Advertisment

ଏକ୍‌ତାଙ୍କ ମଜା ଉଡ଼ାଇଲେ ଦିଶା !

ମୁମ୍ବାଇ: ବଲିଉଡ୍‌ ଡିଭା ଦିଶା ପଟାନୀ ଡେବ୍ୟୁ ଫିଲ୍ମ ‘ଏମ୍.ଏସ୍ ଧୋନି’ରୁ ହିଁ ନିଜର ସୌନ୍ଦର୍ଯ୍ୟ ଓ ନିଆରା ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ତେବେ ଅନେକ ଦିନ ହେବ ସେ ଫିଲ୍ମରୁ ଦୂରେଇ ରହିଛନ୍ତି। ହେଲେ ସୋଶାଲ୍‌ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି। ସେ ସବୁବେଳେ ଏଥିରେ ନିଜ ଫଟୋ ଶେଆର କରନ୍ତି। ନିକଟରେ ଦିଶା ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କୁ ଟେଲି କୁଇନ୍ ଏକ୍‌ତା କପୁରଙ୍କ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। […]

ଏକ୍‌ତାଙ୍କ ମଜା ଉଡ଼ାଇଲେ ଦିଶା !

disha

Advertisment

ମୁମ୍ବାଇ: ବଲିଉଡ୍‌ ଡିଭା ଦିଶା ପଟାନୀ ଡେବ୍ୟୁ ଫିଲ୍ମ ‘ଏମ୍.ଏସ୍ ଧୋନି’ରୁ ହିଁ ନିଜର ସୌନ୍ଦର୍ଯ୍ୟ ଓ ନିଆରା ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ତେବେ ଅନେକ ଦିନ ହେବ ସେ ଫିଲ୍ମରୁ ଦୂରେଇ ରହିଛନ୍ତି। ହେଲେ ସୋଶାଲ୍‌ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି। ସେ ସବୁବେଳେ ଏଥିରେ ନିଜ ଫଟୋ ଶେଆର କରନ୍ତି। ନିକଟରେ ଦିଶା ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କୁ ଟେଲି କୁଇନ୍ ଏକ୍‌ତା କପୁରଙ୍କ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। ସେ ଏକ୍‌ତାଙ୍କ ଭଳି ଆଙ୍ଗୁଠିରେ ଅନେକ ଗୁଡ଼ିଏ ମୁଦି ପିନ୍ଧିଛନ୍ତି। ତା’ ସହିତ ହାତରେ ବ୍ରେସ୍‌ଲେଟ୍ ମଧ୍ୟ ପିନ୍ଧିଛନ୍ତି।

Advertisment

https://www.instagram.com/p/B4Cn-uogC0i/?utm_source=ig_web_copy_link

ଏହି ଫୋଟୋ ଜରିଆରେ ସେ ଏକ୍‌ତାଙ୍କୁ ପରିହାସ କରି ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି, ଯାହା ଖୁବ୍‌ ଭାଇରାଲ୍‌ ହେଉଛି। ସେ ଲେଖିଛନ୍ତି, “କେଟିନାର ସମସ୍ତଙ୍କୁ ‘ଜୟ ମାତା ଦି’ (ପୂର୍ବରୁ ୟା’ର ନାଁ ଟିନା ଥିଲା, ହେଲେ ଏବେ ଏହା କେଟିନା ହୋଇଯାଇଛି। କାରଣ ଏହା ତାଙ୍କୁ ସୁଟ୍‌ କରୁଛି)। ଏଭଳି ତାଙ୍କୁ ଜ୍ୟୋତିଷ କହିଛନ୍ତି। ହେଲେ ଏତେ ମୁଦି କିଏ ପିନ୍ଧେ।” ଦିଶାଙ୍କ ଏହି ପୋଷ୍ଟ୍ ଉପରେ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଅନେକ କମେଣ୍ଟ କରିଛନ୍ତି।

ଏକ୍‌ତା ମଧ୍ୟ ଦିଶାଙ୍କ ପୋଷ୍ଟକୁ ନିଜ 'ଇନ୍‌ଷ୍ଟାଗ୍ରାମ'ରେ ଶେଆର କରିଛନ୍ତି। ଚର୍ଚ୍ଚା ହେଉଛି ଯେ ଦିଶା ଆଗକୁ ଏକ୍‌ତାଙ୍କ ବାୟୋପିକ୍‌ରେ ଅଭିନୟ କରିବେ। ଆଉ ଏହା ହେଉଛି, ଫିଲ୍ମରେ ତାଙ୍କର ଫାଷ୍ଟ୍‌ ଲୁକ୍। ଏହା ବ୍ୟତୀତ ଆଦିତ୍ୟ ରାୟ କପୁରଙ୍କ ସହ ଫିଲ୍ମ ‘ମଙ୍ଗଲ୍’ରେ ମଧ୍ୟ ଦିଶାଙ୍କୁ ଦେଖିବାକୁ ମିଳିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe