‘ବେଶରମ୍ ବେୱଫା’ ହେଲେ ଦିବ୍ୟା !

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ସହ ବେୱଫା କଲେ ଅଭିନେତା ଗୌତମ ଗୁଲାଟି ।  ତେବେ ପ୍ରକୃତ ଜୀବନରେ ନୁହେଁ, ରିଲଜ ହୋଇଥିବା ଏକ ମ୍ୟୁଜିକ ଭିଡିଓ ଆଲବମରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ।

ଦିବ୍ୟା ଖୋସଲା କୁମାର ଏବଂ ବିଗ୍ ବସ୍ ଫେମ ଅଭିନେତା ଗୌତମ ଗୁଲାଟିଙ୍କ ରିଲିଜ ହୋଇଛି ମ୍ୟୁଜିକ ଭିଡିଓ ଆଲବମ ‘ବେଶରମ୍ ବେୱଫା’ । ଏଥିରେ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ସିଦ୍ଧାର୍ଥ ଗୁପ୍ତା । ଏହି ଗୀତକୁ ବଲିଉଡ ଗାୟକ ବି ପ୍ରାକ ଗାଇଛନ୍ତି । ଗୀତଟି ରିଲିଜ ହେବାର କିଛି ସମୟ ମଧ୍ୟରେ ୟୁଟ୍ୟୁବରେ ଧମାଲ କରିଛି । ଏହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତର ଟ୍ୟାଗ ଲାଇନ ‘ଲଭ ହର୍ଟସ୍’ ତଥା ପ୍ରେମ ଯନ୍ତ୍ରଣା ଦାୟକ ବୋଲି ରଖାଯାଇଛି । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ରାଧିକା ରାଓ ଏବଂ ବିନୋଦ ସପ୍ରୁ । ବି ପ୍ରାକ ଏବଂ ଜନି ଗୀତର ଲିରିକ୍ସ ଲେଖିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅପକମିଂ ଫିଲ୍ମ ସତ୍ୟମେବ ଜୟତେ-୨ ରେ ଦିବ୍ୟା ଖୋସଲା କୁମାରଙ୍କୁ ମୁଖ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ଅଭିନେତା ଜନ ଅବ୍ରାହମ ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ। ଆସନ୍ତା ବର୍ଷ ଫିଲ୍ମଟି ପରଦାକୁ ଆସିବ । ନିକଟରେ ଏହି ଫିଲ୍ମର ଶୁଟିଂ ସେଟରେ ନିଜର ଜନ୍ମଦିନ ସେଲିବ୍ରେସନ କରିଥିବାର କିଛି ଫଟୋକୁ ଦିବ୍ୟା ସୋଶାଲ ମିଡିଆର ଶେଆର କରିଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।