Advertisment

ବାହାଘର ପରେ ପୁଣି ରଣବୀର କପୁରଙ୍କ ସହ ରୋମାନ୍ସ କରିବେ ଦୀପିକା !

ମୁମ୍ବାଇ: ରଣବୀର ସିଂହଙ୍କ ସହ ବାହାଘର ପରେ ବି ଜାରି ରହିବ ଦୀପିକା ପାଦୁକୋନ୍‌ ଓ ରଣବୀର କପୁରଙ୍କ ରୋମାନ୍ସର ସିଲ୍‌ସିଲା। ରୋମାନ୍ସ ହେବ ସତ, କିନ୍ତୁ ରିଅଲ୍‌ ନୁହେଁ ରିଲ୍‌ରେ। କହିବା କଥାଟି ହେଉଛି ଏହି ସୁପରହିଟ୍‌ ଯୋଡି ପୁଣି ପରଦାରେ ଏକାଠି ନଜର ଆସିବେ। ‘ସୋନୁ କି ଟିଟୁକି ସ୍ୱିଟୀ’ର ନିର୍ଦ୍ଦେଶକ ଲବ୍‌ ରଞ୍ଜନ୍‌ଙ୍କ ଆଗାମୀ ଫିଲ୍ମରେ ଦୁହେଁ ଏକାଠି କାମ କରିବେ। ପୂର୍ବରୁ ଦୁହେଁ ଅନେକ ଫିଲ୍ମରେ କାମ କରି ସାରିଛନ୍ତି। ପରଦାରେ ଦୁହିଁଙ୍କ […]

ବାହାଘର ପରେ ପୁଣି ରଣବୀର କପୁରଙ୍କ ସହ ରୋମାନ୍ସ କରିବେ ଦୀପିକା !

deepika

Advertisment

ମୁମ୍ବାଇ: ରଣବୀର ସିଂହଙ୍କ ସହ ବାହାଘର ପରେ ବି ଜାରି ରହିବ ଦୀପିକା ପାଦୁକୋନ୍‌ ଓ ରଣବୀର କପୁରଙ୍କ ରୋମାନ୍ସର ସିଲ୍‌ସିଲା। ରୋମାନ୍ସ ହେବ ସତ, କିନ୍ତୁ ରିଅଲ୍‌ ନୁହେଁ ରିଲ୍‌ରେ। କହିବା କଥାଟି ହେଉଛି ଏହି ସୁପରହିଟ୍‌ ଯୋଡି ପୁଣି ପରଦାରେ ଏକାଠି ନଜର ଆସିବେ। ‘ସୋନୁ କି ଟିଟୁକି ସ୍ୱିଟୀ’ର ନିର୍ଦ୍ଦେଶକ ଲବ୍‌ ରଞ୍ଜନ୍‌ଙ୍କ ଆଗାମୀ ଫିଲ୍ମରେ ଦୁହେଁ ଏକାଠି କାମ କରିବେ।

Advertisment

ପୂର୍ବରୁ ଦୁହେଁ ଅନେକ ଫିଲ୍ମରେ କାମ କରି ସାରିଛନ୍ତି। ପରଦାରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଡେକାନ୍‌ କ୍ରୋନିକଲ୍‌ ଖବର ମୁତାବକ, ଫିଲ୍ମର ଶୁଟିଂ ୨୦୧୯ରେ ଆରମ୍ଭ ହେବ ଆଉ ୨୦୨୦ରେ ରିଲିଜ୍‌ ହେବ। ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅଜୟ ଦେବଗନ୍‌ ଗୁରୁତ୍ୱ ପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହାର ଟାଇଟଲ୍ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନ ଥିଲେ ବି ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ବୋଲି ଜଣା ପଡ଼ିଛି।

ସୂଚନାଯୋଗ୍ୟ ଯେ, ରଣବୀର କପୁର ଓ ଦୀପିକାଙ୍କ ଏହା ଚତୁର୍ଥ ଫିଲ୍ମ। ପୂର୍ବରୁ ଦୁହେଁ ‘ବଚ୍‌ନା ୟେ ହସିନା, ୟେ ଜୱାନୀ ହୈ ଦିୱାନୀ, ତମାଶାରେ ଏକାଠି କାମ କରିଥିଲେ।

Advertisment

publive-imageନିକଟରେ ଦୀପିକା ସ୍ୱାମୀ ରଣବୀର ସିଂହଙ୍କ ସହ ଫିଲ୍ମ ‘୮୩’ରେ ଅଭିନୟ କରିବା ନେଇ ଖବର ଆସିଥିଲା। ଏହି ଫିଲ୍ମରେ ଦୀପିକା ରଣବୀର ସିଂହଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଦୀପିକା ଏହାକୁ ଖଣ୍ଡନ କରିଛନ୍ତି ।

ସେ କହିଛନ୍ତି, ‘ମୁଁ ରଣବୀର ସିଂହଙ୍କ ହୃଦୟ ରାଣୀ। ଆଉ ବାସ୍ତବ ଜୀବନରେ ପତ୍ନୀ ଧର୍ମ ପାଳନ କରୁଛି। କିନ୍ତୁ ଅନସ୍କ୍ରିନ୍‌ ତାଙ୍କ ପତ୍ନୀ ଭାବେ ଏବେ କାମ କରୁନାହିଁ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe