ଦ୍ରୌପଦୀ ହେବାକୁ ମନା କଲେ ଦୀପିକା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଦୀପିକା ପାଦୁକୋନ୍‌ ବଲିଉଡ୍‌ରେ ଜଣେ ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ୟେ ଦିୱାନୀ ହୈ ଦିୱାନୀ ହେଉ କି ପିକୁ। ପଦ୍ମାୱତ୍‌ ଅବା ବାଜିରାଓ ମସ୍ତାନୀ ସବୁଥିରେ ନିଖୁଣ ଅଭିନୟ କରି ନିଜ ସ୍ୱାତନ୍ତ୍ର୍ୟ ବଜାଏ ରଖିଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ଦର୍ଶକଙ୍କୁ। ଏବେ କିନ୍ତୁ ଆଉ ଏକ ହାଇ ବଜେଟ୍‌ ଫିଲ୍ମ ତାଲିକାରୁ ନିଜ ନାଁ ହଟାଇ ନେଇଛନ୍ତି ଦୀପିକା। ଆମେ କହୁଛୁ ଫିଲ୍ମ […]

5

5

Mihir Pattnayak
  • Published: Saturday, 08 December 2018
  • Updated: 08 December 2018, 12:55 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଦୀପିକା ପାଦୁକୋନ୍‌ ବଲିଉଡ୍‌ରେ ଜଣେ ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

ୟେ ଦିୱାନୀ ହୈ ଦିୱାନୀ ହେଉ କି ପିକୁ। ପଦ୍ମାୱତ୍‌ ଅବା ବାଜିରାଓ ମସ୍ତାନୀ ସବୁଥିରେ ନିଖୁଣ ଅଭିନୟ କରି ନିଜ ସ୍ୱାତନ୍ତ୍ର୍ୟ ବଜାଏ ରଖିଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ଦର୍ଶକଙ୍କୁ। ଏବେ କିନ୍ତୁ ଆଉ ଏକ ହାଇ ବଜେଟ୍‌ ଫିଲ୍ମ ତାଲିକାରୁ ନିଜ ନାଁ ହଟାଇ ନେଇଛନ୍ତି ଦୀପିକା।

ଆମେ କହୁଛୁ ଫିଲ୍ମ ‘ମହାଭାରତ’ କଥା। ବେଶ୍‌ କିଛି ଦିନ ଧରି ଚର୍ଚ୍ଚା ହେଉଛି ଯେ, ବଲିଉଡ୍‌ର ମିଷ୍ଟର ପରଫେକସନିଷ୍ଟ୍‍ ଅମୀର ଖାନ୍‌ ‘ମହାଭାରତ’ ଉପରେ ଏକ ଫିଲ୍ମ ନିର୍ମାଣ କରିବେ। ଆଉ ସେଥିରେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିବା ପାଇଁ ଦୀପିକା ପାଦୁକୋନ୍‌ଙ୍କୁ ଅଫର୍‌ କରାଯାଇଥିଲା। କିନ୍ତୁ ସେ ଏହି ଭୂମିକା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଦୀପିକା ପାଦୁକୋନ୍‌ ଏଥିପାଇଁ ମନା କରିଦେଇଛନ୍ତି। ତେବେ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ,ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

‘ମହାଭାରତ’ର ଦ୍ରୌପଦୀ ହେବା ପାଇଁ କାହିଁକି ଦୀପିକା ମନା କଲେ, ତା’ର କାରଣ ବି ସେ କିଛି କହି ନାହାନ୍ତି।

ହେଲେ ରଣବୀର ସିଂହଙ୍କୁ ବିବାହ କରିବା ପରେ ଦୀପିକା ପ୍ରଥମେ କେଉଁ ସିନେମାରେ କାମ କରିବେ ତାହା ଜଣା ପଡ଼ିଯାଇଛି। ସୂଚନା ଅନୁଯାୟୀ ଦୀପିକା ପାଦୁକୋନ୍‌ ଖୁବ୍‌ ଶୀଘ୍ର ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନୟ କରିବେ। ଫିଲ୍ମର କାହାଣୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ଦୀପିକା କାମ କରିବେ ବୋଲି ବି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos