ହଲିଉଡ୍ ଫିଲ୍ମର ରିମେକ୍ରେ ରୁଷି ଓ ଦୀପିକା
ମୁମ୍ବାଇ: ବଲିଉଡ୍ର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍ଙ୍କ ଫିଲ୍ମ ‘ଛପାକ୍’ ବକ୍ସ ଅଫିସ୍ରେ ଏତେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। କିନ୍ତୁ ଏହାର କାହାଣୀ ଦର୍ଶକ ଓ ସମାଲୋଚକଙ୍କ ମନକୁ ଛୁଇଁଛି। ଆଉ ୟା ଭିତରେ ଦୀପିକାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣା ହୋଇଯାଇଛି। ଏଥିରେ ତାଙ୍କୁ ରୁଷି କପୁରଙ୍କ ସହ ଦେଖିବାକୁ ମିଳିବ।
ସୂଚନା ଅନୁଯାୟୀ, ରୁଷି ଓ ଦୀପିକାଙ୍କ ଏହି ଫିଲ୍ମଟି ୨୦୧୫ରେ ଆସିଥିବା ହଲିଉଡ୍ ଫିଲ୍ମ ‘ଦ ଇଟର୍ନ’ର ହିନ୍ଦୀ ରିମେକ୍ ହେବ। ‘ଦ ଇଟର୍ନ’ରେ ଏନି ହ୍ୟାଥୱେ ଓ ରବର୍ଟ ଡି ନିରୋ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଦୀପିକା ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ପରବର୍ତ୍ତୀ ଫିଲ୍ମକୁ ନେଇ ଉତ୍ସାହିତ ଅଛି। ‘ଦ ଇଟର୍ନ’ର ଭାରତୀୟ ଆଡାପ୍ସନ୍ ୨୦୨୧ରେ ରିଲିଜ୍ ହେବ।
‘ଦ ଇଟର୍ନ’ ବିଷୟରେ ଦୀପିକା କହିଛନ୍ତି ଯେ ଏହି ଫିଲ୍ମଟି ଏକ ଇଣ୍ଟିମେଟ୍ ରିଲେସନ୍ଶିପ୍ ଉପରେ ଆଧାରିତ। ସେ ଆହୁରି କହିଛନ୍ତି ଯେ ତାଙ୍କୁ ଏହି ଫିଲ୍ମଟି ବର୍ତ୍ତମାନ ସମୟରେ ବେଶ୍ ପ୍ରାସଙ୍ଗିକ ଲାଗୁଛି। ଏହା ଏକ ଲାଇଟ୍ କମେଡ଼ି ଡ୍ରାମା ଫିଲ୍ମ, ଯାହାକୁ ଦୀପିକା ବହୁ ଦିନରୁ କରିବାକୁ ଚାହୁଁଥିଲେ। ସୂଚନାଯୋଗ୍ୟ, ଦୀପିକା ଏହି ଫିଲ୍ମରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ମଧ୍ୟ କରିବେ।
Moving on to yet another journey with the Indian adaptation of #TheIntern with @deepikapadukone ! Produced by @SunirKheterpal and #DeepikaPadukone for @iAmAzure & @_KaProductions in collaboration with @warnerbrosindia @DenzD pic.twitter.com/wuPq8caN4H
— Rishi Kapoor (@chintskap) January 27, 2020
ଅନ୍ୟପକ୍ଷରେ ଦୀପିକାଙ୍କ ସହ ପ୍ରମଥର ପାଇଁ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଥିବା ରୁଷି କପୁର ଟ୍ୱିଟ୍ କରି ଲେଖିଛନ୍ତି, “ଦୀପିକାଙ୍କ ସହ ଆଉ ଏକ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଆଜିକାର ସମୟରେ ‘ଦ ଇଟର୍ନ’ ଏକ ବେଶ୍ ପ୍ରାସଙ୍ଗିକ ଫିଲ୍ମ। ଏଥିରେ ମଣିଷର ସମ୍ପର୍କକୁ ସୁନ୍ଦର ଭାବେ ଦେଖା ଯାଇଛି। ମୁଁ ଦୀପିକାଙ୍କ ସହ କାମ କରିବା ପାଇଁ ବେଶ୍ ଉତ୍ସାହିତ ଅଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।