Advertisment

ଅପେକ୍ଷା କରିପାରିଲେନି, ଛାଡ଼ି ଦେଲେ!

ମୁମ୍ବାଇ: କିଛି ଦିନ ତଳେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଛାଡ଼ି ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା ଚୋପ୍ରା। ଏହା ଘଟଣା ପରେ ସଲମାନ୍‌ ପ୍ରିୟଙ୍କାଙ୍କ ଉପରେ ରାଗିବା ଓ ପ୍ରିୟଙ୍କା ବିଭିନ୍ନ ଉପାୟରେ ସଲମାନ୍‌ଙ୍କ ରାଗକୁ ଶାନ୍ତ କରିବାକୁ ଉଦ୍ୟମ କରିଥିବା ନେଇ ଖବର ଆସିଥିଲା। ଏବେ ଆଉ ଏକ ନୂଆ ଖବର ଆସିଛି। ପ୍ରିୟଙ୍କାଙ୍କ ପଥ ଅନୁସରଣ କରିଛନ୍ତି ଦୀପିକା। ସେ ବି ଏକ ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି। ଇର୍‌ଫାନ୍ ଖାନଙ୍କ […]

ଅପେକ୍ଷା କରିପାରିଲେନି, ଛାଡ଼ି ଦେଲେ!

deepika

Advertisment

ମୁମ୍ବାଇ: କିଛି ଦିନ ତଳେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଛାଡ଼ି ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା ଚୋପ୍ରା। ଏହା ଘଟଣା ପରେ ସଲମାନ୍‌ ପ୍ରିୟଙ୍କାଙ୍କ ଉପରେ ରାଗିବା ଓ ପ୍ରିୟଙ୍କା ବିଭିନ୍ନ ଉପାୟରେ ସଲମାନ୍‌ଙ୍କ ରାଗକୁ ଶାନ୍ତ କରିବାକୁ ଉଦ୍ୟମ କରିଥିବା ନେଇ ଖବର ଆସିଥିଲା।

Advertisment

[caption id="attachment_274651" align="aligncenter" width="750"]priyanka image credit-missmalini[/caption]

ଏବେ ଆଉ ଏକ ନୂଆ ଖବର ଆସିଛି। ପ୍ରିୟଙ୍କାଙ୍କ ପଥ ଅନୁସରଣ କରିଛନ୍ତି ଦୀପିକା। ସେ ବି ଏକ ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି।

Advertisment

ଇର୍‌ଫାନ୍ ଖାନଙ୍କ ସହିତ ଦୀପିକା ପାଦୁକୋନ୍ ଏକ ଫିଲ୍ମ କରିଥାଆନ୍ତେ। ଏହାର ନିର୍ଦ୍ଦେଶନା ଦେଇ ଥାଆନ୍ତେ ବିଶାଲ ଭରଦ୍ୱାଜ। ଫିଲ୍ମଟି ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଜୀବନୀ ଉପରେ ଆଧାରିତ। ‘ପଦ୍ମାବତ୍‌’ର ରିଲିଜ୍ ପରେ ହିଁ ଏହାର ସୁଟିଂ ହେବାର ଥିଲା।

ତେବେ ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ଇରଫାନ୍ ଅସୁସ୍ଥ ଥିବା ଖବର ଆସିଲା। ଏହାର କିଛି ସପ୍ତାହ ପରେ ଇରଫାନ୍ ଚିକିତ୍ସା ପାଇଁ ଲଣ୍ଡନ ପଳାଇଲେ। ତେଣୁ ସୁଟିଂ ଆରମ୍ଭ ହୋଇପାରିଲା ନାହିଁ। ଏବେ ବି ଫିଲ୍ମଟି ଆରମ୍ଭ ହେବା ନେଇ ଅନିଶ୍ଚିତତା ଲାଗି ରହିଛି। ସେଥିପାଇଁ ଦୀପିକା ପାଦୁକୋନ୍ ଏହି ଫିଲ୍ମରୁ ଓହରି ଯାଇଛନ୍ତି। ଏପରିକି ସେ ଏହି ଫିଲ୍ମ ପାଇଁ ଚୁକ୍ତି କରିବା ବେଳେ ଯେଉଁ ଅର୍ଥ ନେଇଥିଲେ, ତାହା ଫେରାଇ ଦେଇଛନ୍ତି।

[caption id="attachment_274652" align="aligncenter" width="750"]irfan image credit-The Indian Express[/caption]

ଦୀପିକା କହିଛନ୍ତି ଯେ ଇରଫାନ୍ ସୁସ୍ଥ ହୋଇ ଫେରିବା ପରେ ସେ ନିଶ୍ଚିତ ଭାବେ ବିଶାଳ ଭରଦ୍ୱାଜଙ୍କୁ ଯୋଗାଯୋଗ କରିବେ।

ଅବଶ୍ୟ ସେ ଫିଲ୍ମ ଛାଡ଼ିବା ପଛରେ ଆଉ ଏକ କାରଣ ବି ରହିଛି ବୋଲି କୁହାଯାଉଛି। ନଭେମ୍ବର ମାସରେ ତାଙ୍କର ବାହାଘର ହେବ।

ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ରିପୋର୍ଟ ଅନୁଯାୟୀ, ଆସନ୍ତା ନଭେମ୍ବର ୨୦ ତାରିଖରେ ଇଟାଲୀର ଲେକ୍ କୋମୋରେ ଦୀପିକା ଓ ରଣବୀର ସିଂହଙ୍କ ବାହାଘର ହେବ। ବାହାଘର ପରେ ମୁମ୍ବାଇ ଓ ବେଙ୍ଗାଲୁରୁରେ ଦୁଇଟି ଭୋଜି ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe