Advertisment

ବିବି ହାଉସ୍‌ରେ ପୁଣି ଏଣ୍ଟ୍ରି କରିବେ ଦେବୋଲିନା

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏବେ ଫିନାଲେରେ ପହଞ୍ଚିବାକୁ ଚାଲିଛି ଲଢ଼େଇ। ସମସ୍ତେ ପରସ୍ପରକୁ ମାତ୍‌ ଦେଇ ଆଗକୁ ଯିବାକୁ କସରତ ଆରମ୍ଭ କରିଦେଲେଣି। ତେବେ ଦିନକୁ ଦିନ ଏହି ଶୋ’ ମଜାଦାର୍‌ ହେବାରେ ଲାଗିଛି। ତେବେ ଏସବୁ ଭିତରେ ଶୋ’ରେ ଆସିବାକୁ ଯାଉଛି ଏକ ବଡ଼ ଟ୍ୱିଷ୍ଟ। ସୂଚନା ଅନୁଯାୟୀ, ‘ବିଗ୍‌ ବସ୍‌’ ଘରକୁ ପୁଣିଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଦେବୋଲିନା ଭଟାଚାର୍ଜୀ। https://www.instagram.com/p/B7dORdFJAwe/?utm_source=ig_web_copy_link ପୂର୍ବରୁ ଦେବୋଲିନା ବିବି ହାଉସ୍‌ର ସଦସ୍ୟ ଥିଲେ। ହେଲେ ଟାସ୍କ […]

ଅଦ୍ୟତନ ହୋଇଛି
ବିବି ହାଉସ୍‌ରେ ପୁଣି ଏଣ୍ଟ୍ରି କରିବେ ଦେବୋଲିନା

deolina

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏବେ ଫିନାଲେରେ ପହଞ୍ଚିବାକୁ ଚାଲିଛି ଲଢ଼େଇ। ସମସ୍ତେ ପରସ୍ପରକୁ ମାତ୍‌ ଦେଇ ଆଗକୁ ଯିବାକୁ କସରତ ଆରମ୍ଭ କରିଦେଲେଣି। ତେବେ ଦିନକୁ ଦିନ ଏହି ଶୋ’ ମଜାଦାର୍‌ ହେବାରେ ଲାଗିଛି। ତେବେ ଏସବୁ ଭିତରେ ଶୋ’ରେ ଆସିବାକୁ ଯାଉଛି ଏକ ବଡ଼ ଟ୍ୱିଷ୍ଟ। ସୂଚନା ଅନୁଯାୟୀ, ‘ବିଗ୍‌ ବସ୍‌’ ଘରକୁ ପୁଣିଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଦେବୋଲିନା ଭଟାଚାର୍ଜୀ।

Advertisment

https://www.instagram.com/p/B7dORdFJAwe/?utm_source=ig_web_copy_link

ପୂର୍ବରୁ ଦେବୋଲିନା ବିବି ହାଉସ୍‌ର ସଦସ୍ୟ ଥିଲେ। ହେଲେ ଟାସ୍କ କରିବା ସମୟରେ ତାଙ୍କ ଅଣ୍ଟାରେ ଆଘାତ ଲାଗିବାରୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା। ତେବେ ବର୍ତ୍ତମାନ ସେ ପୁଣିଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି, କିନ୍ତୁ ସଦସ୍ୟ ଭାବେ ନୁହେଁ। ସେ ଆସୁଛନ୍ତି ତାଙ୍କ ବନ୍ଧୁ ରଶ୍ମି ଦେଶାଇଙ୍କୁ ସପୋର୍ଟ କରିବା ପାଇଁ। ପ୍ରକୃତ କଥା ହେଲା, ଆଗକୁ ‘ବିଗ୍‌ ବସ୍‌’ରେ ଫ୍ୟାମିଲି ୱିକ୍‌ ଆସିବାକୁ ଯାଉଛି। ଏଥିରେ ପ୍ରତିଯୋଗୀମାନଙ୍କର ପରିବାର, ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏଣ୍ଟ୍ରି କରିବେ। ଏମାନେ ଘରକୁ କେବଳ ବୁଲିବାକୁ ଆସିବେ ନାହିଁ। ଏମାନେ ବିବି ହାଉସ୍‌ରେ ୩ ରୁ ୪ ଦିନ ରହିବେ ଓ ଏହାପରେ ପୁଣି ଫେରିଯିବେ।

https://www.instagram.com/p/B7z9C0kA8Y-/?utm_source=ig_web_copy_link

ଏହି କ୍ରମରେ ରଶ୍ମିଙ୍କ ସପୋର୍ଟରେ ଦେବୋଲିନା ଆସୁଥିବାବେଳେ, ସିଦ୍ଧାର୍ଥ ଶୁକ୍ଲାଙ୍କ ପାଇଁ ବିକାଶ ଗୁପ୍ତା, ଶେହେନାଜ୍‌ ଗିଲ୍‌ଙ୍କ ପାଇଁ ତାଙ୍କ ଭାଇ ଶାହବାଜ୍‌ ବାଦଶାହ, ଅସୀମ ରିୟାଜଙ୍କ ପାଇଁ ଏକ୍ସ ପ୍ରତିଯୋଗୀ ହିମାଂଶୀ ଖୁରାନା, ଆରତୀ ସିଂହଙ୍କ ପାଇଁ ତାଙ୍କ ଭାଉଜ କଶ୍ମିରା ଶାହ ଓ ବିଶାଲ୍‌ ଆଦିତ୍ୟ ସିଂହଙ୍କୁ ସପୋର୍ଟ କରିବା ପା‌ଇଁ ତାଙ୍କ ଭାଇ କୃଣାଲ୍ ଶୋ’ରେ ଏଣ୍ଟ୍ରି କରିବେ। ଏଭଳି ଟ୍ୱିଷ୍ଟ ବିବି ହାଉସ୍‌ରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ତେବେ ମାହିରା ଓ ପାରସଙ୍କ ପାଇଁ କିଏ ଆସିବେ, ସେ ବିଷୟରେ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe