Advertisment

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଳିଥିବା ବେଳେ ବଲିଉଡର ନାମୀଦାମୀ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସୁଛି। ମାୟାନଗରୀର ମାୟା ଜାଲ ଭିତରେ ଡ୍ରଗ୍ସ ଗୁମରର ପର୍ଦାଫାଶ କରିବାକୁ ଖୋଳତାଡ଼ ଚଳାଇଛି ଏନସିବି ବା ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ। ଏହି କ୍ରମରେ ହାଇପ୍ରୋଫାଇଲ୍ ଅଭିନେତ୍ରୀମାନଙ୍କୁ ଏନସିବି ସମନ କରିଛି। ଆସନ୍ତା ତିନି ଦିନ ମଧ୍ୟରେ ଏମାନେ ଏନସିବି ନିକଟରେ ହାଜର ହେବେ। ଡ୍ରଗ୍ସ ଲିଙ୍କରେ ବଲିଉଡର ବଡ଼ ଚେହେରା। ଏମାନେ ହେଲେ ବଲିଉଡର ଲୋକପ୍ରିୟ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

drugs-Dipika

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଳିଥିବା ବେଳେ ବଲିଉଡର ନାମୀଦାମୀ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସୁଛି। ମାୟାନଗରୀର ମାୟା ଜାଲ ଭିତରେ ଡ୍ରଗ୍ସ ଗୁମରର ପର୍ଦାଫାଶ କରିବାକୁ ଖୋଳତାଡ଼ ଚଳାଇଛି ଏନସିବି ବା ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ। ଏହି କ୍ରମରେ ହାଇପ୍ରୋଫାଇଲ୍ ଅଭିନେତ୍ରୀମାନଙ୍କୁ ଏନସିବି ସମନ କରିଛି। ଆସନ୍ତା ତିନି ଦିନ ମଧ୍ୟରେ ଏମାନେ ଏନସିବି ନିକଟରେ ହାଜର ହେବେ।

Advertisment

ଡ୍ରଗ୍ସ ଲିଙ୍କରେ ବଲିଉଡର ବଡ଼ ଚେହେରା। ଏମାନେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହ। ତଥ୍ୟ ଅନୁସାରେ ଶୁକ୍ରବାର କେବଳ ଦୀପିକାଙ୍କୁ ଜେରା କରାଯିବ ଏବଂ ଅନ୍ୟମାନଙ୍କୁ ଆସନ୍ତାକାଲି ହାଜର ହେବାକୁ ସମନ ହୋଇଛି। ତେବେ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଗତରାଲି ଏନସିବି ପଚରାଉଚରା କରିସାରିଛି।

ଏହା ପୂର୍ବରୁ ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିସାରିଛି। ତାଙ୍କ ମୋବାଇଲ୍ ହ୍ୱାଟସ୍ ଆପ୍ ଚାଟରୁ ମିଳିଥିବା ତଥ୍ୟ ଆଧାରରେ ଏନସିବି ଡ୍ରଗ୍ସ ଚେର ଖୋଜୁଛି, ଯାହା ପରେ ଗୋଟିଏ ପରେ ଗୋଟିଏ ବଡ଼ ନାଁ ସାମ୍ନାକୁ ଆସୁଛି।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତଦନ୍ତକାରୀ ସଂସ୍ଥା କରିସ୍ମାଙ୍କ ହ୍ୱାଟସ୍ ଆପରୁ ମଧ୍ୟ ଡ୍ରଗ୍ସ ଲିଙ୍କ୍ ତଥ୍ୟ ପାଇଛନ୍ତି। ତାଙ୍କ ହ୍ୱାଟ୍ସ ଆପ୍ ଚାଟରେ 'ଡି' ଏବଂ 'କେ' ମଧ୍ୟରେ ଏକ ଡ୍ରଗ୍ସ ଯୋଗାଡ଼ କରିବା ନେଇ ଆଲୋଚନା ହୋଇଥିବା ପର୍ଦ୍ଦାଫାଶ ହୋଇଛି। ସେହିପରି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ରିୟାଙ୍କୁ ଜେରା କରାଯିବା ସମୟରେ ସାରା, ରକୁଲ ଏବଂ ଶ୍ରଦ୍ଧାଙ୍କ ନାଁ ସାମ୍ନାକୁ ଆସିଛି। ଏ ସମସ୍ତ ବି-ଟାଉନ ସୁନ୍ଦରୀଙ୍କୁ ଏନସିବି ତିନି ଦିନ ମଧ୍ୟରେ ଜେରା କରିବ।

ସୁଶାନ୍ତଙ୍କ ମୃତ୍ୟୁ ପରେ ସାରା ଦେଶ ସିବିଆଇ ତଦନ୍ତ ପାଇଁ ଏକଜୁଟ୍ ହୋଇଥିଲା। ପରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବାରୁ ଏନସିବି ମଧ୍ୟ ମାମଲାର ଖୋଳତାଡ଼ ଆରମ୍ଭ କଲା। ସେପଟେ ଟଙ୍କା ହେରଫେର୍ ହୋଇଥିବା ଦିଗରେ ଇଡି ମଧ୍ୟ ତଦନ୍ତ କରୁଛି। ଇତି ମଧ୍ୟରେ ବଲିଉଡର ଡ୍ରଗ୍ସ ଲିଙ୍କ୍ ଚେର ଲମ୍ବି ଲମ୍ବି ଚାଲିଛି। ବହୁ ତାରକା ଓ ବ୍ୟକ୍ତିଙ୍କ ନାମ ଏନସିବି ରାଡାରରେ ରହିଛି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ଏମାନେ ହେଉଛନ୍ତି ସବୁଠାରୁ ବଡ଼ ବ୍ୟକ୍ତିତ୍ୱ। ଏଣୁ ଏ ସବୁ ଜାଲରେ ଫସିବା ପରେ ବି-ଟାଉନର ଏହି ସୁନ୍ଦରୀମାନଙ୍କ କ୍ୟାରିୟର ପ୍ରଭାବିତ ହେବ ବୋଲି ଆଲୋଚନା ହେଉଛି।

Rhea Chakraborty Deepika Padukone NCB