v
ମୁମ୍ବାଇ: ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ ବାହାଘରକୁ ଗୋଟିଏ ମାସ ପୂରିଗଲାଣି। ବାହାଘରର ମାସେ ପରେ ଦୀପିକା ନିଜ ବାହାଘରର ଏକ୍ସପିରିଏନ୍ସ ଶେଆର କରିଛନ୍ତି। ବାହାଘର ପରେ ଫିଲ୍ମ ଫେୟାରକୁ ଦେଇଥିବା ସାକ୍ଷାତକାରରେ ଦୀପିକା ବାହାଘର ସମ୍ବନ୍ଧିତ ଅନେକ କଥା ଶେଆର କରିଛନ୍ତି।
ଦୀପିକା କହିଛନ୍ତି, ‘ଯେତେବେଳେ ରଣବୀର ମୋ ମଥାରେ ସିନ୍ଦୂର ଦେଉଥିଲେ ମୋତେ ମୋ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ର ଡାଇଲଗ୍ ‘ଏକ୍ ଚୁଟ୍କି ସିନ୍ଦୁର କି କିମତ୍ ତୁମ୍ କ୍ୟା ଜାନୋ’ ଡାଇଲଗ୍ ମନେ ପଡ଼ିଯାଇଥିଲା। ଆଉ ସେ ଡାଇଲଗ୍ ରିଅଲ୍ ଲାଗିଥିଲା। ଫିଲ୍ମ ଓ ରିଅଲ୍ ଲାଇଫ୍ରେ ଲୋକଙ୍କୁ ବାହାହେବା ଦେଖିଛି। ଯେତେବେଳେ ଏସବୁ ମୋ ସହ ହେଉଥିଲା ମୋତେ ଖୁବ୍ ଭଲ ଲାଗୁଥିଲା।
ସେହି ସାକ୍ଷାତକାରରେ ଦୀପିକା କହିଥିଲେ, ‘‘ରଣବୀର ତାଙ୍କ ବାପାମା’ଙ୍କଠୁ ଅଧିକ ମତେ ଭୟ କରନ୍ତି।
ଦୀପିକା ନିଜ ବାହାଘର ସମ୍ପର୍କିତ ଆଉ ଏକ ଖୁଲାସା କରିଥିଲେ ଯାହା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ବାହାଘର ପରେ ନିଜ ସର୍ନେମ୍କୁ ନେଇ ଦୀପିକା କହିଲେ, ‘‘ମୋ ନାଁ ହେଉଛି ଦୀପିକା ପାଦୁକୋନ୍ ରଣବୀର ସିଂହ ପାଦୁକୋନ୍ଙ୍କ ପତ୍ନୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/12/v-12.jpg)