Advertisment

‘ବବି’ ପରେ ଅଭିନୟଠାରୁ ୧୧ ବର୍ଷ ଦୂରେଇ ରହିଥିଲେ ଡିମ୍ପଲ୍‌

ମୁମ୍ୱାଇ: ଯେବେ ବି ବଲିଉଡ୍‌ର ସଫଳ ଅଭିନେତ୍ରୀମାନଙ୍କ ବିଷୟରେ କଥା ପଡ଼େ, ସେତେବେଳେ ଡିମ୍ପଲ୍‌ କାପାଡିଆଙ୍କ ନାମ ନିଶ୍ଚୟ ସାମିଲ ହୋଇଥାଏ। ‘ବବି’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଡିମ୍ପଲ୍‌ ଅନେକ ଚରିତ୍ରରେ ଅଭିନୟ କରି ବେଶ୍ ସଫଳ ହୋଇଛନ୍ତି। ୧୫ ବର୍ଷ ବୟସରୁ ସେ ଅଭିନୟ ଦୁନିଆରେ ପାଦ ଦେଇ ନିଜ ଅଭିନୟ ଯାଦୁରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ଆଜି ଡିମ୍ପଲ୍‌ଙ୍କ ଜନ୍ମଦିନ। ୧୯୫୭ ମସିହା ଜୁନ୍ ମାସ ୮ ତାରିଖରେ ବମ୍ୱେରେ ସେ […]

author-image
Puspanjali Panda
ଅଦ୍ୟତନ ହୋଇଛି
‘ବବି’ ପରେ ଅଭିନୟଠାରୁ ୧୧ ବର୍ଷ ଦୂରେଇ ରହିଥିଲେ ଡିମ୍ପଲ୍‌

d1

ମୁମ୍ୱାଇ: ଯେବେ ବି ବଲିଉଡ୍‌ର ସଫଳ ଅଭିନେତ୍ରୀମାନଙ୍କ ବିଷୟରେ କଥା ପଡ଼େ, ସେତେବେଳେ ଡିମ୍ପଲ୍‌ କାପାଡିଆଙ୍କ ନାମ ନିଶ୍ଚୟ ସାମିଲ ହୋଇଥାଏ। ‘ବବି’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଡିମ୍ପଲ୍‌ ଅନେକ ଚରିତ୍ରରେ ଅଭିନୟ କରି ବେଶ୍ ସଫଳ ହୋଇଛନ୍ତି। ୧୫ ବର୍ଷ ବୟସରୁ ସେ ଅଭିନୟ ଦୁନିଆରେ ପାଦ ଦେଇ ନିଜ ଅଭିନୟ ଯାଦୁରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ।

Advertisment

ଆଜି ଡିମ୍ପଲ୍‌ଙ୍କ ଜନ୍ମଦିନ। ୧୯୫୭ ମସିହା ଜୁନ୍ ମାସ ୮ ତାରିଖରେ ବମ୍ୱେରେ ସେ ଜନ୍ମ ନେଇଥିଲେ। ୧୫ ବର୍ଷ ବୟସରେ ଫିଲ୍ମ ‘ବବି’ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମ ରିଲିଜ୍‌ ହେବାର ୬ ମାସ ପୂର୍ବରୁ ଡିମ୍ପଲ୍ ସୁପରଷ୍ଟାର୍‌ ରାଜେଶ ଖାନ୍ନାଙ୍କୁ ବିବାହ କରିସାରିଥିଲେ।

publive-image

ତେବେ ଗୋଟିଏ ଫିଲ୍ମ ପରେ ଡିମ୍ପଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ୧୧ ବର୍ଷ ଦୂରେଇ ରହିଥିଲେ। ଆଉ କୁହାଯାଏ ଏହାର ମୁଖ୍ୟ କାରଣ ଥିଲେ ରାଜେଶ ଖାନ୍ନା। ଡିମ୍ପଲ୍‌ଙ୍କ ବୟସ ରାଜେଶଙ୍କର ଅଧା ବୟସ ସହିତ ସମାନ ଥିଲା। ଇଣ୍ଡଷ୍ଟ୍ରୀରେ ଡିମ୍ପଲ୍‌ ଆଗକୁ ବଢ଼ିବାକୁ ଚାହୁଁଥିଲେ। ହେଲେ ରାଜେଶ ତା‌ଙ୍କୁ ଫିଲ୍ମ ଦୁନିଆରେ ଦେଖିବାକୁ ଚାହୁଁ ନଥିଲେ। ଏହାକୁ ନେଇ ଦୁହିଁଙ୍କର ସାଂସାରିକ ଜୀବନରେ ବିଶୃଙ୍ଖଳା ଦେଖାଯାଇଥିଲା। ତେଣୁ ‘ବବି’ ଫିଲ୍ମ ରିଲିଜ୍‌ ହେବା ପରେ ଡିମ୍ପଲ୍‌ ଅଭିନୟଠାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ତା’ପରେ ସେ ତାଙ୍କର ଦୁଇ ଝିଅଙ୍କ ଲାଳନପାଳନରେ ସମୟ ଦେଇଥିଲେ। ୧୯୮୨ରେ ରାଜେଶଙ୍କ ସହିତ ତାଙ୍କର ଛାଡ଼ପତ୍ର ହେବାର ୨ ବର୍ଷ ପରେ ସେ ପୁଣି ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ।

Advertisment

publive-image

ରାଜ କପୁର ‘ବବି’ ଫିଲ୍ମ ପାଇଁ ରାଜେଶ ଖାନ୍ନାଙ୍କୁ ହିରୋ ଭାବରେ ନେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପାଖରେ ରାଜେଶଙ୍କୁ ନେବା ପାଇଁ ଟଙ୍କା ନଥିଲା। ତେଣୁ ଫିଲ୍ମରେ ନିଜ ପୁଅ ଋଷିଙ୍କୁ ଲଞ୍ଚ କରିଥିଲେ। ଫିଲ୍ମଟି ସେହି ସମୟରେ ସୁପରହିଟ୍‌ ହୋଇଥିଲା ଏବଂ ବକ୍ସ ଅଫିସରେ ଅନେକ ଦିନ ଧରି ଚାଲିଥିଲା।

publive-image

ଯଦି ସେହି ସମୟରେ ରାଜ କପୁରଙ୍କ ପାଖରେ ରାଜେଶ ଖାନ୍ନାଙ୍କୁ ଫି’ ଦେବା ପାଇଁ ଟଙ୍କା ଥାଆନ୍ତା, ତା’ହେଲେ ‘ବବି’ ଫିଲ୍ମରେ ଅଫ୍‌ ସ୍କ୍ରିନ୍‌ ଯୋଡ଼ି ଡିମ୍ପଲ୍‌ ଓ ରାଜେଶଙ୍କୁ ଅନ୍‌ ସ୍କ୍ରିନ୍‌ରେ ଦେଖିଥା’ନ୍ତେ ଦର୍ଶକ।