ଦିୟା ମିର୍ଜାଙ୍କ ପୂର୍ବତନ ମ୍ୟାନେଜର ଓ ତାଙ୍କ ଭଉଣୀ ଗିରଫ

ମୁମ୍ବାଇ: ଡ୍ରଗ୍ସ ମାମଲରେ ବଢ଼ିଲା ଅଭିନେତ୍ରୀ ଦିୟା ମିର୍ଜାଙ୍କ ଅଡୁଆ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ତାଙ୍କର ପୂର୍ବତନ ମ୍ୟାନେଜର ରାହିଲା ଫର୍ଣ୍ଣିଚରୱାଲା ଓ ଭଉଣୀ ଶାଇସ୍ତା ଫର୍ଣ୍ଣିଚରୱାଲାଙ୍କୁ ଗିରଫ କରିଛି। ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ରେଡ୍‌ ବେଳେ ଏ ଦୁହିଁଙ୍କ ନିକଟରୁ ୨ଶହ କିଲୋଗ୍ରାମର ଡ୍ରଗ୍ସ ମଧ୍ୟ ଜବତ ହୋଇଥିବା ନେଇ ଏନ୍‌ସିବି ସୂଚନା ଦେଇଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏ ଦୁଇ ଭଉଣୀଙ୍କ ଲିଙ୍କ ଥିବା କୁହାଯାଉଛି। ଏ ଦୁହିଁଙ୍କ […]

diya

diya

Madhupriya Mistry
  • Published: Monday, 11 January 2021
  • Updated: 11 January 2021, 11:23 AM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ମାମଲରେ ବଢ଼ିଲା ଅଭିନେତ୍ରୀ ଦିୟା ମିର୍ଜାଙ୍କ ଅଡୁଆ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ତାଙ୍କର ପୂର୍ବତନ ମ୍ୟାନେଜର ରାହିଲା ଫର୍ଣ୍ଣିଚରୱାଲା ଓ ଭଉଣୀ ଶାଇସ୍ତା ଫର୍ଣ୍ଣିଚରୱାଲାଙ୍କୁ ଗିରଫ କରିଛି। ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ରେଡ୍‌ ବେଳେ ଏ ଦୁହିଁଙ୍କ ନିକଟରୁ ୨ଶହ କିଲୋଗ୍ରାମର ଡ୍ରଗ୍ସ ମଧ୍ୟ ଜବତ ହୋଇଥିବା ନେଇ ଏନ୍‌ସିବି ସୂଚନା ଦେଇଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏ ଦୁଇ ଭଉଣୀଙ୍କ ଲିଙ୍କ ଥିବା କୁହାଯାଉଛି।

ଏ ଦୁହିଁଙ୍କ ବ୍ୟତୀତ ଏନ୍‌ସିବି ବ୍ରିଟିଶ ବ୍ୟବସାୟୀ କରଣ ସଜଦାନୀଙ୍କୁ ମଧ୍ୟ ଗିରଫ କରିଛି। ଦିୟାଙ୍କ ପୂର୍ବତନ ମ୍ୟାନେଜର ଏବଂ ତାଙ୍କ ଭଉଣୀ ଏହି ବ୍ରିଟିଶ ବ୍ୟବସାୟୀ ଜଣଙ୍କୁ ଡ୍ରଗ୍ସ କାରବାରରେ ସାହାଯ୍ୟ କରୁଥିଲେ ।

ଏହାପୂର୍ବରୁ ମଧ୍ୟ ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅନେକ ବଡ ବଡ ସେଲିବ୍ରିଟିଙ୍କୁ ଏନ୍‌ସିବି ସମନ ପଠାଇ ପଚରାଉଚରା କରିସାରିଛି । ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଥିବା ବେଳେ ଦୀପିକା ପାଦୁକୋନ, ରକୁଲ ପ୍ରିତ, ସାରା ଅଲ୍ଲି ଖାନ, ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଏନ୍‌ସିବି ଜେରାର ସାମ୍ନା କରିସାରିଛନ୍ତି । ଘରେ ଗଞ୍ଜେଇ ରଖିବା ଅଭିଯୋଗରେ କମେଡିଆନ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଗିରଫ ହୋଇସାରିଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲକୁ ନେଇ ଯାଂଚ କରୁଥିବା ଏନ୍‌ସିବି ଏବେ ତାଙ୍କ ପୂର୍ବତନ ଡ୍ରିମ ପ୍ରୋଜେକ୍ଟର ଆସିଷ୍ଟାଣ୍ଟ ଡାଇରେକ୍ଟର ଋଷିକେଶ ପୱାରଙ୍କ ସନ୍ଧାନ ଚଲାଇଛି । ସୁଶାନ୍ତ ସିଂହଙ୍କୁ ଋଷିକେଶ ଡ୍ରଗ୍ସ ସପ୍ଲାଏ କରୁଥିବା ନେଇ ଆଣ୍ଟି-ଡ୍ରଗ ଏଜେନ୍ସି ସନ୍ଦେହ କରୁଛି।

ଏନ୍‌ସିବି ଋଷିକେଶ ପୱାରଙ୍କ ଘରର ଯାଂଚ ବେଳେ ତାଙ୍କ ଲାପଟପ୍‌ରୁ କିଛି ସନ୍ଦିଗ୍ଧ ଜିନିଷ ମିଳିଥିଲା । ଏହାପରେ ଏନ୍‌ସିବି ତାଙ୍କୁ ପଚରାଉଚରା କରିବା ପାଇଁ ସମନ ପଠାଇଥିଲା। କିନ୍ତୁ ଋଷିକେଶ ଆସିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story