Advertisment

'ବିଗ୍‌ ବସ୍‌'ରୁ ବିଦାୟ ନେବେ ଦେବୋଲିନା!

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଏବେ ଚାଲିଛି ଜୋର୍‌ଦାର୍‌ କଳି-ଝଗଡ଼ା। ଏହି ଅନ୍‌ଲିମିଟେଡ୍‌ ୱାର୍‌ ସହ ରୋମାନ୍ସର ଯାଦୁ ମଧ୍ୟ ଦେଖିବାକୁ ମିଳୁଛି ବିବି ହାଉସ୍‌ ଭିତରେ। ହେଲେ ଏହା ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଚର୍ଚ୍ଚା ହେଉଛି ଯେ ଶୋ’ରୁ ଖୁବ୍‌ଶୀଘ୍ର ବିଦାୟ ନେଇଯିବେ ଦେବୋଲିନା ଭଟ୍ଟାଚାର୍ଯ୍ୟ। କମ୍‌ ଭୋଟ୍‌ କି ଏଲିମିନେସନ୍‌ ପାଇଁ ନୁହେଁ, ସେ ନିଜେ ହିଁ ଶୋ’ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଛନ୍ତି। […]

ଅଦ୍ୟତନ ହୋଇଛି
'ବିଗ୍‌ ବସ୍‌'ରୁ ବିଦାୟ ନେବେ ଦେବୋଲିନା!

devolina

Advertisment

ମୁମ୍ବାଇ: 'ବିଗ୍‌ ବସ୍‌ ୧୩'ରେ ଏବେ ଚାଲିଛି ଜୋର୍‌ଦାର୍‌ କଳି-ଝଗଡ଼ା। ଏହି ଅନ୍‌ଲିମିଟେଡ୍‌ ୱାର୍‌ ସହ ରୋମାନ୍ସର ଯାଦୁ ମଧ୍ୟ ଦେଖିବାକୁ ମିଳୁଛି ବିବି ହାଉସ୍‌ ଭିତରେ। ହେଲେ ଏହା ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଚର୍ଚ୍ଚା ହେଉଛି ଯେ ଶୋ’ରୁ ଖୁବ୍‌ଶୀଘ୍ର ବିଦାୟ ନେଇଯିବେ ଦେବୋଲିନା ଭଟ୍ଟାଚାର୍ଯ୍ୟ। କମ୍‌ ଭୋଟ୍‌ କି ଏଲିମିନେସନ୍‌ ପାଇଁ ନୁହେଁ, ସେ ନିଜେ ହିଁ ଶୋ’ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

https://www.instagram.com/p/B5VRp9Dpt9g/?utm_source=ig_web_copy_link

ଆପଣମାନେ ତ ଜାଣିଥିବେ, ବିଗ୍‌ ବସ୍‌ ଘରେ ରହିବାକୁ ହେଲେ ଟାସ୍କ କରିବା କେତେ ଜରୁରୀ।  ଆଉ ଏହି ଟାସ୍କ କରିବା ସମୟରେ କେହି କେହି ଆଘାତ ମଧ୍ୟ ହୋଇଥା’ନ୍ତି। ଏଭଳି କିଛି ଘଟିଛି ଦେବୋଲିନାଙ୍କ ସହ। ସୂଚନା ଅନୁଯାୟୀ, ସେ ଏକ ଟାସ୍କ କରୁଥିବା ସମୟରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ତାଙ୍କୁ ଏତେ ଗମ୍ଭୀର ଆଘାତ ଲାଗିଛି ଯେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ବେଡ୍‌ ରେଷ୍ଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ସେ ଆଉ କୌଣସି ଟାସ୍କରେ ଭାଗ ନେଇପାରିବେ ନାହିଁ। ଫଳରେ ସେ ଶୋ’କୁ ଅଲବିଦା କହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।

https://www.instagram.com/p/B46r6ZRpusP/?utm_source=ig_web_copy_link

ଦେବୋଲିନା ଏହି ସିଜିନ୍‌ର ଜଣେ ଦମ୍‌ଦାର୍‌ ପ୍ରତିଯୋଗୀ। ରଶ୍ମି ଓ ଦେବୋଲିନାଙ୍କ ଦୋସ୍ତିକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ସେ ନିଜ ସାଙ୍ଗମାନଙ୍କ ପାଇଁ ସବୁବେଳେ ଠିଆ ହୁଅନ୍ତି। ଶୋ’ରେ ତାଙ୍କ ଯାତ୍ରା ବେଶ୍ ପ୍ରଭାବଶାଳୀ ରହିଛି। ଯଦି ଏଭଳି ଭାବେ ହଠାତ୍‌ ସେ ଶୋ’ରୁ ବାହାରିଯିବେ, ତା’ହେଲେ ତାଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଯିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe