dibya khosla
ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ସହ ବେୱଫା କଲେ ଅଭିନେତା ଗୌତମ ଗୁଲାଟି । ତେବେ ପ୍ରକୃତ ଜୀବନରେ ନୁହେଁ, ରିଲଜ ହୋଇଥିବା ଏକ ମ୍ୟୁଜିକ ଭିଡିଓ ଆଲବମରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ।
ଦିବ୍ୟା ଖୋସଲା କୁମାର ଏବଂ ବିଗ୍ ବସ୍ ଫେମ ଅଭିନେତା ଗୌତମ ଗୁଲାଟିଙ୍କ ରିଲିଜ ହୋଇଛି ମ୍ୟୁଜିକ ଭିଡିଓ ଆଲବମ ‘ବେଶରମ୍ ବେୱଫା’ । ଏଥିରେ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ସିଦ୍ଧାର୍ଥ ଗୁପ୍ତା । ଏହି ଗୀତକୁ ବଲିଉଡ ଗାୟକ ବି ପ୍ରାକ ଗାଇଛନ୍ତି । ଗୀତଟି ରିଲିଜ ହେବାର କିଛି ସମୟ ମଧ୍ୟରେ ୟୁଟ୍ୟୁବରେ ଧମାଲ କରିଛି । ଏହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତର ଟ୍ୟାଗ ଲାଇନ ‘ଲଭ ହର୍ଟସ୍’ ତଥା ପ୍ରେମ ଯନ୍ତ୍ରଣା ଦାୟକ ବୋଲି ରଖାଯାଇଛି । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ରାଧିକା ରାଓ ଏବଂ ବିନୋଦ ସପ୍ରୁ । ବି ପ୍ରାକ ଏବଂ ଜନି ଗୀତର ଲିରିକ୍ସ ଲେଖିଛନ୍ତି ।
ସୂଚନା ଯୋଗ୍ୟ ଯେ, ଅପକମିଂ ଫିଲ୍ମ ସତ୍ୟମେବ ଜୟତେ-୨ ରେ ଦିବ୍ୟା ଖୋସଲା କୁମାରଙ୍କୁ ମୁଖ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ଅଭିନେତା ଜନ ଅବ୍ରାହମ ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ। ଆସନ୍ତା ବର୍ଷ ଫିଲ୍ମଟି ପରଦାକୁ ଆସିବ । ନିକଟରେ ଏହି ଫିଲ୍ମର ଶୁଟିଂ ସେଟରେ ନିଜର ଜନ୍ମଦିନ ସେଲିବ୍ରେସନ କରିଥିବାର କିଛି ଫଟୋକୁ ଦିବ୍ୟା ସୋଶାଲ ମିଡିଆର ଶେଆର କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/dibya-khosla.jpg)