Advertisment

'ସବୁ ରାଜ୍ୟକୁ ମଦମୁକ୍ତ କର', ଦିଲଜିତଙ୍କ ଓପନ ଚ୍ୟାଲେଞ୍ଜ୍

ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କଲା ଭଳି ଗୀତ ନଗାଇବାକୁ ନୋଟିସ ପାଇଥିଲେ। ସବୁ ରାଜ୍ୟରେ ମଦ ବ୍ୟାନ୍ କରିବାକୁ କଲେ ଆହ୍ୱାନ କଲେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ।

Singer Diljit Dosanjh

Singer Diljit Dosanjh

Advertisment

ସରକାରଙ୍କୁ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ଓପନ ଚ୍ୟାଲେଞ୍ଜ। ସବୁ ରାଜ୍ୟରେ ମଦ ବ୍ୟାନ କରିବାକୁ କଲେ ଆହ୍ୱାନ। ଏପରିକି ସେ ନିଜେ କେବେ ବି ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କରିବା ଭଳି ଗୀତ ଗାଇବେନି ବୋଲି କହିଛନ୍ତି। ହେଲେ ଏହା ପୂର୍ବରୁ ସରକାର ଦେଶର ସମସ୍ତ ମଦ କାଉଣ୍ଟରରେ ମଧ୍ୟ ତାଲା ପକାନ୍ତୁ ବୋଲି କହିଛନ୍ତି ଲୋକପ୍ରିୟ ଗାୟକ ଦିଲଜିତ ଦୋସାଞ୍ଜ। ଏନେଇ ସେ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି 'ମଦମୁକ୍ତ ଦେଶ' ଆନ୍ଦୋଳନ ଆରମ୍ଭ କରିବାକୁ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି। 

Advertisment

ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏବେ 'ଦିଲ୍-ଲୁମିନାତୀ ଟୁର୍' କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହର ବୁଲି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ବିଭିନ୍ନ ସହରରେ ଆୟୋଜିତ କନ୍ସର୍ଟରେ କଳାକାରଙ୍କୁ ଦେଖିବା ପାଇଁ ଓ ତାଙ୍କ ଗୀତରେ ଝୁମିବା ପାଇଁ ପ୍ରଶଂସକଙ୍କ ନାହିଁ ନଥିବା ଭିଡ଼ ହେଉଛି। ହେଲେ ସେ ଏବେ କିଛିଦିନ ହେବ ତାଙ୍କ କନ୍ସର୍ଟଠୁ ବେଶୀ ତାଙ୍କୁ ମିଳୁଥିବା ଲିଗାଲ୍ ନୋଟିସକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ପ୍ରଥମେ ଦିଲ୍ଲୀରେ ଏକ କନ୍ସର୍ଟରେ ତାଙ୍କ ଗୀତ ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କରୁଥିବା ନେଇ ତାଙ୍କ ଟିମ୍ ଉପରେ ପ୍ରଶ୍ନ ଉଠିଥିଲା। ଏହାପରେ ହାଇଦ୍ରାବାଦରେ ଏକ କନ୍ସର୍ଟରେ ସେ ଯୋଗଦେବା ପୂର୍ବରୁ ହିଁ ତାଙ୍କୁ ତେଲେଙ୍ଗାନା ସରକାର ଏକ ନୋଟିସ ଜାରି କରିଥିଲେ। ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କରୁଥିବା ଭଳି କୌଣସି ଗୀତ ସେ ହାଇଦ୍ରାବାଦ ଶୋ'ରେ ଗାଇ ପାରିବେନି ବୋଲି ତାଙ୍କୁ ନୋଟିସ ଦେଇଥିଲା ହାଇଦ୍ରାବାଦ ପ୍ରଶାସନ।

Advertisment

ତେବେ ଗୁଜରାଟରେ ଏକ କନ୍ସର୍ଟରେ ଏ ସମ୍ପର୍କିତ ମାମଲାରେ ସେ ମୁହଁ ଖୋଲିଛନ୍ତି। ଦିଲଜିତ କହିଛନ୍ତି ଯେ, ଖୁସିର କଥା ହେଉଛି ଏଥର ମୋତେ କୌଣସି ନୋଟିସ ମିଳିନାହିଁ। ସେ କହିଛନ୍ତି, 'ମୁଁ ଅନେକ ଭଜନ ଗାଇଛି। ଗତ ୧୦ ଦିନ ଭିତରେ ମୋର ଦୁଇଟି ଭଜନ ରିଲିଜ ହେଲାଣି, ଗୋଟିଏ ଗୁରୁ ନାନକ ଓ ଅନ୍ୟଟି ଭଗବାନ ଶିବଙ୍କ ଉପରେ। ଏହାକୁ ନେଇ କିଛି ଆଲୋଚନା ନାହିଁ। ହେଲେ ସମସ୍ତେ ଟିଭିରେ ବସି 'ପଟିଆଲା ପେଗ୍' ଗୀତ ଉପରେ ଆଲୋଚନା କରୁଛନ୍ତି। ମଦକୁ ପ୍ରୋତ୍ସାହିତ କଲା ଭଳି ବଲିଉଡରେ ହଜାର ହଜାର ଗୀତ ଥିବ। ମୋର ଅତି ବେଶୀରେ ୨-୪ଟା ଗୀତ ଏପରି ଅଛି।'

ସରକାରଙ୍କୁ ଆହ୍ଵାନ ଦେଇ ସେ କହିଛନ୍ତି, 'ମୁଁ ସେଭଳି ଗୀତ ଆଉ କେବେ ଗାଇବି ନାହିଁ। ସେଥିପାଇଁ କେହି ଚିନ୍ତା କରିବା ଆବଶ୍ୟକ ନାହିଁ। ମୁଁ ନିଜେ ମଦ ପିଏ ନାହିଁ। ହେଲେ ବଲିଉଡରେ ବଡ଼ ବଡ଼ ଷ୍ଟାରମାନେ ମଦର ବିଜ୍ଞାପନ କରନ୍ତି। ମୁଁ ଏଭଳି କାମ କରେନାହିଁ।' ଏହା ସହିତ ତେଲେଙ୍ଗାନା ସରକାରଙ୍କ ନୋଟିସକୁ ପରୋକ୍ଷରେ ଟାର୍ଗେଟ କରି ସେ କହିଛନ୍ତି, ଯଦି ଦେଶର ସମସ୍ତ ରାଜ୍ୟ ସରକାର ନିଜ ନିଜ ରାଜ୍ୟକୁ ମଦମୁକ୍ତ ଘୋଷିତ କରିଦେବେ, ତେବେ ମୁଁ ମଦ ଉପରେ କେବେ ବି କୌଣସି ଗୀତ ଗାଇବି ନାହିଁ। ଏହା ସମ୍ଭବ କି? ଆପଣ ଯୁବବର୍ଗଙ୍କୁ ବୋକା ବନାଇପାରିବେ ନାହିଁ। ଏହା ବ୍ୟତୀତ ତାଙ୍କର କାର୍ଯ୍ୟକ୍ରମ ଥିବା ସହରକୁ ଗୋଟିଏ ଦିନ ପାଇଁ ବି ମଦମୁକ୍ତ ଘୋଷଣା କରିବାକୁ ସେ ସରକାରଙ୍କୁ ଅଫର ଦେଇଛନ୍ତି।

Diljit Dosanjh Diljit Concert Notice To Diljit Dosanjh Alcohol Free State
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe