chhapak
ମୁମ୍ବାଇ: ଦୀପିକା ପାଦୁକୋନ୍ଙ୍କ ଫିଲ୍ମ ‘ଛପାକ୍’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଫିଲ୍ମ ରିଲିଜ ହେବା ପୂର୍ବରୁ ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଫିଲ୍ମରେ କ୍ରେଡିଟ୍ ତାଙ୍କୁ ନ ଦେଇଥିବାରୁ ସେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଫିଲ୍ମ ନିର୍ମାଣ କମ୍ପାନୀ ଫକ୍ସ ଷ୍ଟୁଡିଓ ମଧ୍ୟ ଅପର୍ଣ୍ଣାଙ୍କ ବିରୁଦ୍ଧରେ ପିଟିସନ୍ ଦାଖଲ କରିଥିଲା। ତେବେ ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟ ଫକ୍ସ ଷ୍ଟୁଡିଓର ପିଟିସନ୍କୁ ଖାରଜ କରିଦେଇଛି।
ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଫିଲ୍ମରେ କ୍ରେଡିଟ୍ ତାଙ୍କୁ ନ ଦେଇଥିବାରୁ ସେ ପ୍ରଥମେ ପଟିଆଲା ହାଉସ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏଥିରେ ଉଲ୍ଲେଖ ଅଛି ଯେ ସେ ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ କେସ୍ ବହୁ ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଏପରିକି ଫିଲ୍ମର ସ୍କ୍ରିପ୍ଟରେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ। କିନ୍ତୁ ତାଙ୍କୁ ଏଥିରେ କୌଣସି ପ୍ରକାରର କ୍ରେଡିଟ୍ ମିଳିନାହିଁ। ତେଣୁ ସେ କୋର୍ଟରେ ‘ଛପାକ୍’ର ରିଲିଜ୍ ରୋକିବାକୁ ଆବେଦନ କରିଥିଲେ। ଯାହାପରେ ଏହି କୋର୍ଟ ଫିଲ୍ମ ନିର୍ମାତାଙ୍କୁ ରିଲିଜ୍ ପୂର୍ବରୁ ଫିଲ୍ମରେ ଅପର୍ଣ୍ଣାଙ୍କୁ କ୍ରେଡିଟ୍ ଦେବାକୁ ଆଦେଶ ଦେଇଥିଲେ। କିନ୍ତୁ ପରେ ଫିଲ୍ମର ମାର୍କେଟିଂ ଟିମ୍ ଫକ୍ସ ଷ୍ଟୁଡିଓ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ନେଇଥିଲେ। ତେବେ ଆଜି ଏହି ମାମଲାରେ ଶୁଣାଣି କରି ହାଇକୋର୍ଟ ପଟିଆଲା ହାଉସ୍ର ଫଏସଲାକୁ ସଠିକ୍ ବତାଇ ଫକ୍ସ ଷ୍ଟୁଡିଓର ଆବେଦନକୁ ଖାରଜ କରିଦେଇଛନ୍ତି।
https://twitter.com/ANI/status/1215870795848671232
ତେବେ ହାଇକୋର୍ଟର ଫଏସଲା ପରେ ଫିଲ୍ମ ନିର୍ମାତାଙ୍କୁ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍ ଦେବାକୁ ହେବ। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ‘ଯଦି ଫିଲ୍ମରେ ଅପର୍ଣ୍ଣାଙ୍କୁ କ୍ରେଡିଟ୍ ନ ଦିଆଯାଏ ତେବେ ଆସନ୍ତା ୧୫ରୁ ସବୁ ସିନେମା ହଲ୍ରେ ‘ଛପାକ୍’ ଉପରେ ରୋକ୍ ଲଗାଇଦିଆଯିବ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/chhapak.jpg)