ମୁମ୍ବାଇ: ଭ୍ୟାଲେଣ୍ଟାଇନ୍ ଡେ’ ଅବସରରେ ଟାଇଗର ଶ୍ରଫ୍ ଓ ଦିଶା ପଟାନୀ ନିଜ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ପ୍ରଶ୍ନବାଚୀ ନୁହେଁ କନ୍ଫ୍ୟୁଜନ୍ ବି ସୃଷ୍ଟି କରୁଛି ଏହି ଫଟୋ।
ଏହି ପୋଷ୍ଟ ପରେ ଚର୍ଚ୍ଚା ହେଉଥିଲା ଯେ, ଟାଇଗର ଓ ଦିଶାଙ୍କର ବୋଧେ ନିର୍ବନ୍ଧ ହୋଇଯାଇଛି। କାରଣ ପୋଷ୍ଟ୍ କରିଥିବା ଫଟୋରେ ଦୁହେଁ ନିଜ ହାତରେ ଏକ ରିଙ୍ଗ୍ ପିନ୍ଧି ତାକୁ କିସ୍ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସମସ୍ତେ ଅନୁମାନ କରିଥିଲେ ଯେ, ବୋଧହୁଏ ଦୁହିଁଙ୍କ ନିର୍ବନ୍ଧ ସରିଯାଇଛି।
କିନ୍ତୁ ଏମିତି ଭାବି କନ୍ଫ୍ୟୁଜ୍ ହୋଇ ପଡିଥିବା ଫ୍ୟାନ୍ସମାନଙ୍କୁ ଦ୍ୱର୍ନ୍ଦ୍ୱରେ ନ ପକାଇ ସତ୍ୟାସତ୍ୟ ସାମ୍ନାକୁ ଆଣିଛନ୍ତି ଏହି ସେଲିବ୍ରେଟି ପ୍ରେମୀ ଯୁଗଳ।
କଥା ହେଉଛି ଦିଶା ଓ ଟାଇଗର ଏକା ସହ ଗୋଟିଏ କୋଲ୍ଡ ଡ୍ରିଙ୍କସ୍ ବିଜ୍ଞାପନର ଶୁଟିଂ କରୁଥିଲେ। ଆଉ ପୋଷ୍ଟ୍ କରାଯାଇଥିବା ଫଟୋଟି ହେଉଛି ସେହି ବିଜ୍ଞାପନର ଶେଷ ଭାଗର ଦୃଶ୍ୟ। ଦିଶା ଇନ୍ଷ୍ଟାଗ୍ରାମ୍ରେ ନିଜ ଫଟୋ ଶେଆର କରି ଲେଖିଛନ୍ତି, ‘ସେ ମତେ ପଚାରିଲେ, ମୁଁ ହଁ କରିଦେଲି।’
ଫଟୋରେ ଦିଶା ଆଙ୍ଗୁଠିରେ ରିଙ୍ଗ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାପରେ ଟାଇଗର ଶ୍ରଫ୍ ନିଜ ପାର୍ଟ୍କୁ ପୋଷ୍ଟ୍ କରିଥିଲେ। ଦୁହିଁଙ୍କର ଏହି ପୋଷ୍ଟ୍ ଦେଖିବା ପରେ ୟୁଜରମାନେ ଟାଇଗର ଓ ଦିଶାଙ୍କୁ ଶୁଭକାମନା ଦେବା ଆରମ୍ଭ କରିଦେଇଥିଲେ।
ହେଲେ ଲୋକଙ୍କ ଏମିତି ପ୍ରତିକ୍ରିୟା ଦେଖି ଟାଇଗର ଓ ଦିଶା ସସ୍ପେନ୍ସ ଉପରୁ ପରଦା ଇଠାଇ ନେଇଛନ୍ତି । ଶେଷରେ ସେମାନେ ସେହି ବିଜ୍ଞାପନ ଭିଡିଓଟି ଶେଆର କରିଛନ୍ତି ଯେଉଁଥିରେ ଏହି ମୁଦିକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଟାଇଗର ଓ ଦିଶା ନିଜ ଆଫେଆର୍କୁ ନେଇ ଖୁବ୍ ଚର୍ଚ୍ଚାରେ ଆଛନ୍ତି। ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଲଞ୍ଚ, ଡିନର କରୁଥିବା ଦେଖିବାକୁ ମିଳଛି। ଖାଲି ଦେଶ ଭିତରେ ନୁହେଁ, ଦେଶ ବାହାରେ ମଧ୍ୟ ଉଭୟ ଏକାଠି ବୁଲୁଛନ୍ତି। ନିକଟରେ ଶ୍ରୀଲଙ୍କାରେ ଦୁହିଁଙ୍କୁ ଏକାଠି ଛୁଟି କାଟାଇଥିବା ଦେଖିବାକୁ ମିଳିଥିଲା। ଦିଶା ଏବେ ସଲ୍ମାନ୍ ଖାନ୍ଙ୍କ ଫିଲ୍ମ ‘ଭାରତ’ ଶୁଟିଂରେ ବ୍ୟସ୍ତ ରହିବା ସହ ଟାଇଗର ‘ଷ୍ଟୁଡେଣ୍ଟ୍ ଅଫ ଦ’ ଇୟର-୨’, ଓ ‘ବଗୀ-୩’ରେ ବ୍ୟସ୍ତ ଅଛନ୍ତି।