Dheeraj kumar
ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ଧୀରଜ କୁମାରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ଓ ନିମୋନିଆରେ ପୀଡ଼ିତ ହେବାରୁ ତାଙ୍କୁ ଗତ ଶନିବାର ଠାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଖୁବ ଜଟିଳ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରିବାର ପକ୍ଷରୁ ଏହି ଘୋଷଣା କରାଯାଇଛି।
ଧୀରଜ କୁମାର ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିଲେ। ତା ମଧ୍ୟରେ ରହିଛି ରୋଟି କପଡା ଔର ମକାନ, ହୀରା ପନ୍ନା, ରତୋ କା ରାଜା, ସରଗରମ ଓ କ୍ରାନ୍ତି। ସେ ୧୯୬୫ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।
୧୯୭୦ରୁ ୧୯୮୪ ମଧ୍ୟରେ ଧୀରଜ କୁମାର ୨୧ଟି ପଞ୍ଜାବୀ ଫିଲ୍ମରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସେ କ୍ରିଏଟିଭ ଆଇ ନାମରେ ଏକ ପ୍ରଡକ୍ସନ କମ୍ପାନୀ ଖୋଲିଥିଲେ। ସେ ଏହାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଥିଲେ।
ଧୀରଜ କୁମାର ଟେଲିଭିଜନ ଶିଳ୍ପ ସହିତ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ପ୍ରଯୋଜନା ସଂସ୍ଥା ଦ୍ବାରା ନିର୍ମିତ ଓମ୍ ନମ୍ଃ ଶିବାୟ ଧାରାବାହିକ ଖୁବ ଲୋକପ୍ରିୟ ହୋଇପାରିଥିଲା।
ତିନି ମାସ ତଳେ ଅଭିନେତା ମନୋଜ କୁମାରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ ଧୀରଜ କୁମାର। ଗତ ଏପ୍ରିଲ ୪ ତାରିଖରେ ମନୋଜ କୁମାରଙ୍କ ପରଲୋକ ହୋଇଥିଲା। ଏହାପରେ ଧୀରଜ କୁମାରଙ୍କୁ ନଭି ମୁମ୍ବାଇରେ ଇସ୍କନ ମନ୍ଦିର ଉଦଘାଟପନ ସମାହୋରରେ ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1752581495.jpg)