Advertisment

ପ୍ରଭାସଙ୍କୁ ପଛରେ ପକାଇଲେ NTR; ଦିନକରେ ଏତିକି ଟଙ୍କା ଆୟ କଲା 'ଦେବରା: ପାର୍ଟ ୧'

ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ 'ଦେବରା: ପାର୍ଟ ୧' ବକ୍ସ ଅଫିସରେ ଧୁମ୍ ମଚାଉଛି।

ଅଦ୍ୟତନ ହୋଇଛି
Junior NTR & Janhvi Kapoor

Junior NTR & Janhvi Kapoor

Advertisment

ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ 'ଦେବରା: ପାର୍ଟ ୧' ରିଲିଜ୍ ହୋଇଛି। ସିନେମା ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଧୁମ୍ ମଚାଉଛି। 'ଦେବରା: ପାର୍ଟ ୧'ର ଫାଷ୍ଟ ଡେ କଲେକ୍ସନ ବହୁ ବଡ଼ ବଡ଼ ସିନେମାକୁ ପଛରେ ପକାଇ ଦେଇଛି। ରିପୋର୍ଟ ଅନୁସାରେ, ଏନଟିଆରଙ୍କ ଏହି ସିନେମା ପ୍ରଥମ ଦିନରେ ବିଶ୍ୱବ୍ୟାପୀ ୧୪୦ କୋଟି ଟଙ୍କା ଆୟ କରିଛି।

Advertisment

Sacnilk ରିପୋର୍ଟ ଅନୁସାରେ, 'ଦେବରା: ପାର୍ଟ ୧' ଆମେରିକାରେ ସର୍ବାଧିକ ଇନକମ୍ କରିଛି। ସିନେମା ବିଦେଶ ପ୍ରେକ୍ଷାଳୟରେ ୬୩ କୋଟି ଟଙ୍କା ରୋଜଗାର କରି ଥିବାବେଳେ ବାକି ଆୟ ଭାରତରେ ହୋଇଛି। ସବୁଠୁ ବଡ଼ କଥା ହେଉଛି କି ଦକ୍ଷିଣ ରାଜ୍ୟରେ 'ଦେବରା: ପାର୍ଟ ୧' ବହୁ ବଡ଼ ସିନେମାକୁ ପଛରେ ପକାଇ ଦେଇଛି।

ଏହି ସିନେମାର ତେଲୁଗୁ ଭର୍ସନ ପ୍ରଥମ ଦିନରେ ୬୮.୬ କୋଟି ଟଙ୍କା ରୋଜଗାର କରିଛି, ଯାହା ପ୍ରଭାସଙ୍କ 'କଲକି ୨୮୯୮ ଏଡି' ଏବଂ 'ସାଲାର'ଠୁ ଅଧିକ। 'କଲକି ୨୮୯୮ ଏଡି' ପ୍ରଥମ ଦିନରେ ୬୬ କୋଟି ଟଙ୍କା ରୋଜଗାର କରି ଥିବାବେଳେ 'ସାଲାର' ୬୬.୭୫ କୋଟି ଆୟ କରିଥିଲା।

Advertisment

କିନ୍ତୁ 'ଦେବରା: ପାର୍ଟ ୧'ର ହିନ୍ଦି ଭର୍ସନ ମାର୍କେଟରେ ଡାଉନ୍ ରହିଛି। ସିନେମାର ହିନ୍ଦି ଭର୍ସନ ପ୍ରଥମ ଦିନରେ ମାତ୍ର ୭ କୋଟି ଟଙ୍କା ଆୟ କରିଛି। କିନ୍ତୁ 'କଲକି ୨୮୯୮ ଏଡି' ୨୮.୨୫ କୋଟି ଏବଂ 'ସାଲାର' ୧୫ କୋଟିରୁ ଅଧିକ ଆୟ କରିଥିଲେ। ତେବେ ସମଗ୍ର ଭାଷାରେ 'ଦେବରା: ପାର୍ଟ ୧' ଭାରତରେ ୭୭ କୋଟି ଟଙ୍କା ରୋଜଗାର କରିଛି।

କୋରତାଲା ଶିବା ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ଯୁବସୁଧା ଆର୍ଟ୍ସ ଏବଂ ଏନଟିଆର ଆର୍ଟ୍ସ ପ୍ରଯୋଜନା ଦେଇଛନ୍ତି। ସିନେମାରେ ଜୁନିୟର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ବ୍ୟତୀତ ସୈଫ ଅଲୀ ଖାନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। 

Saif Ali Khan Janhvi Kapoor Devara: Part 1 Junior NTR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe