Advertisment

କୃଷକଙ୍କୁ ଭଗବାନ ଆଖ୍ୟା ଦେଲେ ଦିଲଜିତ

ମୁମ୍ବାଇ: ବେଶ କିଛି ଦିନ ହେବ ସୋଶାଲ ମିଡିଆରେ ଆକ୍ଟିଭ ଅଛନ୍ତି ବଲିଉଡ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଜ । କୃଷକ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟରରେ କିଛି ନା କିଛି ପୋଷ୍ଟ କରିଥାନ୍ତି । ଏବେ ପୁଣି ସେ କୃଷକଙ୍କ ସମର୍ଥନରେ ବାହାରିଛନ୍ତି । ଟ୍ୱିଟରରେ ଏକ ଫଟୋ ଶେଆର କରି ସେ କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କର ଏହି ଫଟୋ ଜୋରସୋରରେ ଭାଇରାଲ ହୋଇଛି । […]

କୃଷକଙ୍କୁ ଭଗବାନ ଆଖ୍ୟା ଦେଲେ ଦିଲଜିତ

Diljit-dosanj

Advertisment

ମୁମ୍ବାଇ: ବେଶ କିଛି ଦିନ ହେବ ସୋଶାଲ ମିଡିଆରେ ଆକ୍ଟିଭ ଅଛନ୍ତି ବଲିଉଡ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଜ । କୃଷକ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟରରେ କିଛି ନା କିଛି ପୋଷ୍ଟ କରିଥାନ୍ତି । ଏବେ ପୁଣି ସେ କୃଷକଙ୍କ ସମର୍ଥନରେ ବାହାରିଛନ୍ତି । ଟ୍ୱିଟରରେ ଏକ ଫଟୋ ଶେଆର କରି ସେ କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କର ଏହି ଫଟୋ ଜୋରସୋରରେ ଭାଇରାଲ ହୋଇଛି ।

Advertisment

ଦିଲଜିତ ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ଦେଖିବାକୁ ମିଳିଛି ଯେ ଜଣେ ବୃଦ୍ଧ ଶିଖ ଖୋଲା ଆକାଶ ତଳେ ଥଣ୍ଡାରେ ବସି ଗାଧୋଉଛନ୍ତି । ଏହି ଫଟୋକୁ ଦିଲଜିତ ଶେଆର କରି କହିଛନ୍ତି, “ଏଇ ଭଗବାନ ଭଳି ଲୋକ ତୁମମାନଙ୍କୁ ଆତଙ୍କବାଦୀ ଭଳି ଦେଖାଯାଉଛନ୍ତି କି? ମାନବିକତା ବୋଲି କିଛି ନାହିଁ ।”

Advertisment


ପଞ୍ଜାବୀ ଷ୍ଟାର ଦିଲଜିତଙ୍କ ଏହି ଟ୍ୱିଟରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି । କିଛି ସମର୍ଥକ ଏହାକୁ ପସନ୍ଦ କରିଥିବାବେଳେ ଆଉ କିଛି ବିରୋଧ କରିଛନ୍ତି। କିଛି ଲୋକ କହିଛନ୍ତି, କାହା ଭାବନାରେ ବିଷ ଦିଅନି, ଆପଣ ଜଣେ ଦକ୍ଷ କଳାକାର। ଜଣେ ବ୍ୟକ୍ତିଙ୍କ ପ୍ରତି କ୍ରୋଧ ଅଛି ଯଦି ତାକୁ ପୁରା ଦେଶ ଓ ସମାଜ ଉପରେ ଲାଗୁ କରନି। ଇଜ୍ଜତ କମାଇବାକୁ ସମୟ ଲାଗେ। ସେହି ସମୟକୁ ହରାଅନି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଦିଲଜିତ୍ ପାଜୀ ଆମେ ପଞ୍ଜାବକୁ ଭଲପାଉ, ପଞ୍ଜାବବାସୀଙ୍କୁ ଭଲପାଉ, ଚାଷୀଙ୍କୁ ଭଲପାଉ କିନ୍ତୁ ଖାଲୀସ୍ତାନିଙ୍କୁ ନୁହେଁ।’

ସୂଚନା ଯୋଗ୍ୟ ଯେ, କିଛି ଦିନ ହେବ କୃଷକ ଆନ୍ଦୋଳନକୁ ନେଇ ଦିଲଜିତ ବେଶ ସକ୍ରିୟ ଅଛନ୍ତି । ଏପରିକି ଏହି ମାମଲାକୁ ନେଇ ଟ୍ୱିଟରରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ତାଙ୍କର ମୁହାଁମୁହିଁ ପରିସ୍ଥିତି ମଧ୍ୟ ଉପୁଜିଛି । ସେହିପରି କୃଷି ଆନ୍ଦୋଳନକୁ ନେଇ ବି-ଟାଉନ ଦୁଇ ଭାଗ ହୋଇଯାଇଛି । ହିମାଂଶି ଖୁରାନା, ପ୍ରିୟଙ୍କ ଚୋପ୍ରା, ଋଚା ଚଡ୍ଡା ଏବଂ ସ୍ୱରା ଭାସ୍କର ଭଳି ସେଲିବ୍ରିଟି ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। କିନ୍ତୁ କଙ୍ଗନା ରଣାୱତ ଏବଂ ସନ୍ନି ଦେଓଲ ଭଳି ସେଲିବ୍ରିଟି କହିଛନ୍ତି, କିଛି କୁଚକ୍ରୀ ଲୋକେ ଏହାର ଫଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ।

Bollywood Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe