Advertisment

ଦିବ୍ୟାଙ୍କ ‘ଧାକଡ’ ଲୁକ୍

ମୁମ୍ବାଇ: ପାଦରେ ଅଳତା, ହାତରେ ଖଡୁ। ମଥାରେ ବିନ୍ଦି ଲଗାଇ ଓ ଶାଢ଼ି ପିନ୍ଧି ପୁରା ଖତରନାକ ଲୁକରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା। ସାମ୍ନାକୁ ଆସିଛି ତାଙ୍କ ଧାକଡ ଲୁକ୍ । ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ‘ଧକାଡ’ର ଆଉ ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ଦିବ୍ୟା ଦତ୍ତାଙ୍କୁ ଏକ ଭିନ୍ନ ଲୁକ୍ ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ ନିଜେ ଦିବ୍ୟା ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଦିବ୍ୟାଙ୍କ ‘ଧାକଡ’ ଲୁକ୍

divbya

ମୁମ୍ବାଇ: ପାଦରେ ଅଳତା, ହାତରେ ଖଡୁ। ମଥାରେ ବିନ୍ଦି ଲଗାଇ ଓ ଶାଢ଼ି ପିନ୍ଧି ପୁରା ଖତରନାକ ଲୁକରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା। ସାମ୍ନାକୁ ଆସିଛି ତାଙ୍କ ଧାକଡ ଲୁକ୍ । ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ‘ଧକାଡ’ର ଆଉ ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ଦିବ୍ୟା ଦତ୍ତାଙ୍କୁ ଏକ ଭିନ୍ନ ଲୁକ୍ ଦେଖିବାକୁ ମିଳିଛି।

Advertisment

ଏହି ପୋଷ୍ଟରକୁ ନିଜେ ଦିବ୍ୟା ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଏହି ପୋଷ୍ଟରକୁ ଶେଆର କରି ଦିବ୍ୟା ଲେଖିଛନ୍ତି, ‘ଆପଣ ଭାବି ପାରିବେନି ଯେ ଏହା କେତେ ଭୟାନକ ହୋଇପାରେ। ଫିଲ୍ମ ‘ଧାକଡ’ରୁ ମୋର ଏକ ନୂଆ ଚରିତ୍ର ଆପଣଙ୍କ ସାମ୍ନାରେ ରଖୁଛି, ଯାହାର ନାଁ ରୋହିନୀ।’ ଏହାପୂର୍ବରୁ ଗତକାଲି ଅର୍ଜୁନ ରାମପାଲଙ୍କ ଲୁକକୁ ନେଇ ମଧ୍ୟ ଏକ ପୋଷ୍ଟର ରିଲିଜ ହୋଇଥିଲା।

Advertisment


ସୂଚନା ଯୋଗ୍ୟ ଯେ, ଫିଲ୍ମ ‘ଧାକଡ’ର ଲିଡ୍ ରୋଲରେ କଙ୍ଗନା ରଣାୱତ ଅଛନ୍ତି। ଏଥିରେ ତାଙ୍କୁ ଜଣେ ସ୍ପେଶାଲ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ । ଅନ୍ୟ ପ୍ରମୁଖ ଭୂମିକାରେ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ଅଛନ୍ତି।  ଏ ଦୁହିଁଙ୍କୁ ଏଥିରେ ଖଳନାୟକ ଚରିତ୍ରରେ ଦେଖୁବାକୁ ମିଳିବ। ସୋହେଲ ମକଲାଇ ଏବଂ ରଜନୀଶ ଘାଇଙ୍କ ନିର୍ଦ୍ଦେଶନାରା ତିଆରି ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୧ ତାରିଖରେ ବଡ ପରଦାରେ ରିଲିଜ ହେବ।

Bollywood