Advertisment

ଆସାମର ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କଲେ ଦେବୋଲିନା

ଗୌହାଟି: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ୍ ସହ ସଂଘର୍ଷ କରୁଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ୍’ ଅନେକ ଧ୍ୱଂସ ଘଟାଇଛି। ଏହା ବ୍ୟତୀତ ‘ଅମ୍ଫାନ’ ପ୍ରଭାବରେ ହେଉଥିବା ଲଗାଣ ବର୍ଷା ଯୋଗୁ ଆସାମରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନେକ ଲୋକଙ୍କ ଧନଜୀବନ ଏଥିରେ ପ୍ରଭାବିତ ହୋଇଛି। ତେବେ ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଟେଲିଭିଜନର ଗୋପି ବହୂ ତଥା ଦେବୋଲିନା ଭଟାଚାର୍ଜୀ। ❤️🙏🏻 https://t.co/ajgtsROP8B — Devoleena Bhattacharjee (@Devoleena_23) May […]

ଆସାମର ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କଲେ ଦେବୋଲିନା

devolina

Advertisment

ଗୌହାଟି: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ୍ ସହ ସଂଘର୍ଷ କରୁଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ୍’ ଅନେକ ଧ୍ୱଂସ ଘଟାଇଛି। ଏହା ବ୍ୟତୀତ ‘ଅମ୍ଫାନ’ ପ୍ରଭାବରେ ହେଉଥିବା ଲଗାଣ ବର୍ଷା ଯୋଗୁ ଆସାମରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନେକ ଲୋକଙ୍କ ଧନଜୀବନ ଏଥିରେ ପ୍ରଭାବିତ ହୋଇଛି। ତେବେ ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଟେଲିଭିଜନର ଗୋପି ବହୂ ତଥା ଦେବୋଲିନା ଭଟାଚାର୍ଜୀ।

Advertisment

https://twitter.com/Devoleena_23/status/1265259061202653186?s=20

ଦେବୋଲିନା ଆସାମ ମୁଖ୍ୟମନ୍ତ୍ରୀକୁ ରିଲିଫ୍ ପାଣ୍ଠିରେ ଅର୍ଥ ଦାନ କରିଛନ୍ତି।  ଜଣେ ବ୍ୟକ୍ତି ଟ୍ୱିଟ୍ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ସେ ଦେବୋଲିନା ଦେଇଥିବା ଦାନର ଇ-ରିସିପ୍ଟ ଶେଆର୍ କରି ଲେଖିଛନ୍ତି, ‘ଆସାମର ଗୁଡ଼ିଆ ଦେବୋଲିନା ଓ ତାଙ୍କ ଟିମ୍‌କୁ ଧନ୍ୟବାଦ। ‘ଆସାମ ସିଏମ୍ ରିଲିଫ୍ ଫଣ୍ଡ’ରେ ଅମ୍ଫାନ୍ ପୀଡ଼ିତଙ୍କ ପାଇଁ ୭୩ ହଜାର ଟଙ୍କାର ସହାୟତା ଦେବା ପାଇଁ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।’ ତେବେ ଏହି ଟ୍ୱିଟ୍‌କୁ ଦେବୋଲିନା ମଧ୍ୟ ନିଜ ଆକାଉଣ୍ଟରେ ଶେଆର୍ କରିଛନ୍ତି ଓ ତାଙ୍କୁ ହାତ ଯୋଡ଼ି ଧନ୍ୟବାଦ ମଧ୍ୟ କରିଛନ୍ତି।

https://www.instagram.com/p/B_Zj6I8JJpg/?utm_source=ig_web_copy_link

ସୂଚନାଯୋଗ୍ୟ, ଆସାମରେ ଲଗାତାର ବର୍ଷା ହେଉଥିବା ହେତୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ସାତଟି ଜିଲ୍ଲାରେ ବନ୍ୟା ହେବା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ହେଉଛି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀଙ୍କର ଜନ୍ମଭୂମି। ତାଙ୍କ ମା’ ଆସାମରେ ହିଁ ରୁହନ୍ତି। ସିରିଏଲ୍ ‘ସାଥ୍ ନିଭାନା ସାଥିଆ’ ଜରିଆରେ ସେ ଟେଲିଦୁନିଆକୁ ଏଣ୍ଟ୍ରି କରିଥିଲେ ଓ ଘରେ ଘରେ ଗୋପି ବହୂ ନାଁରେ ପରିଚିତ ହେଲେ। ଏପରିକି ସେ ସମୟରେ ତାଙ୍କୁ ଟିଭିର ଏକ ନମ୍ବର ବୋହୂର ଟ୍ୟାଗ୍ ମଧ୍ୟ ଦିଆଯାଇଥିଲା। ଗତ ବର୍ଷ ସେ ‘ବିଗ୍ ବସ୍ ୧୩’ରେ ଭାଗ ନେଇଥିଲେ, କିନ୍ତୁ ପିଠିରେ ଆଘାତ ଲାଗିବା ହେତୁ ତାଙ୍କୁ ଅଧାରୁ ଏହି ଶୋ’ ଛାଡ଼ିବାକୁ ପଡ଼ିଥିଲା। ବର୍ତ୍ତମାନ ଲକ୍‌ଡାଉନ୍ ହେତୁ ସେ ମୁମ୍ବାଇସ୍ଥିତ ନିଜ ଫ୍ଲାଟରେ ଏକୁଟିଆ ରହୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe