Advertisment

ରୂପେଲି ପରଦାରେ ନୂଆ ଯୋଡ଼ି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍ ଅଭିନେତା ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଏଦୁହେଁ ପ୍ରଥମ ଥର ପାଇଁ  କରଣ ଜୋହରଙ୍କ ଏକ ଫିଲ୍ମରେ କାମ କରିବେ। ଏଥିପାଇଁ ଦୀପିକା ପାଦୁକୋନ୍ ସବୁଜ ସଙ୍କେତ ଦେଇଛନ୍ତି। ଫିଲ୍ମର ନା ଏଯାଏଁ  ସ୍ଥିର କରାଯାଇ ନାହିଁ ତେବେ ଏହାର କଥାବସ୍ତୁ ସ୍ୱାମୀ-ସ୍ତ୍ରୀ ସଂପର୍କ ଉପରେ ଆଧାରିତ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ଆଉ ଜଣେ ଜଣାଶୁଣା […]

ଅଦ୍ୟତନ ହୋଇଛି
ରୂପେଲି ପରଦାରେ ନୂଆ ଯୋଡ଼ି

deepvic_Feature

Advertisment

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍ ଅଭିନେତା ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଏଦୁହେଁ ପ୍ରଥମ ଥର ପାଇଁ  କରଣ ଜୋହରଙ୍କ ଏକ ଫିଲ୍ମରେ କାମ କରିବେ। ଏଥିପାଇଁ ଦୀପିକା ପାଦୁକୋନ୍ ସବୁଜ ସଙ୍କେତ ଦେଇଛନ୍ତି।

Advertisment

ଫିଲ୍ମର ନା ଏଯାଏଁ  ସ୍ଥିର କରାଯାଇ ନାହିଁ ତେବେ ଏହାର କଥାବସ୍ତୁ ସ୍ୱାମୀ-ସ୍ତ୍ରୀ ସଂପର୍କ ଉପରେ ଆଧାରିତ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ଆଉ ଜଣେ ଜଣାଶୁଣା ନାୟିକାଙ୍କୁ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି।  ତେବେ କାହାକୁ ନିଆଯିବ ସେନେଇ କିଛି ସୂଚନା ଦିଆଯାଇନାହିଁ।

publive-imageପୂର୍ବରୁ ଏକ ଫିଲ୍ମରେ ଦୀପିକା ପାଦୁକୋନ୍ ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇନଥିଲେ। ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ସୁପରହିଟ୍‌ ଫିଲ୍ମ ‘ପଦ୍ମାବତ୍‌’ରେ ଶାହିଦ କପୁର କରିଥିବା ଭୂମିକାକୁ ଭିକି କୌଶଲଙ୍କୁ ଦେବା ପାଇଁ  ସ୍ଥିର କରିଥିଲେ, ହେଲେ ଦୀପିକା ଏକଥା ଜାଣିବା ପରେ ଭିକି କୌଶଲଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ତେବେ ଏହା ପଛରେ କୌଣସି ପ୍ରଫେଶନାଲ୍‌ ଇଶୁ ରହିଛି କି କୌଣସି ବ୍ୟକ୍ତିଗତ କାରଣ ଲୁଚି ରହିଛି ତାହା ଜଣାପଡ଼ିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe