dhoni
ମୁମ୍ବାଇ: ସୋସିଆଲ୍ ମିଡିଆରେ ଛାଇଯାଇଛି କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ‘ଏମ୍.ଏସ୍. ଧୋନୀ: ଦି ଅନ୍ଟୋଲ୍ଡ ଷ୍ଟୋରୀ’ର ଟ୍ରେଲର। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହା ଭଲ ଆୟ ମଧ୍ୟ କରିଛି।
ଫିଲ୍ମଟି ୮୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ବେଳେ ପାଖାପାଖି ୬୦ କୋଟି ଟଙ୍କା ଆୟ କରି ସାରିଲାଣି। ସ୍ୟାଟେଲାଇଟ୍ ରାଇଟ୍ସରେ ୪୫ କୋଟି ଟଙ୍କା ଆୟ କରିଥିବା ବେଳେ ବ୍ରାଣ୍ଡ ପାଇଁ ୧୫ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି।
ଟ୍ରେଲର ବ୍ୟତୀତ ଫିଲ୍ମର ରିଲିଜ୍ ହୋଇଥିବା ୨ଟି ଗୀତ ‘ବେଶବରୀୟା’ ଓ ‘କୌନ୍ ତୁଝେ’ ମଧ୍ୟ ସିନେପ୍ରେମୀଙ୍କୁ ବାନ୍ଧି ପାରିଛି।
ନୀରଜ ପାଣ୍ଡେ ନିର୍ଦ୍ଦେଶନା ଦେଇଥିବା ଏହି ଫିଲ୍ମଟି ସେପ୍ଟେମ୍ବର ୩୦ରେ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/dhoni.jpg)