/odisha-reporter/media/post_attachments/uploads/2018/10/Untitled-1-14.jpg)
Untitled-1
ମୁମ୍ବାଇ: ଜୀ ଟିଭିରେ ପ୍ରସାରିତ ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ରାମେବାଜ୍, ସିଜନ୍-୩’ର ଗ୍ରାଣ୍ଡ୍ ଫିନାଲେ ରବିବାର ଶେଷ ହୋଇଛି। ଏହି ଶୋ’ର ବିଜେତା ସାଜିଛନ୍ତି ପୁଣେର ୧୦ ବର୍ଷର ଝିଅ ଦିପାଲୀ ବୋର୍କର୍। ଦିପାଲୀଙ୍କୁ ପୁରସ୍କାର ଆକାରରେ ଟ୍ରଫି ସହ ୫ ଲକ୍ଷ ଟଙ୍କା ମିଳିଛି। ଶୋ’ର ଫାଇନାଲ୍ରେ ‘ନମସ୍ତେ ଇଂଲଣ୍ଡ୍’ର ଯୋଡ଼ି ଅର୍ଜୁନ୍ କପୁର ଓ ପରିଣୀତି ଚୋପ୍ରା ପହଞ୍ଚିଥିଲେ। ଏହା ସହ ଅଭିନେତା ଆୟୁଷ୍ମାନ୍ ଖୁରାନା ନିଜ ଫିଲ୍ମ ‘ଅନ୍ଧାଧୁନ୍’ର ପ୍ରମୋସନ୍ ପାଇଁ ମଧ୍ୟ ମଞ୍ଚରେ ଥିଲେ। ଏହି ଶୋ'ର ଜଜ୍ ଥିଲେ ଅଭିନେତା ବିବେକ୍ ଓବରୟ, ଅଭିନେତ୍ରୀ ହୁମା କ୍ୟୁରେସି ଓ ନିର୍ଦ୍ଦେଶକ ଓମଙ୍ଗ୍ କୁମାର୍।
Advertisment
ଦିପାଲୀ ଏହି ଶୋ’ର ଖୁବ୍ ଲୋକପ୍ରିୟ ପ୍ରତିଯୋଗୀ ଥିଲେ। ଶୋ’ର ଜଜ୍ ଓମଙ୍ଗ୍ କୁମାର୍ ଦିପାଲୀଙ୍କ ଅଭିନୟରେ ପ୍ରଭାବିତ ହୋଇ ତାଙ୍କୁ ନିଜ ଆଗାମୀ ଫିଲ୍ମ ପାଇଁ ସାଇନ୍ କରିଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀ ଆଞ୍ଜେଲିକା ଓ ରାମୁ ଶ୍ରୀନିବାସ ବି ଓମଙ୍ଗ କୁମାରଙ୍କ ଏହି ଫିଲ୍ମ୍ରେ କାମ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
