dipu
ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଫିଲ୍ମ ‘ଛପାକ’ର ରିଲିଜ୍କୁ ତାଙ୍କ ଫ୍ୟାନ୍ ଓ ଅନ୍ୟ ସିନେମା ପ୍ରେମୀମାନେ ଅପେକ୍ଷା କରି ରହିଛନ୍ତି। ତେବେ ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଦୀପିକାଙ୍କ ଫ୍ୟାନ୍ଙ୍କ ପାଇଁ ଏକ ଖୁସି ଖବର ଆସିଛି। ସେ ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ମହାଭାରତ’ରେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିବେ।
ମଧୁ ମଣ୍ଟେନାଙ୍କ ସହିତ ମିଶି ଦୀପିକା ଏହି ଫିଲ୍ମ ନିର୍ମାଣ କରିବେ। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମକୁ ଭାଗ ଭାଗ କରି ତିଆରି କରାଯିବ ଏବଂ ଏହାର ପ୍ରଥମ ଭାଗ ୨୦୨୧ ଦୀପାବଳିରେ ରିଲିଜ୍ ହେବ।
ଦ୍ରୌପଦୀ ଚରିତ୍ରକୁ ନେଇ ଦୀପିକା କହିଛନ୍ତି, “ଏହି ଚରିତ୍ରରେ ଅଭିନୟ କରିବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଏହା ସହିତ ବହୁତ ସମ୍ମାନିତ ମଧ୍ୟ ଅନୁଭବ କରୁଛି। ମୋତେ ଲାଗୁଛି ଯେ ଏହା ମୋ ପାଇଁ ଏକ ଲାଇଫ୍ଟାଇମ୍ ରୋଲ୍।”
ସୋଶାଲ୍ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଦୀପିକାଙ୍କ ଫ୍ୟାନ୍ମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, “ମୋତେ ଲାଗୁ ନାହିଁ, ରାଜାମୌଲୀ ଓ ସଞ୍ଜୟ ଲୀଲା ଭଂଶାଲୀଙ୍କ ବ୍ୟତୀତ ଏହି ଫିଲ୍ମରେ କେହି ନିର୍ଦ୍ଦେଶନା ଦେଇପାରିବେ। କୌଣସି ପିରିୟଡିକ୍ ଡ୍ରାମାକୁ ନେଇ ଫିଲ୍ମ ତିଆରି କରିବା ପାଇଁ ବହୁତ ଗବେଷଣାର ଆବଶ୍ୟକ ପଡ଼ିଥାଏ। ଏହା ପରେ ହିଁ କୌଣସି ସତ ଘଟଣାକୁ ଆଜିର ଯୁଗରେ ପରଦାକୁ ଆଣିବା ପାଇଁ ଚେଷ୍ଟା କରାଯାଇଥାଏ। ଆମେ ସବୁ ଏହି ଦୁଇ ନିର୍ଦ୍ଦେଶକଙ୍କ ଦକ୍ଷତାକୁ ଜାଣିଛୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/dipu.jpg)