Advertisment

ଏନସିବିକୁ ଧରାଛୁଆଁ ଦେଉନାହାନ୍ତି ଦୀପିକାଙ୍କ ମ୍ୟାନେଜର

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ଏନସିବି। ନିକଟ ଅତୀତରେ ବଲିଉଡର ବହୁ ନାମୀଦାମୀ ତାରକାଙ୍କୁ ଏନସିବି ଜେରା କରିସାରିଛି। ଏମାନଙ୍କ ଭିତରେ ଦୀପିକା ପାଦୁକୋନ ଏକ ବଡ଼ ନାଁ ଥିଲା। ଦୀପିକାଙ୍କ ସହ ତାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡ଼ିଥିଲେ। ତେବେ କରିସ୍ମା ଏନସିବି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ ନ ଥିବା ଜଣାପଡ଼ିଛି। ଏନସିବି […]

author-image
Pragnya Choudhury
ଏନସିବିକୁ ଧରାଛୁଆଁ ଦେଉନାହାନ୍ତି ଦୀପିକାଙ୍କ ମ୍ୟାନେଜର

karishma

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ଏନସିବି। ନିକଟ ଅତୀତରେ ବଲିଉଡର ବହୁ ନାମୀଦାମୀ ତାରକାଙ୍କୁ ଏନସିବି ଜେରା କରିସାରିଛି। ଏମାନଙ୍କ ଭିତରେ ଦୀପିକା ପାଦୁକୋନ ଏକ ବଡ଼ ନାଁ ଥିଲା। ଦୀପିକାଙ୍କ ସହ ତାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡ଼ିଥିଲେ। ତେବେ କରିସ୍ମା ଏନସିବି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ ନ ଥିବା ଜଣାପଡ଼ିଛି।

Advertisment

ଏନସିବି ସମନ କରିବା ପରେ ବି କରିସ୍ମା ତଦନ୍ତ ପ୍ରକ୍ରିୟାରେ ସାମିଲ୍ ହେଲେ ନାହିଁ ବୋଲି ଏନସିବି ସୂତ୍ରରୁ ଜଣାପଡ଼ିଛି। ଏନସିବି ଅନୁଯାୟୀ କରିସ୍ମା ତଦନ୍ତ ପ୍ରକ୍ରିୟାରେ ସାମିଲ ହେଉ ନାହାନ୍ତି। ପୂର୍ହରୁ ମଧ୍ୟ ସମନ କରାଯାଇଥିଲା। ହେଲେ ସେ ହାଜର ହୋଇ ନ ଥିଲେ। ଏଣୁ ଏବେ ଏନସିବି କରିସ୍ମାଙ୍କ ମାଆ ମିତାକ୍ଷରା ପୁରୋହିତଙ୍କୁ ସମନ କରିଛି ବୋଲି ଜଣାପଡ଼ିଛି।

ତେବେ କରିସ୍ମା ଦୀର୍ଘ ଦିନ ହେଲା ଗାୟବ ଅଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଅଛି। ଏଣୁ ଏନସିବି ଗୁରୁଗ୍ରାମରେ ରହୁଥିବା ତାଙ୍କ ମାଆଙ୍କୁ ସମନ କରିଛି। ଏହାସହ ଏନସିବି କରିସ୍ମାଙ୍କ କ୍ୱାନ୍ ଟ୍ୟାଲେଣ୍ଟ ଏଜେନ୍ସିକୁ ମଧ୍ୟ ସମନ ପଠାଇଛି। ଏନସିବି 67 ଏଡିପିଏସ୍ ଆକ୍ଟ ଅନୁଯାୟୀ, କରିସ୍ମା ପ୍ରକାଶଙ୍କ ମାଆଙ୍କୁ ଏବଂ ତାଙ୍କ କମ୍ପାନୀକୁ ସମନ କରିଛି।

Advertisment

ଏନସିବି ମୁତାବକ, କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏଣୁ ତାଙ୍କୁ ଏନସିବିର ପ୍ରଶ୍ନର ଜବାବ ଦେବା ଉଚିତ୍। ଏପଟେ ଏନସିବିକୁ କରିସ୍ମା ଧରା ଛୁଆଁ ଦେଉ ନାହାନ୍ତି ହେଲେ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ଅନ୍ୟପଟେ ଏନସିବି ଅଧିକାରୀମାନେ ଗତ ମଙ୍ଗଳବାର କରିସ୍ମା ପ୍ରକାଶଙ୍କ ଭର୍ସୋଭାସ୍ଥିତ ବାସଭବନ ଖାନତଲାସି କରିଥିଲେ।

Deepika Padukone NCB SSR Death Case