Advertisment

ଏହି ଡିଜାଇନର୍‌ଙ୍କ ଲେହେଙ୍ଗା ପିନ୍ଧିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ରଣଭୀର ସିଂହ ଏବେ ସବୁଦିନ ପାଇଁ ଦୁହେଁ ଦୁହିଁଙ୍କର। ଦୁହିଁଙ୍କ ଫଟୋ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।  ଦୀପିଭୀର୍‌ ବାହାଘର ଫଟୋରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ସେହି ଦୁଇ ଜଣଙ୍କ ଆଉଟ୍‌ ଫିଟ୍‌ ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚୀ ପ୍ରସ୍ତୁତ କରିଛନ୍ତି। ଏହି ଦୁଇଜଣଙ୍କ ବାହାଘର ପରେ  ଫ୍ୟାନ୍‌ଙ୍କ ଆଖି ଏବେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ଉପରେ। ଦୀପିକାଙ୍କ ପରି ସେ କ’ଣ […]

author-image
Mihir Pattnayak
ଏହି ଡିଜାଇନର୍‌ଙ୍କ ଲେହେଙ୍ଗା ପିନ୍ଧିବେ ପ୍ରିୟଙ୍କା

h

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ରଣଭୀର ସିଂହ ଏବେ ସବୁଦିନ ପାଇଁ ଦୁହେଁ ଦୁହିଁଙ୍କର। ଦୁହିଁଙ୍କ ଫଟୋ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।  ଦୀପିଭୀର୍‌ ବାହାଘର ଫଟୋରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ସେହି ଦୁଇ ଜଣଙ୍କ ଆଉଟ୍‌ ଫିଟ୍‌ ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚୀ ପ୍ରସ୍ତୁତ କରିଛନ୍ତି। ଏହି ଦୁଇଜଣଙ୍କ ବାହାଘର ପରେ  ଫ୍ୟାନ୍‌ଙ୍କ ଆଖି ଏବେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ଉପରେ। ଦୀପିକାଙ୍କ ପରି ସେ କ’ଣ ପିନ୍ଧିବେ କେଉଁ ଲୋକେସନ୍‌ରେ ବାହା ହେବେ ଏମିତି ଅନେକ କିଛି।

Advertisment

ସୂଚନା ଅନୁଯାୟୀ ଡିଜାଇନର୍‌ ସବ୍ୟସାଚୀ ଦୀପିକାଙ୍କ ପୂର୍ବରୁ ଅନୁଷ୍କା ଶର୍ମାଙ୍କ ବାହାଘର ଆଉଟ୍‌ଫିଟ୍‌ ଡିଜାଇନ୍‌ କରିଥିଲେ।

କିନ୍ତୁ ପ୍ରିୟଙ୍କା ସବ୍ୟସାଚୀଙ୍କ ବଦଳରେ ପ୍ରସିଦ୍ଧ ଡିଜାଇନର ଅବୁ ଜାନୀ ଓ ସନ୍ଦିପ୍‌ ଖୋସ୍‌ଲାଙ୍କୁ ବାଛିଛନ୍ତି।

Advertisment

publive-image

ସେମାନେ ପ୍ରିୟଙ୍କା ଓ ନିକ୍‌ ଦୁହିଁଙ୍କ ୱେଡିଂ ଆଉଟ୍‌ଫିଟ୍‌ ପ୍ରସ୍ତୁତ କରିବେ।

ସୂଚନା ମୁତାବକ ପ୍ରିୟଙ୍କା ନିଜ ବାହାଘରରେ  ବହୁତ ରୟାଲ ଲୁକ୍‌ ଚାହୁଁଛନ୍ତି। ଆଉ ରୟାଲ୍‌ ଲୁକ୍‌ ଦେବାରେ ଅବୁ ଜାନୀ ଓ ସନ୍ଦିପ୍‌ ପୂରା ମାହିର୍‌। ତାଙ୍କୁ ଏଥିପାଇଁ ଅନେକ ଥର ସମ୍ମାନୀତ ମଧ୍ୟ କରାଯାଇଛି। ‘ଦେବ୍‌ବାସ୍‌’ ଫିଲ୍ମରେ ତାଙ୍କୁ ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର ଭାବେ ଜାତୀୟ ଫିଲ୍ମ ଫେଆର ଆୱାର୍ଡ୍‌ ମିଳିଥିଲା।

ନିକ୍ ଜୋନସ୍‌ ବି ନିଜ ବାହାଘରରେ ଏକ୍‌ଦମ୍‌ ଭାରତୀୟ ବେଷରେ ନଜର ଆସିବେ। ତାଙ୍କ ଶେର୍‌ୱାନୀ ବି ଏଇଠି ଡିଜାଇନ୍‌ ହେବ।

ତେବେ ଦେଖିବା ବାକି ରହିଲା ଦୁହେଁ ରୟାଲ ଲୁକ୍‌ରେ କେମିତି ଦେଖାଯାଉଛନ୍ତି। ଆଉ ଯୋଧପୁରରେ ତାଙ୍କ ବାହାଘରର ଆୟୋଜନ କେମିତି ହେଉଛି।