ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ଭଲ ନାଚି ପାରନ୍ତି। ସେ ଜଣେ ପ୍ରଫେସ୍ନାଲ୍ ଡ୍ୟାନ୍ସର। ଫିଲ୍ମରେ ତାଙ୍କ ନାଚ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ। ପ୍ରାୟ ସମୟରେ ସେ ନାଚ ଅଭ୍ୟାସ କରିବାର ଦେଖାଯାଏ। ବେଳେ ବେଳେ ସେ ନୃତ୍ୟାଭ୍ୟାସର ଭିଡିଓ ବି ସୋଶାଲ୍ ମିଡିଆରେ ପୋଷ୍ଟ୍ କରନ୍ତି ଓ ସେଗୁଡ଼ିକ ଖୁବ୍ ଭାଇରାଲ୍ ହୋଇଥାଏ। ତେବେ ଗତକାଲି ନାଚ ଅଭ୍ୟାସ କରୁଥିବା ବେଳେ ତାଙ୍କୁ ଆଘାତ ଲାଗିଛି।
ଦିଶା ଏବେ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଏକ ଗୀତରେ ନାଚ ଅଭ୍ୟାସ କରୁଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି।
ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଦିଶା ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ଆଣ୍ଠୁକୁ ଚାହିଁ ବସିଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଶେଆର କରି ଦିଶା ଲେଖିଛନ୍ତି, “ପ୍ରଭୁଦେବା ସାର୍ଙ୍କ ଡ୍ୟାନ୍ସ ଷ୍ଟେପ୍ ମୋର ଏମିତି ଅବସ୍ଥା କରିଛି। ମୋ ଆଣ୍ଠୁରେ ଆଘାତ ଲାଗିଯାଇଛି।”