Advertisment

‘ଦି ଡାଏରୀ ଅଫ୍‌ ୱେଷ୍ଟ ବେଙ୍ଗଲ’ର ନିର୍ଦ୍ଦେଶକ ନିଖୋଜ, ୮ ଦିନ ହେଲା ପତ୍ତା ମିଳୁନି

ଫିଲ୍ମ ରିଲିଜ ପୂର୍ବରୁ ଏହାର ନିର୍ଦ୍ଦେଶକ ସନୋଜ ମିଶ୍ରା ନିଖୋଜ ହୋଇଗଲେଣି। ସନୋଜ ମିଶ୍ରା କୋଲକତା ଯାଇଥିବା ବେଳେ ୮ ଦିନ ହେଲା ତାଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Film & Director

Film & Director

Advertisment

‘ଦି ଡାଏରୀ ଅଫ୍‌ ୱେଷ୍ଟ ବେଙ୍ଗଲ’ ଫିଲ୍ମ ରିଲିଜ ପୂର୍ବରୁ ଦେଖାଦେଲାଣି ବିବାଦ । ଫିଲ୍ମ ରିଲିଜ ପୂର୍ବରୁ ଏହାର ନିର୍ଦ୍ଦେଶକ ସନୋଜ ମିଶ୍ରା ନିଖୋଜ ହୋଇଗଲେଣି। ସନୋଜ ମିଶ୍ରା କୋଲକତା ଯାଇଥିବା ବେଳେ ୮ ଦିନ ହେଲା ତାଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ତୁରନ୍ତ ସନୋଜଙ୍କୁ ଖୋଜି ବାହାର କରିବାକୁ ଅଭିନେତ୍ରୀ କଙ୍ଗନା ରଣାୱତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଗୁହାରୀ କରିଛନ୍ତି।

Advertisment

ଏନେଇ କଙ୍ଗନା ଏକ ଲମ୍ବା ପୋଷ୍ଟ ଲେଖି ଟ୍ୱିଟ କରିଛନ୍ତି। କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ସନୋଜ କୁମାର ମିଶ୍ରା ‘ଦି ଡାଏରୀ ଅଫ୍‌ ୱେଷ୍ଟ ବେଙ୍ଗଲ’ର ନିର୍ଦ୍ଦେଶକ ଅଟନ୍ତି। ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାର କିଛି ଦୃଶ୍ୟକୁ ହିଂସାତ୍ମକ ଭାବେ ଚିତ୍ରଣ କରାଯାଇଥିବା ଦର୍ଶାଇ ମମତା ବାନାର୍ଜୀ ସରକାର ତାଙ୍କ ଉପରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ନିମନ୍ତେ ସନୋଜ ଗତ ୧୪ ତାରିଖରେ କୋଲକତା ଯାଇଥିଲେ। ସେଠାରେ ପହଞ୍ଚିବା ପ଼ରଠୁ ଆଉ ତାଙ୍କ ଫୋନ୍‌ ଲାଗୁନି କି ତାଙ୍କର କୌଣସି ଖୋଜଖବର ନାହିଁ।

ଏହି ଖବର ପାଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସନୋଜଙ୍କ ପତ୍ନୀ ଦ୍ୱିତୀ ମିଶ୍ରା ପତିଙ୍କୁ ଖୋଜି ଦେବାକୁ କଙ୍ଗନାଙ୍କ ନିକଟରେ ଗୁହାରୀ କରିବା ସହ ନିଜେ କୋଲକତା ଅଭିମୁଖେ ବାହାରି ଯାଇଛନ୍ତି। ତେଣୁ ଜଣେ ଅସହାୟ ମହିଳାର ସାହାଯ୍ୟ କରି ତାଙ୍କ ସ୍ୱାମୀଙ୍କୁ ଖୋଜି ଦେବା ପାଇଁ ମମତା ବାନାର୍ଜୀଙ୍କ ନିକଟରେ ଗୁହାରୀ କରିଛନ୍ତି କଙ୍ଗନା ।

Advertisment

ଫିଲ୍ମର ଟ୍ରେଲର ରିଲିଜ ପରେ ପରେ ସନୋଜଙ୍କ ନିକଟକୁ ଲଗାତର ଭାବେ ଧମକପୂର୍ଣ୍ଣ କଲ୍‌ ଆସୁଥିଲା। ଏନେଇ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତାହାର ଶୁଣାଣି ପାଇଁ ସନୋଜ ସେଠାକୁ ଯାଇଥିଲେ। ମାତ୍ର ସେଠାରେ ପହଞ୍ଚିବା ପରଠୁ ତାଙ୍କ ଫୋନ୍‌ ସୁଇଚ ଅଫ୍‌ ଦେଖାଉଥିବା ସନୋଜଙ୍କ ପତ୍ନୀ କହିଛନ୍ତି। 

 ନିଖୋଜ ସ୍ୱାମୀଙ୍କୁ ଖୋଜି ବାହାର କରିବାକୁ ଦ୍ୱିତୀ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।  ତେବେ ୮ ଦିନ ହେଲେ ସନୋଜ କେଉଁଠି ଓ କିପରି ଅଛନ୍ତି ସେ ନେଇ କୌଣସି ଖୋଜଖବର ମିଳି ପାରୁନି। ତେଣୁ ଦ୍ୱିତୀ ବି କୋଲକତା ଅଭିମୁଖେ ବାହାରି ଯାଇଥିବା ଜଣାଯାଇଛି। 

ଲକ୍ଷ୍ନୌ ନିବାସୀ ସନୋଜ ‘କାଶୀ ଟୁ କଶ୍ମୀର ଗଜନବୀ ’ , ‘ରାମ କି ଜନ୍ମ ଭୂମୀ’ , ‘ଶଶାଙ୍କ ଓ ଗାନ୍ଧିଗିର’ ପରି ବହୁ ସଫଳ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହାବାଦ ସେ ବହୁ ଟିଭି ସିରିଏଲରେ ବି କାମ କରିଛନ୍ତି।

Missing Kolkata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe