Miss Universe Crown
ମେକ୍ସିକୋର ଆରେନା CDMX ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଛି ମିସ୍ ୟୁନିଭର୍ସ ୨୦୨୪। ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ୭୩ତମ ସଂସ୍କରଣରେ ଡେନମାର୍କର ପ୍ରତିଯୋଗୀ ଭିକ୍ଟୋରିଆ କେଜର ଥେଲବିଗ୍ କ୍ରାଉନ୍ ବା ମୁକୁଟ ହାତେଇଛନ୍ତି। ତେବେ ତାଙ୍କୁ ଦିଆଯାଇଥିବା ମୁକୁଟ କେଉଁଥିରେ ପ୍ରସ୍ତୁତ ଏବଂ ଏହା କାହିଁକି ସ୍ୱତନ୍ତ୍ର, ଜାଣନ୍ତୁ...
ମିସ୍ ୟୁନିଭର୍ସ ୨୦୨୪ କ୍ରାଉନରେ ଅନେକଗୁଡ଼ିଏ ବିଶେଷତା ରହିଛି। ଏହି କ୍ରାଉନରେ ହୀରା ସମେତ ୨୩ ପ୍ରକାରର ସୁବର୍ଣ୍ଣ ମୋତି ସଜାଯାଇଛି। ଏହି ସୁବର୍ଣ୍ଣ ମୋତିକୁ ଦକ୍ଷିଣ ସାଗରରୁ ଅଣାଯାଇଛି। ପାରମ୍ପାରିକ କୌଶଳ ବ୍ୟବହାର କରି ଫିଲିପାଇନ୍ସର କାରିଗରମାନେ ଏହି କ୍ରାଉନକୁ ତିଆରି କରିଛନ୍ତି। ଏହି ମୁକୁଟର ମୂଲ୍ୟ ୫ ମିଲିୟନ ଡଲାର (୪୨ କୋଟି ୨୩ ଲକ୍ଷ ୮୮ ହଜାର ଟଙ୍କା)
ଏହି କ୍ରାଉନକୁ ତିଆରି କରିବା ପାଇଁ କାରିଗରମାନଙ୍କୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଛି। କେବଳ ଏତିକି ନୁହେଁ, ମୁକୁଟର ପରିଚୟ ପାଇଁ ଏହାର ଏକ ସ୍ୱତନ୍ତ୍ର ନାମକରଣ ମଧ୍ୟ କରାଯାଇଛି, ଯାହାକୁ 'ଲୁମିଏରେ ଡି ଲ'ଇନଫିନି' କୁହାଯାଉଛି। ଏହାର ଅର୍ଥ ଆଲୋକର ଅସୀମତା।
ପ୍ରକାଶ ଥାଉକି, ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୨୫ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ଡେନମାର୍କର ପ୍ରତିଯୋଗୀ ୱିନର୍ ହୋଇ ଥିବାବେଳେ ନାଇଜେରିଆର ଚିଡିମ୍ମା ଆଡେଟସିନା ପ୍ରଥମ ରନର୍ ଅପ୍ ହୋଇଛନ୍ତି। ଭାରତ ପକ୍ଷରୁ ରିୟା ସିଂଘା ମଧ୍ୟ ଭାଗ ନେଇଥିଲେ। ରିୟା ସିଂଘା ଟପ୍ ୩୦ରେ ସ୍ଥାନ ପାଇଥିଲେ ମଧ୍ୟ ଟପ୍ ୧୨ରେ ପ୍ରବେଶ କରିପାରି ନଥିଲେ।
ଶେଷ ଥର ପାଇଁ ହରନାଜ ସାନ୍ଧୁ ଭାରତକୁ ମିସ୍ ୟୁନିଭର୍ସ ଟାଇଟଲ୍ ଭେଟି ଦେଇଥିଲେ। ସେ ୨୦୨୧ ସଂସ୍କରଣର ବିଜୟୀ ହୋଇଥିଲେ। ୨୦୦୦ରେ ଲାରା ଦତ୍ତଙ୍କ ପରେ ଅର୍ଥାତ୍ ୨୧ ବର୍ଷ ପରେ ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ହୋଇଥିଲେ। ତାଙ୍କ ପୂର୍ବରୁ ୧୯୯୪ରେ ସୁସ୍ମିତା ସେନ ଭାରତର ପ୍ରଥମ ମିସ୍ ୟୁନିଭର୍ସ ଭାବେ ଏହି ଟାଇଟଲ୍ ହାତେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us