Advertisment

ଏଥର ଜନ୍ମଦିନ ଏମାନଙ୍କ ସହ ପାଳିବେ ଦୀପିକା

ମୁମ୍ବାଇ: ଜାନୁଆରୀ ୫ରେ ବଲିଉଡ୍‌ର ଡିମ୍ପଲ୍‌ କ୍ୱିନ୍‌ ଦୀପିକା ପାଦୁକୋନ୍‌ଙ୍କର ଜନ୍ମଦିନ। ବର୍ତ୍ତମାନ ସେ ନିଜ ଆଗାମୀ ଫିଲ୍ମ ‘ଛପାକ୍‌’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ତେଣୁ ଏଥିରୁ ସମୟ ବାହାର କରି ବର୍ଥଡେ’ ସେଲେବ୍ରେଟ୍‌ କରିବା ଟିକେ କଷ୍ଟକର। ତଥାପି ଦୀପିକା ନିଜ ଜନ୍ମଦିନ ପାଇଁ ଏକ ଖାସ୍‌ ପ୍ଲାନ ବନେଇଛନ୍ତି। https://www.instagram.com/p/B5j-1trAvc2/?utm_source=ig_web_copy_link ଆସନ୍ତା ୫ ତାରିଖରେ ଦୀପିକା ୩୪ ବର୍ଷର ହୋଇଯିବେ। ଏଥର ସେ ନିଜ ଜନ୍ମଦିନ ନିଜ ସ୍ୱାମୀ ରଣବୀର ସିଂହଙ୍କ ସହ ନୁହେଁ, […]

author-image
Chinmayee Roy
ଏଥର ଜନ୍ମଦିନ ଏମାନଙ୍କ ସହ ପାଳିବେ ଦୀପିକା

Deepika-Padukone

ମୁମ୍ବାଇ: ଜାନୁଆରୀ ୫ରେ ବଲିଉଡ୍‌ର ଡିମ୍ପଲ୍‌ କ୍ୱିନ୍‌ ଦୀପିକା ପାଦୁକୋନ୍‌ଙ୍କର ଜନ୍ମଦିନ। ବର୍ତ୍ତମାନ ସେ ନିଜ ଆଗାମୀ ଫିଲ୍ମ ‘ଛପାକ୍‌’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ତେଣୁ ଏଥିରୁ ସମୟ ବାହାର କରି ବର୍ଥଡେ’ ସେଲେବ୍ରେଟ୍‌ କରିବା ଟିକେ କଷ୍ଟକର। ତଥାପି ଦୀପିକା ନିଜ ଜନ୍ମଦିନ ପାଇଁ ଏକ ଖାସ୍‌ ପ୍ଲାନ ବନେଇଛନ୍ତି।

Advertisment

https://www.instagram.com/p/B5j-1trAvc2/?utm_source=ig_web_copy_link

ଆସନ୍ତା ୫ ତାରିଖରେ ଦୀପିକା ୩୪ ବର୍ଷର ହୋଇଯିବେ। ଏଥର ସେ ନିଜ ଜନ୍ମଦିନ ନିଜ ସ୍ୱାମୀ ରଣବୀର ସିଂହଙ୍କ ସହ ନୁହେଁ, ଲକ୍ଷ୍ନୌରେ ଏସିଡ୍‌ ଆକ୍ରମଣ ପୀଡ଼ିତାମାନଙ୍କ ସହ ପାଳିବେ। ସେ ସେଦିନ ଦିନସାରା ସେମାନଙ୍କ ସହ ବିତାଇବେ। ଏଥିସହ ସେ ‘ଛପାକ’ର ପ୍ରମୋଶନ୍‌ ପାଇଁ ଦିଲ୍ଲୀ ମଧ୍ୟ ଯିବେ।

https://www.instagram.com/p/B54350Zg_om/?utm_source=ig_web_copy_link

ଦୀପିକାଙ୍କ ପାଇଁ ଜାନୁଆରୀ ମାସଟି ବେସ୍ ଖାସ ରହିଛି। କାରଣ ଏହି ମାସରେ ତାଙ୍କ ଜନ୍ମଦିନ ହେବା ସହ ତାଙ୍କ ଫିଲ୍ମ ମଧ୍ୟ ରିଲିଜ ହେଉଛି। ତାଙ୍କ ଅପ୍‌କମିଂ ଫିଲ୍ମ ‘ଛପାକ୍‌’ର ନିର୍ଦ୍ଦେଶନା ମେଘନା ଗୁଲ୍‌ଜାର୍‌ ଦେଉଛନ୍ତି, ଯାହାକି ଜାନୁଆରୀ ୧୦ରେ ରିଲିଜ ହେବ। ଏହି ଫିଲ୍ମରେ ଦୀପିକା ଏସ୍‌ଡ ଆକ୍ରମଣ ପୀଡ଼ିତା ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ସତ ଘଟଣା ଉପରେ ଆଧାରିତ। ସୂଚନାଯୋଗ୍ୟ ବାହାଘର ପରେ ଏହା ହେଉଛି ଦୀପିକାଙ୍କର ପ୍ରଥମ ଫିଲ୍ମ। ଶେଷଥର ସେ ଫିଲ୍ମ ‘ପଦ୍ମାବତ୍‌‘ରେ ନଜର ଆସିଥିଲେ ଯେଉଁଥିରେ ରଣବୀର ମଧ୍ୟ ଅଭିନୟ କରିଥିଲେ।

Advertisment

https://www.instagram.com/p/B4xgbdHDUtg/?utm_source=ig_web_copy_link