Advertisment

ଅଭିନେତ୍ରୀ ଡେମି ମୁର୍‌ଙ୍କ ଖୁଲାସା: ୧୫ ବର୍ଷରେ ମା’ଙ୍କ ଜାଣତରେ ହୋଇଥିଲା ଦୁଷ୍କର୍ମ

ନୂଆଦିଲ୍ଲୀ: ହଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଡେମି ମୁର୍‌ ନିକଟରେ ଏକ ଟେଲିଭଜନ୍‌ ଶୋ’ ‘ଗୁଡମର୍ଣ୍ଣିଂ ଆମେରିକା’ରେ ନିଜ ବାୟୋଗ୍ରାଫି ‘ଡେମି ମୁର୍‌ ଇନ୍‌ସାଇଡ଼୍‌ ଆଉଟ୍‌’ର ପ୍ରମୋଶନ୍ ପାଇଁ ଆସିଥିଲେ। ଶୋ’ରେ ସେ ନିଜ ବହିରେ ଲେଖାଥିବା କିଛି କଥା ତଥା ତାଙ୍କ ଜୀବନର କିଛି କଥା ମଧ୍ୟ ଶେଆର କରିଛନ୍ତି।  ଶୋ’ରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଡେମି ଏମିତି କିଛି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କହିଛନ୍ତି ଯେ ୧୫ ବର୍ଷ […]

ଅଦ୍ୟତନ ହୋଇଛି
ଅଭିନେତ୍ରୀ ଡେମି ମୁର୍‌ଙ୍କ ଖୁଲାସା: ୧୫ ବର୍ଷରେ ମା’ଙ୍କ ଜାଣତରେ ହୋଇଥିଲା ଦୁଷ୍କର୍ମ

demo-morew

Advertisment

ନୂଆଦିଲ୍ଲୀ: ହଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଡେମି ମୁର୍‌ ନିକଟରେ ଏକ ଟେଲିଭଜନ୍‌ ଶୋ’ ‘ଗୁଡମର୍ଣ୍ଣିଂ ଆମେରିକା’ରେ ନିଜ ବାୟୋଗ୍ରାଫି ‘ଡେମି ମୁର୍‌ ଇନ୍‌ସାଇଡ଼୍‌ ଆଉଟ୍‌’ର ପ୍ରମୋଶନ୍ ପାଇଁ ଆସିଥିଲେ। ଶୋ’ରେ ସେ ନିଜ ବହିରେ ଲେଖାଥିବା କିଛି କଥା ତଥା ତାଙ୍କ ଜୀବନର କିଛି କଥା ମଧ୍ୟ ଶେଆର କରିଛନ୍ତି।  ଶୋ'ରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଡେମି ଏମିତି କିଛି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କହିଛନ୍ତି ଯେ ୧୫ ବର୍ଷ ବୟସରେ ତାଙ୍କ ମା’ଙ୍କ ଜାଣତରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା।

Advertisment

https://www.instagram.com/p/B2PxFV9HpNy/?utm_source=ig_web_copy_link

ଡେମି କହିଛନ୍ତି ଯେ ଦିନେ ସେ ଘରକୁ ଫେରିବାବେଳେ ଜଣେ ବୟସ୍କ ବ୍ୟକ୍ତି ତାଙ୍କ ଘର ପାଖରେ ଛିଡ଼ା ହୋଇଥିଲେ। ତାଙ୍କ ହାତରେ ଡେମିଙ୍କ ଘରର ଚାବି ମଧ୍ୟ ଥିଲା। ବ୍ୟକ୍ତି ଜଣକ ତାଙ୍କୁ କହିଥିଲେ ଯେ ତାଙ୍କ ମାଆ ଡେମିଙ୍କୁ ୫୦୦ ଡଲାର୍‌ରେ ବିକ୍ରି କରିଦେଇଛନ୍ତି। ଏହା ପରେ ସେହି ବ୍ୟକ୍ତି ଜଣକ ଡେମିଙ୍କୁ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲେ।

https://www.instagram.com/p/B2hHWdUnQEl/?utm_source=ig_web_copy_link

ଡେମି ଆହୁରି କହିଛନ୍ତି ଯେ ତାଙ୍କ ମା’ ବହୁତ ମଦ୍ୟପାନ କରନ୍ତି। ତେଣୁ ସେ ସବୁବେଳେ ନିଶାରେ ଥାଆନ୍ତି। ଡେମି କହିଛନ୍ତି, ‘ଯଦି ମୋ ମା’ ହୋଶ୍‌ରେ ଥାନ୍ତେ ତା’ହେଲେ ଏଭଳି କେବେ କରି ନଥାନ୍ତେ।’ ସେ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ମା’ ପ୍ରଥମଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେତେବେଳେ ଡେମି ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ ସେ ଯାହାଙ୍କୁ ନିଜ ବାପା ବୋଲି ଭାବୁଛନ୍ତି ସେ ତାଙ୍କ ପ୍ରକୃତ ବାପା ନୁହନ୍ତି। ଆଉ ଏହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା।

Advertisment

https://www.instagram.com/p/B2CWm8YnCde/?utm_source=ig_web_copy_link

ଏହାପରେ ଡେମି ତାଙ୍କ ମା’ଙ୍କ ଘର ଛାଡ଼ି ପଳାଇଥିଲେ ଓ ଫିଲ୍ମରେ ଅଭିନୟ କରିବା ପାଇଁ ଅଡିଶନ୍‌ ଦେବା ଆରମ୍ଭ କରିଥିଲେ। ସେତେବେଳକୁ ସେ ଚିନ୍ତାରେ ରହିରହି ନିଜ ମାତାପିତାଙ୍କ ପରି ମଦ, ସିଗାରେଟ୍, ଡ୍ରଗ୍ସ, କୋକେନ୍‌ ସବୁପ୍ରକାର ନିଶା ପାଲରେ ପଡ଼ିଯାଇଥିଲେ।

https://www.instagram.com/p/B2UYDAoHWyF/?utm_source=ig_web_copy_link

ଏ ସମସ୍ତ ଘଟଣା ଡେମି ନିଜ ବହି ‘Demi Moore Inside Out’ରେ ପରିପ୍ରକାଶ କରିଛନ୍ତି। ଏସବୁ ବାଦ୍‌ ଡେମି ନିଜ ବହିରେ ତାଙ୍କ ବୈବାହିକ ଜୀବନ, ଗର୍ଭପାତ ଓ ପିଲାଙ୍କ ବିଷୟରେ ବହୁତ କିଛି ଲେଖିଛନ୍ତି। ଏହି ବହିଟିକୁ ସେ ନିଜ ତିନି ଝିଅ ଓ ସ୍ୱର୍ଗତ ମା’ଙ୍କୁ ଉତ୍ସର୍ଗ କରିଛନ୍ତି। ନ୍ୟୁୟର୍କ ୟୁନିୟନ୍‌ ସ୍କୋୟାରର ବାର୍ନ୍ସ ଆଣ୍ଡ ନୋବେଲ୍‌ରେ ଡେମିଙ୍କର ଏହି ସ୍ମୃତି କଥା ‘Demi Moore Inside Out’ର ଉନ୍ନୋଚନ ଉତ୍ସବର ଆୟୋଜନ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe