Advertisment

ଦୀପିକାଙ୍କ ରିସେପସନ୍‌ ପାର୍ଟିକୁ କାହିଁକି ଆସିଲେନି ପୂର୍ବତନ ପ୍ରେମିକ ? ଜବାବ ରଖିଲେ ଦୀପିକା

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ବାହାଘର ପରେ ଡିସେମ୍ବର ୧ରେ ସେଲିବ୍ରିଟିମାନଙ୍କ ପାଇଁ ମୁମ୍ବାଇରେ ରିସେପସନ୍‌ ପାର୍ଟି ରଖିଥିଲେ। ଏଥିରେ ଆନେକ ନାମୀ ଦାମୀ କଳାକାର ଯୋଗ ଦେଇଥିଲେ। କିନ୍ତୁ ସମସ୍ତଙ୍କ ନଜର ଯାହା ଉପରେ ଥିଲା ତାଙ୍କୁ ହିଁ ଦେଖିବାକୁ ମିଳି ନଥିଲା। ଆମେ କହୁଛୁ ଦୀପିକାଙ୍କ ପୂର୍ବତନ ପ୍ରେମିକ ରଣବୀର କପୁରଙ୍କ କଥା। ପ୍ରାୟ ସମସ୍ତେ ସେହି କଥାକୁ ଅପେକ୍ଷା କରିଥିଲେ। ରଣବୀର ଆସିବେ ନା ନାହିଁ। କାହିଁକି ନା ବ୍ରେକ୍‌ଅପ୍‌ […]

author-image
Sangita Sahoo
ଅଦ୍ୟତନ ହୋଇଛି
ଦୀପିକାଙ୍କ ରିସେପସନ୍‌ ପାର୍ଟିକୁ କାହିଁକି ଆସିଲେନି ପୂର୍ବତନ ପ୍ରେମିକ ? ଜବାବ ରଖିଲେ ଦୀପିକା

dddd

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ବାହାଘର ପରେ ଡିସେମ୍ବର ୧ରେ ସେଲିବ୍ରିଟିମାନଙ୍କ ପାଇଁ ମୁମ୍ବାଇରେ ରିସେପସନ୍‌ ପାର୍ଟି ରଖିଥିଲେ। ଏଥିରେ ଆନେକ ନାମୀ ଦାମୀ କଳାକାର ଯୋଗ ଦେଇଥିଲେ। କିନ୍ତୁ ସମସ୍ତଙ୍କ ନଜର ଯାହା ଉପରେ ଥିଲା ତାଙ୍କୁ ହିଁ ଦେଖିବାକୁ ମିଳି ନଥିଲା।

Advertisment

ଆମେ କହୁଛୁ ଦୀପିକାଙ୍କ ପୂର୍ବତନ ପ୍ରେମିକ ରଣବୀର କପୁରଙ୍କ କଥା। ପ୍ରାୟ ସମସ୍ତେ ସେହି କଥାକୁ ଅପେକ୍ଷା କରିଥିଲେ। ରଣବୀର ଆସିବେ ନା ନାହିଁ। କାହିଁକି ନା ବ୍ରେକ୍‌ଅପ୍‌ ପରେ ଦୁହେଁ ଖୁବ୍‌ ଭଲ ବନ୍ଧୁ ହୋଇଯାଇଛନ୍ତି। ସେଥିପାଇଁ ସମସ୍ତେ ଭାବୁଥିଲେ ବୋଧହୁଏ ସେ ଆସିବେ। କିନ୍ତୁ ସେ ନ ଆସିବାରୁ ଏହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ranveerଦୀପିକାଙ୍କୁ ଏହି ବିଷୟରେ ପଚରାଯିବାରୁ ସେ ଏହାର ଜବାବ ରଖିଛନ୍ତି। ଏକଥା ରଣବୀର Famously Filmfareକୁ ଦେଇଥିବା ସାକ୍ଷାତକାରରେ କହିଥିଲେ।

Advertisment

ସେ କହିଥିଲେ, ‘‘ଆମେ ଦୁହେଁ ଏ ପର୍ଯ୍ୟନ୍ତ କିଛି କଥା ହେଇନୁ। ମୋ କହିବାର ଅର୍ଥ ରିସେପସନ୍‌ ପୂର୍ବରୁ ଆମର କଥା ବାର୍ତ୍ତା ହୋଇଥିଲା। ପାର୍ଟି ପରେ କିନ୍ତୁ ଆମର କଥାବାର୍ତ୍ତା ହୋଇନି। କିନ୍ତୁ ରଣବୀର ନ ଆସିବାରେ ମୁଁ ଆଦୌ ସରପ୍ରାଇଜ୍‌ ହୋଇନି ବୋଲି ଦୀପିକା କହିଥିଲେ।’’

ସୂଚନାଯୋଗ୍ୟ ଯେ, ରଣବୀର-ଦୀପିକାଙ୍କ ରିସେପସନ୍‌ରେ ରଣବୀର କପୁରଙ୍କ ଗର୍ଲଫ୍ରେଣ୍ଡ୍‌ ଆଲିଆ ଭଟ୍ଟ ବି ସାମିଲ ହୋଇ ନ ଥିଲେ। କାହିଁକିନା ଦୀପିକାଙ୍କ ରିସେପ୍‌ସନ୍‌ ଦିନ ଦୁହେଁ ‘ବ୍ରହ୍ମାସ୍ତ୍ର’ ଶୁଟିଂରେ ବ୍ୟସ୍ତ ଥିଲେ।