ପରଲୋକରେ ଡିମ୍ପଲ୍‌ଙ୍କ ମା’

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ୍ କପାଡ଼ିଆଙ୍କ ମା’ ବେଟ୍ଟି କପାଡିଆଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ୱାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଡିମ୍ପଲ୍‌ଙ୍କ ଘରେ ବଲିଉଡ୍‌ ଷ୍ଟାରଙ୍କ ଭିଡ଼ ଜମିଥିଲା। ମୃତ୍ୟୁର କିଛି ଦିନ ପୂର୍ବରୁ ବେଟ୍ଟି ତାଙ୍କ ପରିବାର ସହିତ ନିଜର ୮୦ ତମ ଜନ୍ମଦିନ ପାଳନ କରିଥିଲେ। ଏହାର ଏକ ଫଟୋକୁ ଟ୍ୱିଙ୍କିଲ୍‌ ଖାନ୍ନା […]

dimple

dimple

Puspanjali Panda
  • Published: Sunday, 01 December 2019
  • Updated: 01 December 2019, 02:57 PM IST

Sports

Latest News

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ୍ କପାଡ଼ିଆଙ୍କ ମା’ ବେଟ୍ଟି କପାଡିଆଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ୱାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଡିମ୍ପଲ୍‌ଙ୍କ ଘରେ ବଲିଉଡ୍‌ ଷ୍ଟାରଙ୍କ ଭିଡ଼ ଜମିଥିଲା।

ମୃତ୍ୟୁର କିଛି ଦିନ ପୂର୍ବରୁ ବେଟ୍ଟି ତାଙ୍କ ପରିବାର ସହିତ ନିଜର ୮୦ ତମ ଜନ୍ମଦିନ ପାଳନ କରିଥିଲେ। ଏହାର ଏକ ଫଟୋକୁ ଟ୍ୱିଙ୍କିଲ୍‌ ଖାନ୍ନା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର୍ ମଧ୍ୟ କରିଥିଲେ।

ଏକ ରିପୋର୍ଟ ଅନୁସାରେ ବେଟ୍ଟିଙ୍କ ଦେହ ଖରାପ ହେବା ପରେ ଅନେକ ଥର ଡିମ୍ପଲ୍‌ ଓ ଟ୍ୱିଙ୍କିଲ୍‌ଙ୍କୁ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା। ତେଣୁ ଡିମ୍ପଲ୍‌ ଅସୁସ୍ଥ ଅଛନ୍ତି ବୋଲି ଫ୍ୟାନ୍‌ମାନେ ଆଶଙ୍କା କରିଥିଲେ। ଆଉ ଏହାର ସ୍ପଷ୍ଟୀକରଣ ଦେବାକୁ ଯାଇ ଏକ ଇଣ୍ଟରଭ୍ୟୁରେ ଡିମ୍ପଲ୍ କହିଥିଲେ, ‘ମୁଁ ଜୀବିତ ଓ ସୁସ୍ଥ ଅଛି। ମୋ ମା’ଙ୍କ ଦେହ ଖରାପ ଅଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ପୂର୍ବାପେକ୍ଷା ଭଲ ଅଛନ୍ତି। ମୋତେ ଆପଣଙ୍କ ପ୍ରାର୍ଥନା ଓ ଆଶୀର୍ବାଦର ଆବଶ୍ୟକତା ରହିଛି।’

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos