Advertisment

୨୦ ବର୍ଷ ତଳେ ଦୀପିକାଙ୍କୁ ଦହି, ଭାତ ଯାଚି ନ ଥିଲେ ଆମୀର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଲକଡାଉନ ଅବଧିରେ ସୋଶାଲ ମିଡିଆରେ ଖୁବ୍ ସକ୍ରୀୟ ରହୁଛନ୍ତି। ସମୟ ସମୟରେ ଫଟୋ ଓ ଭିଡିଓ ଶେୟାର କରି ସେ ନିଜ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହାରି ଭିତରେ ଦୀପିକା ଏକ ପୂରୁଣା ଫଟୋ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯାହାକୁ ନେଇ ଫ୍ୟାନମାନଙ୍କ ଭିତରେ ଖୁବ ଚର୍ଚ୍ଚା ଲାଗି ରହିଛି। https://www.instagram.com/p/B-_eaG3jr-V/?utm_source=ig_web_copy_link ବଲିଉଡ ପର୍ଫେକ୍ସନିଷ୍ଟ ଆକ୍ଟର ଆମୀର ଖାନଙ୍କ ସହ […]

author-image
Pragnya Choudhury
୨୦ ବର୍ଷ ତଳେ ଦୀପିକାଙ୍କୁ ଦହି, ଭାତ ଯାଚି ନ ଥିଲେ ଆମୀର

deepika-aamir

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଲକଡାଉନ ଅବଧିରେ ସୋଶାଲ ମିଡିଆରେ ଖୁବ୍ ସକ୍ରୀୟ ରହୁଛନ୍ତି। ସମୟ ସମୟରେ ଫଟୋ ଓ ଭିଡିଓ ଶେୟାର କରି ସେ ନିଜ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହାରି ଭିତରେ ଦୀପିକା ଏକ ପୂରୁଣା ଫଟୋ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯାହାକୁ ନେଇ ଫ୍ୟାନମାନଙ୍କ ଭିତରେ ଖୁବ ଚର୍ଚ୍ଚା ଲାଗି ରହିଛି।

Advertisment

https://www.instagram.com/p/B-_eaG3jr-V/?utm_source=ig_web_copy_link

ବଲିଉଡ ପର୍ଫେକ୍ସନିଷ୍ଟ ଆକ୍ଟର ଆମୀର ଖାନଙ୍କ ସହ ଦୀପିକା ଏକ ବହୁ ପୂରୁଣା ଫଟୋଟି ଶେୟାର କରିଛନ୍ତି। ଆମୀରଙ୍କ ପାଖରେ ଦୀପିକା ବସିଥିବା ନଜରକୁ ଆସିଥିବା ବେଳେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ଏବଂ ମାଆ ଉଜ୍ଜ୍ୱଳା ଏବଂ ଭଉଣୀ ତନିଷାଙ୍କୁ ମଧ୍ୟ ଫଟୋରେ ଦେଖିବାକୁ ମିଳିଛି।

https://www.instagram.com/p/CAAXXnSDobK/?utm_source=ig_web_copy_link

ଶନିବାର ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଦୀପିକା ଏହି ଫଟୋ ଶେୟାର କରିଛନ୍ତି। ଫଟୋଟି ୨୦ ବର୍ଷ ତଳର। ଫଟୋ କ୍ୟାପଶନରେ ଏହା ୨୦୦୦ ମସିହାର ଫଟୋ ବୋଲି ଦୀପିକା ଲେଖିଛନ୍ତି।

Advertisment

https://www.instagram.com/p/CAPTI_cDRKO/?utm_source=ig_web_copy_link

ସେ ଆହୁରି ଲେଖିଛନ୍ତି, "ସେତେବେଳେ ମୁଁ ୧୩ ବର୍ଷର ଥିଲି ଏବଂ ବହୁତ ଅଜବ ଥିଲି। ମୁଁ ଏବେ ବି ସେମିତି ଅଛି। ସେ ମଧ୍ୟାହ୍ନ ଭୋଜନ କରୁଥିଲେ ଏବଂ କେବଳ ଦହି-ଭାତ ଖାଉଥିଲେ। ମୁଁ ବି ଭୋକିଲା ଥିଲି, ଯେପରି ମୁଁ ସବୁ ସମୟରେ ଥାଏ। କିନ୍ତୁ ସେ ମୋତେ ଖାଇବାକୁ ଅଫର୍ କଲେ ନାହିଁ ଆଉ ମୁଁ ମଧ୍ୟ ମାଗି ନ ଥିଲି...।" କିଛି ଏଭଳି ଶବ୍ଦରେ ଦୀପିକା ସମ୍ପୂର୍ଣ୍ଣ ଦୃଶ୍ୟକୁ ଫ୍ୟାନମାନଙ୍କ ନିକଟରେ ପହଞ୍ଚାଇଛନ୍ତି।