ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କପଲ୍ ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ଚଳିତ ବର୍ଷ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଆଉ ଏଥିପାଇଁ ଦୀପିକା ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବେଙ୍ଗାଲୁର୍ରେ ନିଜ ଘରେ ନନ୍ଦୀ ପୂଜନ କରି ଏବେ ସେ ମୁମ୍ବାଇ ଫେରିଆସିଛନ୍ତି। ତାଜା ଖବର ହେଉଛି ଦୀପିକା ନିଜର ଗହଣା କିଣିବା ଆରମ୍ଭ କରିଛନ୍ତି।
ଆଜ୍ଞା ହଁ, ଇତି ମଧ୍ୟରେ ସେ ନିଜ ମଙ୍ଗଳସୂତ୍ର କିଣି ସାରିଲେଣି। ଆଉ ଜାଣିଛନ୍ତି ତା’ର ଦାମ୍ କେତେ। ତାଙ୍କ ଷ୍ଟାରଡମ୍କୁ ଦେଖି ନିଶ୍ଚିତ ଭାବେ ତାଙ୍କ ମଙ୍ଗଳସୂତ୍ରର ଦାମ୍ ଅନୁମାନ୍ କରିପାରୁଥିବେ। ରିପୋର୍ଟ ମୁତାବକ ଦୀପିକା ଯେଉଁ ମଙ୍ଗଳସୂତ୍ର କିଣିଛନ୍ତି ତା’ର ଦାମ୍ ହେଉଛି ୨୦ ଲକ୍ଷ ଟଙ୍କା। ଦୀପିକା ଏହି ମଙ୍ଗଳ ସୂତ୍ର ମୁମ୍ବାଇର ଅନ୍ଧେରୀ ସ୍ଥିତ ଏକ ଅଳଙ୍କାର ଦୋକାନରୁ କିଣିଛନ୍ତି।
ନିଜ ପାଇଁ ମଙ୍ଗଳସୂତ୍ର କିଣିବା ସହ ରଣବୀରଙ୍କ ପାଇଁ ସେ ଏକ ଚେନ୍ ମଧ୍ୟ କିଣିଛନ୍ତି। କୁହାଯାଉଛି ଯେ ଦୀପିକା ସେହି ଦୁଇଟି ଆଲଙ୍କାରକୁ ଛାଡ଼ି ପାଖିପାଖି ୧ କୋଟି ଟଙ୍କାର ସପିଂ କରିଛନ୍ତି।
ଦୀପିକାଙ୍କ ଗହଣା କିଣିବା ପାଇଁ ପୂର୍ବରୁ ଜୁଏଲେରୀ ସପ୍କୁ ସୂଚନା ଦିଆଯାଇଥିଲା। ଦୀପିକା କେମିତି ଆରାମ୍ରେ ଗହଣା ପସନ୍ଦ କରି କିଣିପାରିବେ ସେଥିପାଇଁ ଜୁଏଲେରୀ ସପ୍ ସାଧାରଣ ଜନତାଙ୍କ ପାଇଁ ୧ ଘଣ୍ଟା ପାଇଁ ଦୋକାନ ବନ୍ଦ କରିଥିଲା।
ସୂଚନାଯୋଗ୍ୟ ଯେ ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ୧୪-୧୫ ନଭେମ୍ବରକୁ ଇଟାଲିର ଲେକ୍ କୋମୋରେ ବିବାହ କରିବାକୁ ଯାଉଛନ୍ତି। ଆଉ ତାଙ୍କର ରିସେପ୍ସନ୍ ପାର୍ଟି ଡିସେମ୍ବର ୧ ତାରିଖକୁ ମୁମ୍ବାଇରେ ଦିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।