Advertisment

କଳା ବିକିନିରେ ଦିଶା ପଟାନୀ, ଫଟୋ ଭାଇରାଲ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଅଧିକାଂଶ ସମୟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ହଟ୍‌ ଫଟୋ ଅପ୍‌ଲୋଡ୍‌ କରି ଫ୍ୟାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥା’ନ୍ତି। ଗତକାଲି ଦିଶା ଏକ ବୋଲ୍ଡ ଫଟୋ ଶେଆର୍‌ କରିଛନ୍ତି, ଯେଉଁଥିରେ ସେ କଳା ରଙ୍ଗର ବିକିନି ପିନ୍ଧି ସ୍ୱିମିଙ୍ଗ୍‌ ପୁଲ୍‌ ପାଖରେ ବସି ରିଲାକ୍ସ କରୁଛନ୍ତି। ଏହି ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କିଛି […]

ଅଦ୍ୟତନ ହୋଇଛି
କଳା ବିକିନିରେ ଦିଶା ପଟାନୀ, ଫଟୋ ଭାଇରାଲ୍‌

disha

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଅଧିକାଂଶ ସମୟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ହଟ୍‌ ଫଟୋ ଅପ୍‌ଲୋଡ୍‌ କରି ଫ୍ୟାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥା’ନ୍ତି। ଗତକାଲି ଦିଶା ଏକ ବୋଲ୍ଡ ଫଟୋ ଶେଆର୍‌ କରିଛନ୍ତି, ଯେଉଁଥିରେ ସେ କଳା ରଙ୍ଗର ବିକିନି ପିନ୍ଧି ସ୍ୱିମିଙ୍ଗ୍‌ ପୁଲ୍‌ ପାଖରେ ବସି ରିଲାକ୍ସ କରୁଛନ୍ତି।

Advertisment

ଏହି ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କିଛି ୟୁଜର ଦିଶାଙ୍କର ଏହି ଫଟୋକୁ ପସନ୍ଦ କରି ହଟ୍‌, ସୁନ୍ଦର ଓ ବୋଲ୍ଡ ଦିଶା ପଟାନୀ ବୋଲି କମେଣ୍ଟ ଦେଇଥିବା ବେଳେ ଆଉ କେହି କେହି ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି। ଟାଇଗର୍‌ ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା ମଧ୍ୟ ଦିଶାଙ୍କର ଏହି ଫଟୋକୁ ଖୁବ୍ ପ୍ରଶଂସା କରିଛନ୍ତି।

https://www.instagram.com/p/B5aNA7HgAZx/?utm_source=ig_web_copy_link

ଦିଶା ଏବେ ଥାଇଲାଣ୍ଡରେ ଛୁଟି କାଟୁଛନ୍ତି। ଏହା ପୂର୍ବରୁ ସେ ଆଉ ଏକ ଫଟୋ ଶେଆର୍ କରିଥିଲେ। ଏହି ଫଟୋରେ ସେ ଏକ ବୌଦ୍ଧ ମନ୍ଦିର ପାଖରେ ଛିଡ଼ା ହୋଇଥିଲେ। ହଳଦିଆ ରଙ୍ଗର କ୍ରପ୍‌ ଟପ୍‌ ଓ ଗୋଲାପୀ ରଙ୍ଗର ପ୍ଲାଜୋ ପ୍ୟାଣ୍ଟ ପିନ୍ଧିଥିବା ଦିଶାଙ୍କର ଏହି ଫଟୋକୁ ତାଙ୍କ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଥିଲେ।

Advertisment

https://www.instagram.com/p/B5Z5gGyARYt/?utm_source=ig_web_copy_link

ସୂଚନାଯୋଗ୍ୟ, ଫିଟ୍‌ନେସ୍‌ ଓ ଫ୍ୟାଶନ୍‌କୁ ନେଇ ଦିଶା ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ଆଦିତ୍ୟ ରାୟ କପୁରଙ୍କ ସହିତ ଫିଲ୍ମ ‘ମଙ୍ଗଲ୍‌’ରେ କାମ କରୁଛନ୍ତି। ମୋହିତ ସୁରି ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ରୋମାଣ୍ଟିକ ଥ୍ରୀଲର୍‌ ଫିଲ୍ମଟି ୨୦୨୦ ଫେବୃଆରୀରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe