nitu
ମୁମ୍ବାଇ: ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଚିକିତ୍ସା ହେଉଥିବା ବେଳେ ତାଙ୍କୁ ଭେଟିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ରଣବୀର କପୁରଙ୍କ ସହ ବ୍ରେକ୍ଅପ୍ ପରେ ରଣବୀରଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଦୀପିକାଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। କିନ୍ତୁ ଏବେ ସବୁ ପଛ କଥା ଭୁଲି ସମସ୍ତେ ନିଜ ନିଜ ଜୀବନରେ ଆଗକୁ ବଢ଼ି ସାରିଲେଣି। ଦୀପିକା ରଣବୀର ସିଂହ ବିବାହ କରିସାରିଥିବାବେଳେ ରଣବୀରଙ୍କୁ ମଧ୍ୟ ନିଜ ଲଭ୍ ଆଲିଆ ମିଳି ଯାଇଛନ୍ତି।
ରଣବୀର କପୁର ଦୀପିକା ବି ଏବେ ଭଲ ବନ୍ଧୁ ହୋଇଯାଇଛନ୍ତି। ନ୍ୟୁୟର୍କରେ ଆୟୋଜିତ ମେଟ୍ଗାଲା ୨୦୧୯ରେ ଜଲୱା ଦେଖେଇବା ପରେ ଦୀପିକା ନିଜ ବିଜି ସିଡ୍ୟୁଲ୍ରୁ ସମୟ ବାହାର କରି ରିଷି କପୁର ଓ ନିତୁ କପୁରଙ୍କୁ ଭେଟିଛନ୍ତି। ଦୀପିକାଙ୍କ ସହ କଥା ହେବାର ସେହି ଖାସ୍ ମୁହୁର୍ତ୍ତକୁ ନିତୁ କପୁର ସୋଶାଲ୍ ମିଡିଆରେ ଶେଆର କରିଛନ୍ତି।
ନିତୁ କପୁର ସେହି ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେଆର କରି ଲେଖିଛନ୍ତି, ‘‘ଦୀପିକାଙ୍କ ସହ ଅପରାହ୍ନଟି ଖୁବ୍ ସୁନ୍ଦର ଥିଲା।’’
View this post on InstagramSuch a fun evening with adorable @deepikapadukone .. gave lot of love n warmth ??
ଏହାସହ ରଣବୀରଙ୍କ ଭଉଣୀ ରିଦ୍ଧିମା ମଧ୍ୟ ଦୀପିକାଙ୍କୁ ପାଖରେ ପାଇ ନିଜ ଖୁସି ବ୍ୟକ୍ତ କରିଛନ୍ତି। ସେ ଶ୍ରଦ୍ଧାରେ ଦୀପିକାଙ୍କୁ ଏକ ବ୍ରେସ୍ଲେଟ୍ ଉପହାର ଦେଇଛନ୍ତି। ଯାହାକୁ ଦୀପିକା ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଆଶୀର୍ବାଦ ଓ ଶୁଭକାମନା ଲେଖି ଶେଆର ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରିଷି କପୁର ଏବେ ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ରୋଗ ବିଷୟରେ ମିଡ଼ିଆକୁ କିଛି କୁହାଯାଉ ନ ଥିବା ବେଳେ ଏବେ ସେ ରୋଗମୁକ୍ତ ହୋଇଥିବା ଖବର ମିଳିଛି। ଏହାସହ ସେ ଖୁବ୍ ଶୀଘ୍ର ଭାରତ ଫେରିବା କଥା ମଧ୍ୟ ଶୁଣିବାକୁ ମିଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/nitu.jpg)