Advertisment

ବନ୍ଦ ହୋଇଯିବ ଦୀପିକାଙ୍କ ଶୋ'

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଛି ଟେଲି କୁଇନ୍ ଏକ୍‌ତା କପୁରଙ୍କ ଧାରାବାହିକ ‘କବଚ… ମହାଶିବରାତ୍ରୀ’। ଗତ ମେ ମାସରୁ ଏହା ଆରମ୍ଭ ହୋଇଛି। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ‘ଦିଆ ଔର୍ ବାତୀ ହମ୍‌’ର ସନ୍ଧ୍ୟା ତଥା ଦୀପିକା ସିଂହ, ନମିକ ପଲ୍ ଓ ବିନ୍‌ ରାଣା। ହେଲେ ଏବେ ଖବର ଆସୁଛି  ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ […]

ବନ୍ଦ ହୋଇଯିବ ଦୀପିକାଙ୍କ ଶୋ'

kabach

Advertisment

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଛି ଟେଲି କୁଇନ୍ ଏକ୍‌ତା କପୁରଙ୍କ ଧାରାବାହିକ ‘କବଚ... ମହାଶିବରାତ୍ରୀ’। ଗତ ମେ ମାସରୁ ଏହା ଆରମ୍ଭ ହୋଇଛି। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି 'ଦିଆ ଔର୍ ବାତୀ ହମ୍‌'ର ସନ୍ଧ୍ୟା ତଥା ଦୀପିକା ସିଂହ, ନମିକ ପଲ୍ ଓ ବିନ୍‌ ରାଣା। ହେଲେ ଏବେ ଖବର ଆସୁଛି  ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ।

Advertisment

https://www.instagram.com/p/B0JEvHohiaO/?utm_source=ig_web_copy_link

‘କବଚ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ଏକ୍‌ତା ‘କବଚ-୨’ ଆଣିବାକୁ ସ୍ଥିର କରିଥିଲେ। ପ୍ରଥମ ସିଜିନ୍‌ ପରି ଏହାକୁ ବି ଲୋକେ ପସନ୍ଦ କରିବେ ବୋଲି ସେ ଆଶା ରଖିଥିଲେ। ହେଲେ ଏହା ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି। ସୂଚନା ଅନୁଯାୟୀ, ଶୋ’ଟି ଟିଆର୍‌ପି ତାଲିକାର ବହୁତ ତଳେ ରହୁଛି। ଟିଆରପି ବଢ଼ାଇବା ପାଇଁ ଏକ୍‌ତା ଶୋ’ରେ ଅନେକ କିଛି ପ୍ରୟାସ କରିଥିଲେ। ହେଲେ ସେସବୁ କାମ ଦେଲାନି। ଟିଆର୍‌ପି ରେସ୍‌ରେ ଏହା ଆଦୌ ଆଗେଇ ପାରିଲା ନାହିଁ।

https://www.instagram.com/p/B3WAvy_BCSH/?utm_source=ig_web_copy_link

ଏମିତିରେ ତ ଆଜିକାଲି ହାଇ ଟିଆରପିର ଫଣ୍ଡା ହେଉଛି ସୁପରନ୍ୟାଚୁରାଲ୍ କନ୍‌ସେପ୍ଟ। ହେଲେ ‘କବଚ-୨’ ବା ‘କବଚ... ମହାଶିବରାତ୍ରୀ’ ପ୍ରଥମ ସିଜିନ୍‌ରୁ ଓ ଅନ୍ୟ ସୁପରନ୍ୟାଚୁରାଲ୍ ଶୋ’ଠୁ ଖୁବ୍ ଅଲଗା ହେବ ବୋଲି ନିର୍ମାତା କହିଥିଲେ। କିନ୍ତୁ ଏଥିରେ କିଛି ନୂଆ ଦେଖିବାକୁ ମିଳୁନାହିଁ। ସିରିଏଲ୍‌ର କାହାଣୀ ବି ଦର୍ଶକଙ୍କୁ ପ୍ରଭାବିତ କରିପାରିନି। ତେଣୁ ଏହାକୁ ବନ୍ଦ କରି ଦେବାକୁ ନିର୍ମାତା ଚିନ୍ତା କରୁଥିବା ଜଣାପଡ଼ିଛି।

Advertisment

https://www.instagram.com/p/B1ToBWXh-_f/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe