Advertisment

ଜନହିତକର କାମ ପାଇଁ ଏକାଠି ହେଲେ ଦୀପିକା-କେଣ୍ଡଲ

ମୁମ୍ବାଇ: ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନ୍ୟୁୟର୍କରେ ଏକ ଚାରିଟି ଡିନରରେ ସୁପରମଡେଲ ତଥା ରିଆଲିଟି ଟିଭି ଷ୍ଟାର୍‌ କେଣ୍ଡଲ ଜେନରଙ୍କ ସହିତ ଏକ ଫଟୋ କ୍ଲିକ୍‌ କରିଛନ୍ତି। ମାନସିକ ରୋର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସକ୍ରିୟ ଦୀପିକା ନ୍ୟୁୟର୍କ ପ୍ରେସ୍‌ବିଟେରିଆନ ହସ୍ପିଟାଲ ଦ୍ୱାରା ଆୟୋଜିତ ଏଙ୍ଗଜାଇଟି ୟୁଥ୍‌ ସେଣ୍ଟର ରାତ୍ରିଭୋଜନରେ ସାମିଲ୍‌ ହୋଇଥିଲେ। ସେଲିବ୍ରିଟି ହେଆରଷ୍ଟାଇଲିଷ୍ଟ ଗ୍ରାବିଏଲ ଜର୍ଜିୟୁ ଦୀପିକା ଓ କେଣ୍ଡଲଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏହି ଫଟୋରେ […]

ଜନହିତକର କାମ ପାଇଁ ଏକାଠି ହେଲେ ଦୀପିକା-କେଣ୍ଡଲ

deepika-amp

Advertisment

ମୁମ୍ବାଇ: ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନ୍ୟୁୟର୍କରେ ଏକ ଚାରିଟି ଡିନରରେ ସୁପରମଡେଲ ତଥା ରିଆଲିଟି ଟିଭି ଷ୍ଟାର୍‌ କେଣ୍ଡଲ ଜେନରଙ୍କ ସହିତ ଏକ ଫଟୋ କ୍ଲିକ୍‌ କରିଛନ୍ତି। ମାନସିକ ରୋର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସକ୍ରିୟ ଦୀପିକା ନ୍ୟୁୟର୍କ ପ୍ରେସ୍‌ବିଟେରିଆନ ହସ୍ପିଟାଲ ଦ୍ୱାରା ଆୟୋଜିତ ଏଙ୍ଗଜାଇଟି ୟୁଥ୍‌ ସେଣ୍ଟର ରାତ୍ରିଭୋଜନରେ ସାମିଲ୍‌ ହୋଇଥିଲେ।

Advertisment

publive-imageସେଲିବ୍ରିଟି ହେଆରଷ୍ଟାଇଲିଷ୍ଟ ଗ୍ରାବିଏଲ ଜର୍ଜିୟୁ ଦୀପିକା ଓ କେଣ୍ଡଲଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏହି ଫଟୋରେ ଦୀପିକା ଏଲବର୍ଟ ଫେରେଟ୍ଟି ପ୍ୟାଣ୍ଟସୁଟ୍‌ ଓ ବଡ଼ ଝୁମୁକା ପିନ୍ଧିଥିବା ନଜର ଆସୁଛନ୍ତି। ସେହିପରି କେଣ୍ଡଲ ନାରଙ୍ଗି ରଙ୍ଗର ବଡିକୋନ ଡ୍ରେସ୍‌ରେ ନଜର ଆସୁଥିଲେ।

ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ବ୍ଲାକ୍‌ ଆଣ୍ଡ ଦ୍ୱାଇଟ୍‌ ଫଟୋ ଶେୟାର କରି ଲେଖିଛନ୍ତି ଯେ, ମାନସିକ ରୋଗ ତାଙ୍କୁ ବହୁତ କିଛି ଶିଖାଇଛି। ଏଥିଯୋଗୁ  ତାଙ୍କୁ ବହୁ କଠିନ ପରିସ୍ଥିତିର ସାମନା କରିବାକୁ ପଡିଥିଲା। କିନ୍ତୁ ଏହି ରୋଗ ସହିତ ତାଙ୍କର ଅନୁଭବ ତାଙ୍କୁ ବହୁତ କିଛି ଶିଖାଇଛି। ଯାହା ମଧ୍ୟରୁ ଗୋଟିଏ ହେଉଛି ଧୈର୍ଯ୍ୟ।  ଏପରି ସ୍ଥିତିରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ  ଶିକ୍ଷା ସେ ଯାହା ପାଇଛନ୍ତି, ତାହା ହେଉଛି ଆଶା ବୋଲି ଦୀପିକା ଲେଖିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe