Advertisment

ଧୂମ ମଚାଉଛି ଦିବ୍ୟା ଖୋସଲାଙ୍କ ନୂଆ ମ୍ୟୁଜିକ୍‌ ଭିଡିଓ

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଧୂମ ମଚାଉଛି ବଲିଉଡ୍ ବିୟୁଟି ଦିବ୍ୟା ଖୋସଲାଙ୍କ ମ୍ୟୁଜିକ୍‌ ଭିଡିଓ। ନିକଟରେ ଦିବ୍ୟାଙ୍କର ମ୍ୟୁଜିକ ଭିଡିଓ ‘ୟାଦ ପିୟା କି ଆନେ ଲଗି’ ରିଲିଜ୍ ହୋଇଯାଇଛି। ଏଥିରେ ଦିବ୍ୟାଙ୍କୁ ଏକଦମ୍‌ ନୂଆ ଓ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି। https://www.instagram.com/p/B4J5k0EAA-1/?utm_source=ig_web_copy_link ଦିବ୍ୟାଙ୍କର ଏହି ନୂଆ ମ୍ୟୁଜିକ ଭିଡିଓରେ ତାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଦିୱାନା କରିଦେଇଛି। ଏହି ଗୀତଟିକୁ ୟୁଟ୍ୟୁବ୍‌ରେ ବର୍ତ୍ତମାନ ସୁଦ୍ଧା ୯୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୟୁଟ୍ୟୁବ୍‌ ସହ ଅନ୍ୟ […]

ଧୂମ ମଚାଉଛି ଦିବ୍ୟା ଖୋସଲାଙ୍କ ନୂଆ ମ୍ୟୁଜିକ୍‌ ଭିଡିଓ

divya

Advertisment

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଧୂମ ମଚାଉଛି ବଲିଉଡ୍ ବିୟୁଟି ଦିବ୍ୟା ଖୋସଲାଙ୍କ ମ୍ୟୁଜିକ୍‌ ଭିଡିଓ। ନିକଟରେ ଦିବ୍ୟାଙ୍କର ମ୍ୟୁଜିକ ଭିଡିଓ ‘ୟାଦ ପିୟା କି ଆନେ ଲଗି’ ରିଲିଜ୍ ହୋଇଯାଇଛି। ଏଥିରେ ଦିବ୍ୟାଙ୍କୁ ଏକଦମ୍‌ ନୂଆ ଓ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି।

Advertisment

https://www.instagram.com/p/B4J5k0EAA-1/?utm_source=ig_web_copy_link

ଦିବ୍ୟାଙ୍କର ଏହି ନୂଆ ମ୍ୟୁଜିକ ଭିଡିଓରେ ତାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଦିୱାନା କରିଦେଇଛି। ଏହି ଗୀତଟିକୁ ୟୁଟ୍ୟୁବ୍‌ରେ ବର୍ତ୍ତମାନ ସୁଦ୍ଧା ୯୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୟୁଟ୍ୟୁବ୍‌ ସହ ଅନ୍ୟ ସୋଶାଲ୍‌ ମିଡିଆ ପ୍ଲାଟଫର୍ମରେ ଏବେ ଏହି ଗୀତଟି ଟ୍ରେଣ୍ଡିଂରେ ରହିଛି।

https://www.instagram.com/p/B4zWs3uA2To/?utm_source=ig_web_copy_link

ଏହା ହେଉଛି ଲୋକପ୍ରିୟ ଗାୟିକା ଫାଲ୍‌ଗୁନି ପାଠକ୍‌ଙ୍କର ପୁରୁଣା ‘ୟାଦ ପିୟା କି ଆନେ ଲଗି’ର ନୂଆ ଭର୍ସନ୍। ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର୍ ନେହା କକ୍କଡ଼ ଏହି ନୂଆଭର୍ସନକୁ ଗାଇଥିବାବେଳେ। ଟି-ସିରିଜ୍‌ର ଭୂଷଣ କୁମାର ଗୀତକୁ ପ୍ରଯୋଜନା କରିଛନ୍ତି। ଏହି ଗୀତର ପୁରୁଣା ଭର୍ସନରେ ଅଭିନେତ୍ରୀ ସ୍ନେହା ଉଲ୍ଲାଲ୍‌ ଅଭିନୟ କରିଥିଲେ। ଗୀତଟି ବେସ୍‌ ଲୋକପ୍ରିୟ ହୋଇଥିଲା। ଏବେ ଦିବ୍ୟାଙ୍କ ‘ୟାଦ ପିୟା କି ଆନେ ଲଗି’ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଯାଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe