Advertisment

ନାଟ୍ୟକାର ତଥା ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଜଣାଶୁଣା ନାଟ୍ୟକାର, ଲେଖକ ତଥା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କର ରବିବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ଆଜି ସକାଳେ ପ୍ରଦୀପ ଭୋଳ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ଭୋଳଙ୍କ ଦ୍ୱାରା ଲିଖିତ ତଥା ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଚିନି’ ବେଶ୍ ପ୍ରଶଂସା […]

ନାଟ୍ୟକାର ତଥା ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ

Bhola

Advertisment

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଜଣାଶୁଣା ନାଟ୍ୟକାର, ଲେଖକ ତଥା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କର ରବିବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା।

Advertisment

ଆଜି ସକାଳେ ପ୍ରଦୀପ ଭୋଳ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱର୍ଗତ ଭୋଳଙ୍କ ଦ୍ୱାରା ଲିଖିତ ତଥା ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଚିନି’ ବେଶ୍ ପ୍ରଶଂସା ସାଉଁଟି ଥିଲା। ୨୦୧୬ରେ ଏହା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା।

Advertisment

ସିନେମା ଅପେକ୍ଷା ନାଟକରେ ଅଧିକ ସକ୍ରିୟ ଥିଲେ ପ୍ରଦୀପ ଭୋଳ। ତାଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ନାଟକ ‘ମାଉ’ ଲିମକା ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ବିଭିନ୍ନ ମଞ୍ଚରେ ତାଙ୍କର ଅନେକ ନାଟକ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛି । ବର୍ତ୍ତମାନ ସେ ‘ଭାବ’ ନାମକ ଏକ ନାଟକ ଉପରେ କାର୍ଯ୍ୟ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe