥିଲେ। ଡିପ୍ରେସନ୍‌ରୁ ବାହାରି ୨୦୧୨ରେ ସେ ‘କକ୍‌ଟେଲ୍‌’ ଫିଲ୍ମରେ କାମ କରିଥିଲେ। ତା’ପରେ ଦୀପିକା ପୁଣି ରଣବୀର କପୁରଙ୍କ ସହ ‘ୟେ ଜୱାନୀ ହୈ ଦିୱାନୀ’ରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ସୁପର୍‌ହିଟ୍‌ ହୋଇଥିଲା, ଯାହାକି ତାଙ୍କ କ୍ୟାରିଅର୍‌କୁ ଆହୁରି ମଜଭୁତ କରି ଦେଇଥିଲା।

Advertisment

publive-image

ବର୍ତ୍ତମାନ ସେମାନେ ଏହି ଅତୀତକୁ ପଛରେ ଛାଡ଼ି ନିଜ ନିଜ ଜୀବନରେ ଆଗକୁ ବଢ଼ିସାରିଲେଣି। ଏବେ ସେମାନେ ପରସ୍ପରର ଭଲ ବନ୍ଧୁ ମଧ୍ୟ ହୋଇଗଲେଣି। ରଣବୀର ସିଂହଙ୍କୁ ବାହା ହୋଇ ଦୀପିକା ଘର ସଂସାର କରି ସାରିଥିବା ବେଳେ ରଣବୀର କପୁର ମଧ୍ୟ ଆଲିଆଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଓ ଖୁବ୍‌ଶୀଘ୍ର ସେମାନଙ୍କ ବାହାଘର ହୋଇପାରେ ବୋଲି ଶୁଣାଯାଉଛି। ହେଲେ ଦର୍ଶକଙ୍କ ମନରେ ଏବେ ବି ଦୀପିକା ଓ ରଣବୀରଙ୍କ କେମେଷ୍ଟ୍ରିର ଛାପ ରହିଯାଇଛି। ଏ ଦୁହିଁଙ୍କୁ ନେଇ ‘ବଚନା ଏ ହସିନୋ’, ‘ୟେ ଜୱାନୀ ହୈ ଦିୱାନୀ’ ଓ ‘ତମାଶା’ ପରି ହିଟ୍ ଫିଲ୍ମ ନିର୍ମିତ ହୋଇଛି, ଯାହା ଏବେ ବି ଦର୍ଶକଙ୍କ ମନରେ ଘର କରି ରହିଛି। ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ନିର୍ଦ୍ଦେଶକ ଲଭରଞ୍ଜନଙ୍କ ଆଗାମୀ ଫିଲ୍ମରେ ରଣବୀର ଓ ଦୀପିକା କୁଆଡ଼େ ପୁଣିଥରେ ଏକାଠି କାମ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe