ଗ୍ରୀନ୍‌ ଆଉଟ୍‌ଫିଟ୍‌ରେ ଦୀପିକା, ଗର୍ଜିଅସ୍‌ ଲୁକ୍‌କୁ ପ୍ରଶଂସା କଲେ ଫ୍ୟାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ବିବାହ, ଘର ସଂସାର କରି ସାରିବା ପରେ ଏବେ ନିଜ କ୍ୟାରିୟର୍‌ ପାଇଁ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ଦୀପିକା ଏବେ ନିଜ ଅପ୍‌ କମିଙ୍ଗ ଫିଲ୍ମ ‘ଛପକ୍‌’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଥିରୁ ସମୟ ମିଳିଲେ ବିଭିନ୍ନ ପ୍ରକାର ଇଭେଣ୍ଟରେ ଭାଗ ମଧ୍ୟ ନେଉଛନ୍ତି। ନିକଟରେ ଦୀପିକାଙ୍କୁ ମୁମ୍ବାଇରେ ଆୟୋଜନ ହୋଇଥିବା Grazia Millennial Awards 2019ରେ ଦେଖିବାକୁ ମିଳିଥିଲା। ଏହି ଆୱାର୍ଡ ଶୋ’ରେ ଦୀପିକାଙ୍କୁ ନୀଳ […]

da1

Rosalin Rath
  • Published: Thursday, 20 June 2019
  • , Updated: 20 June 2019, 01:05 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ବିବାହ, ଘର ସଂସାର କରି ସାରିବା ପରେ ଏବେ ନିଜ କ୍ୟାରିୟର୍‌ ପାଇଁ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ଦୀପିକା ଏବେ ନିଜ ଅପ୍‌ କମିଙ୍ଗ ଫିଲ୍ମ ‘ଛପକ୍‌’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଥିରୁ ସମୟ ମିଳିଲେ ବିଭିନ୍ନ ପ୍ରକାର ଇଭେଣ୍ଟରେ ଭାଗ ମଧ୍ୟ ନେଉଛନ୍ତି। ନିକଟରେ ଦୀପିକାଙ୍କୁ ମୁମ୍ବାଇରେ ଆୟୋଜନ ହୋଇଥିବା Grazia Millennial Awards 2019ରେ ଦେଖିବାକୁ ମିଳିଥିଲା।

ଏହି ଆୱାର୍ଡ ଶୋ’ରେ ଦୀପିକାଙ୍କୁ ନୀଳ ରଙ୍ଗର ଏକ ପୋଷାକରେ ଦେଖିବାକୁ ମିଳିଥିଲା। ଏହି ଗାଉନ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏକ ଫ୍ୟାସନ୍‌ ବ୍ରାଣ୍ଡ୍‌ ଏହି ପୋଷାକର ଡିଜାଇନ୍‌ କରିଛନ୍ତି।

ଦୀପିକା ଗ୍ରୀନ୍‌ ଆଉଟ୍‌ଫିଟ୍‌ ସହ ଗ୍ରୀନ୍‌ ରଙ୍ଗର ହାଇ ହିଲ୍‌ ମଧ୍ୟ ପିନ୍ଧିଥିଲେ। ଏହି ଫଟୋକୁ ସେ ସୋଶାଲ୍‌ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି। ଫଲୋର୍ସମାନେ ଏହି ଫଟୋରେ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି।

ଏହି ଆୱାର୍ଡ ଶୋ’ରେ ଦୀପିକାଙ୍କ ସହ ବଲିଉଡ୍‌ର ଅନ୍ୟ କଳାକାର ମଧ୍ୟ ଯୋଗ ଦେଇଥିଲେ।

 

https://www.instagram.com/p/By5jdlYA_oG/?utm_source=ig_web_copy_link

Related story